Posted inଜାତୀୟ

ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ପାଇଁ ଅଗ୍ନିପରୀକ୍ଷା…

ଅମରାବତୀ,୨୮।୫ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ. ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ବର୍ତ୍ତମାନ ନିଜକୁ ଜଣେ ଦକ୍ଷ ନେତା ଭାବରେ ପ୍ରମାଣ କରିବାକୁ ଏକ ପାଦଯାତ୍ରାରେ ଅଛନ୍ତି। ଟିଡିପି ମହାସଚିବ ୪୦ ବର୍ଷ ବୟସ୍କ ନାରା ଲୋକାଶଙ୍କୁ ନାଇଡୁଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଉଛି।

ଏପରି ପରିସ୍ଥିତିରେ ତାଙ୍କୁ ନିଜର ନେତୃତ୍ୱ ଗୁଣ ପ୍ରମାଣ କରିବାକୁ ଏକ କଠିନ ଆହ୍ବାନର ସାମ୍ନା କରିବାକୁ ପଡିବ। ବାସ୍ତବରେ, ନାଇଡୁ ଘୋଷଣା କରିସାରିଛନ୍ତି ୨୦୨୪ ନିର୍ବାଚନ ତାଙ୍କ କ୍ୟାରିୟରର ଶେଷ ଲଢ଼େଇ ହୋଇପାରେ ।
୧୯୯୫ ମସିହାରୁ ତାଙ୍କ ଶ୍ୱଶୁର ତଥା ଦଳର ପ୍ରତିଷ୍ଠାତା ଏନଟିଆରଙ୍କ ବିରୋଧରେ ବିଦ୍ରୋହର ନେତୃତ୍ୱ ନେବା ପରେ ସେ ରାଜ୍ୟ ରାଜନୀତିରେ ଆଗୁଆ ରହିଥିଲେ। ନାଇଡୁଙ୍କୁ ଆସନ୍ତା ବର୍ଷ ୭୪ ବର୍ଷ ହେବ। ଯଦିଓ ନାରା ଲୋକେଶ ଏକ ଦଶନ୍ଧି ଧରି ରାଜନୀତିରେ ଅଛନ୍ତି, ତଥାପି ସେ ନିଜକୁ ଜଣେ ନେତା ଭାବରେ ପ୍ରତିଷ୍ଠିତ କରିପାରି ନାହାଁନ୍ତି।

ଟିଡିପିରେ ତାଙ୍କୁ ଦୁଇ ନମ୍ବର ବିବେଚନା କରାଯାଉଥିବା ବେଳେ ଅନେକ ଦଳର ନେତା ବ୍ୟକ୍ତିଗତ ଭାବେ କହିଛନ୍ତି ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ହେବା ବ୍ୟତୀତ ଲୋକେଶଙ୍କର ନିଜର କୌଣସି ପରିଚୟ ନାହିଁ।

୨୦୧୯ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଲୋକେଶଙ୍କ ପରାଜୟ, ନାଇଡୁଙ୍କୁ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବରେ ପ୍ରତିଷ୍ଠିତ କରିବାରେ ଏକ ବଡ଼ ଝଟକା ମିଳିଥିଲା। ନାଇଡୁଙ୍କ ପୁଅ ପାଇଁ ଏକ ସୁରକ୍ଷିତ ନିର୍ବାଚନମଣ୍ଡଳୀ ଖୋଜିବା ରାଜ୍ୟ ରାଜଧାନୀ ଅମରାବତୀର ମଙ୍ଗଳାଗିରି ଆସନରେ ଶେଷ ହୋଇଥିଲା। ତେବେ ସେଠାରେ ମଧ୍ୟ ସେ ଓ୍ବାଇଏସଆର କଂଗ୍ରେସ ପାର୍ଟିର ଏ. ରାମକୃଷ୍ଣ ରେଡ୍ଡୀଙ୍କ ଠାରୁ ୫,୨୦୦ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ତାଙ୍କର ସୀମିତ ଭୂମିକା ବାହାରେ ଏକ ଜନ ଆଧାର ସହିତ ନିଜକୁ ଜଣେ ନେତା ଭାବରେ ପ୍ରମାଣ କରିବାକୁ ଏହା ଲୋକେଶଙ୍କର ପ୍ରଥମ ପରୀକ୍ଷା ଥିଲା।
ଫଳରେ ରାଜନୈତିକ ଉତ୍ତରାଧିକାରୀ ଭାବେ ଏବେ ଏବେ ଲୋକେଶଙ୍କ ପାଇଁ ଅଗ୍ନିପରୀକ୍ଷାର ବେଳ ଆସିଛି। ୨୦୦୯ରେ ବ୍ୟାକରୁମ ବୟ ଭାବରେ ରାଜନୈତିକ କ୍ୟାରିୟର ଆରମ୍ଭ କରି ଲୋକେଶ ୨୦୧୭ ରେ ବିଧାନ ପରିଷଦରୁ ତାଙ୍କ ପିତାଙ୍କ କ୍ୟାବିନେଟରେ ଏକ ବ୍ୟାକଡୋର୍‌ ପ୍ରବେଶ କରିଥିଲେ। ତାଙ୍କୁ ପଞ୍ଚାୟତ ରାଜ, ଗ୍ରାମୀଣ ବିକାଶ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରଦାନ କରାଯାଇଥିଲା। ୨୦୧୩ରେ ଲୋକେଶ ଆନୁଷ୍ଠାନିକ ଭାବରେ ପାର୍ଟିରେ ସକ୍ରିୟ ହୋଇଥିଲେ।

୨୦୧୫ ରେ ଟିଡିପି ମହାସଚିବ ଭାବରେ ନିଯୁକ୍ତ ହେବା ପରେ ଲୋକେଶଙ୍କୁ ଦୁଇ ନମ୍ବର ଭାବରେ ଦେଖାଯାଇଥିଲା। ତାଙ୍କୁ ଦଳର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ପଲିଟବୁରୋର ସଦସ୍ୟ କରାଯାଇଥିଲା। ସେ ଦଳର କାର୍ଯ୍ୟକଳାପରେ ବିଶେଷ ଭାବରେ ପାର୍ଟି କର୍ମଚାରୀଙ୍କ କଲ୍ୟାଣରେ ଜଡିତ ଥିଲେ।
ଦଳକୁ ଦୃଢ଼ ଭାବରେ ଧରି ରଖିବା ସହ ନାଇଡୁ ତାଙ୍କ ପୁଅକୁ ତାଙ୍କ ଉତ୍ତରାଧିକାରୀ ଭାବରେ ବରଦାନ ଦେବା ପାଇଁ କୌଣସି ବିରୋଧର ସମ୍ମୁଖୀନ ହୋଇନାହାଁନ୍ତି। ଏକମାତ୍ର ଅସନ୍ତୁଷ୍ଟ ସ୍ବର ଥିବା ତାଙ୍କ ଭେଣୋଇ ଏନ. ହରିକୃଷ୍ଣଙ୍କର ୨୦୧୮ ରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ହରିକୃଷ୍ଣ ଚାହୁଁଥିଲେ ତାଙ୍କ ପୁଅ ତଥା ସୁପରଷ୍ଟାର ଜୁନିଅର ଏନଟିଆର ଦଳର ନେତୃତ୍ୱ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?