Posted inଜାତୀୟ

୧୯କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩ା୨(ପି.ଟି.): କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ପକ୍ଷରୁ ଦାଏର ଅଦାଲତ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଆନ୍ଧ୍ର ପ୍ରଦେଶକୁ ଜବାବ ତଲବ କରିଛନ୍ତି। ତେବେ ଶନିବାର ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଉପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତାଦେଶ ଜାରି କରିନାହାନ୍ତି। ଆନ୍ଧ୍ରର ଜବାବ ମିଳିବା ପରେ ଆସନ୍ତା ୧୯ରେ ଏହି ପ୍ରସଙ୍ଗରେ ବିଚାର କରାଯିବ ବୋଲି ଦୁଇଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଆନ୍ତଃ ରାଜ୍ୟ ସୀମା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। କୋରାପୁଟ ସୀମାନ୍ତ ୨୮ ଗ୍ରାମକୁ ଆନ୍ଧ୍ର ମାଡ଼ିବସିଛି। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଥିବା ତଳଗଞ୍ଜେଇପଦର, ଫଗୁଣସେନେରି ଓ ଫାଟୁସିନେରି ଗ୍ରାମକୁ ଆନ୍ଧ୍ର ନିଜ ସାଲୁର ବ୍ଲକ୍‌ର ଦର୍ଶାଇ ସେଠାରେ ପଞ୍ଚାୟତ ନିର୍ବାଚନ କରାଉଛି। ପୂର୍ବରୁ ତଳଗଞ୍ଜେଇପଦର ଓ ଫଗୁଣସେନେରିରେ ନିଦ୍ଦର୍‌ବନ୍ଦ୍ୱରେ ୨ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିବାବେଳେ ଫେବୃୟାରୀ ୧୩ ତାରିଖରେ ଫାଟୁସେନେରି ଗ୍ରାମରେ ଭୋଟଗ୍ରହଣ ହେବ। ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୫୦ ବର୍ଷ ପୂର୍ବେ ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଆନ୍ଧ୍ର ସରକାର ଉଲ୍ଲଂଘନ କରିଥିବା ଓଡ଼ିଶା ପକ୍ଷରୁ ପିଟିଶନରେ ଦର୍ଶାଯାଇଛି। କୋଟିଆ ସୀମା ବିବାଦ ବିଚାରାଧୀନ ଥିବାରୁ ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ୧୯୬୮ ଡିସେମ୍ବର ୨ରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ଏକତରଫା ନିଷ୍ପତ୍ତି ନେଇ ଉକ୍ତ ନିର୍ଦ୍ଦେଶନାମାର ଉଲ୍ଲଂଘନ କରିଥିବା ଓଡ଼ିଶା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ଓ ଶିବୁ ଶଙ୍କର ମିଶ୍ର ଗୁରୁବାର ଅଦାଲତ ଅବମାନନା ପିଟିଶନରେ ଦର୍ଶାଇଥିଲେ। ଉକ୍ତ ଆବେଦନର ଜରୁରୀ ଶୁଣାଣି ପାଇଁ ଉଭୟେ ଅନୁରୋଧ କରିଥିଲେ। ଓଡ଼ିଶାର ଆବେଦନ ଉପରେ ଶୁକ୍ରବାର ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଓ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି। ସଂକ୍ଷିପ୍ତ ଶୁଣାଣି ବେଳେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବିକାଶ ସିଂ କହିଥିଲେ, ୨୦୦୬ ମାର୍ଚ୍ଚ ୩୦ ରାୟ ଅନୁସାରେ ସମ୍ପୃକ୍ତ ଅଞ୍ଚଳରେ ଦୁଇରାଜ୍ୟ ସ୍ଥିତାବସ୍ଥା ବଜାୟ ରଖିବା ଉଚିତ। କିନ୍ତୁ ଓଡ଼ିଶା ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଆନ୍ଧ୍ର ସରକାର ଶନିବାର ପଞ୍ଚାୟତ ନିର୍ବାଚନ କରାଉଛନ୍ତି, ଯାହାକି ଅଦାଲତ ଅବମାନନା ବୋଲି ସେ ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଆନ୍ଧ୍ରର ଓକିଲ ମହଫୁଜ୍‌ ଏ. ନାଜ୍‌କି ପିଟିଶନର ନକଲ ପାଇ ନ ଥିବା କହିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ନିର୍ବାଚନ କରାଯାଉଥିବା ସେ ଅଦାଲତଙ୍କୁ ଅବଗତ କରାଇଥିଲେ। ଖଣ୍ଡପୀଠ କହିଥିଲେ, ବର୍ତ୍ତମାନ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ। ଆନ୍ଧ୍ର ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଙ୍କୁ ଓଡ଼ିଶା ପିଟିଶନର ଅଗ୍ରିମ କପି ଦିଆଯାଉ। ଆନ୍ଧ୍ରର ଜବାବ ଆସିବା ପରେ ଆସନ୍ତା ଶୁକ୍ରବାର ତାକୁ ଅନୁଧ୍ୟାନ କରି ଶୁଣାଣି କରାଯିବ। ସେହିପରି ବୁଧବାର ଭାରତୀୟ ବିକାଶ ପରିଷଦ ନାମକ ଏକ ସାମାଜିକ ସଙ୍ଗଠନ ମଧ୍ୟ ନିର୍ବାଚନ ବନ୍ଦ କରିବା ଲାଗି ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri