ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଖାସ୍‌ କରି ଟ୍ରାଇ କଲର୍‌ ଲୁକ୍‌ରେ ଫ୍ୟାଶନେବଲ୍‌ ଲାଗିବାକୁ କିଏ କେତେ ପ୍ରକାରର ପ୍ରୟାସ କରିଥାନ୍ତି। ତେଣୁ ଏହି କଥାକୁ ଧ୍ୟାନରେ ରଖି ଏଠାରେ ସେମିତି କିଛି ଫ୍ୟାଶନ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଉପଯୋଗ କରି ଅତି ସହଜରେ ଟ୍ରାଇ କଲର୍‌ ଲୁକ୍‌ ପାଇହେବ…

ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌: ଏବେ ଟ୍ରାଇ୍‌କଲର୍‌ ଥିମ୍‌ବାଲା ଭିନ୍ନ ଭିନ୍ନ ଫ୍ୟାବ୍ରିକ୍‌ର ଶାଢି ମାର୍କେଟ୍‌ରେ ମିଳିଲାଣି। ଯୁବତୀମାନେ ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ଫ୍ୟାବ୍ରିକ୍‌ର ଟ୍ରାଇ କଲର୍‌ ଶାଢି ପିନ୍ଧି ଏହିଦିନ ଦେଶୀ ଲୁକ୍‌ ପାଇପାରିବେ। ନଚେତ୍‌ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌କୁ ମ୍ୟାଚିଂ କରି ଏହି ଅବସରରେ ପିନ୍ଧିପାରିବେ। ସେହିପରି ଧଳା ରଙ୍ଗର ସାଲଓ୍ବାର୍‌ ପିନ୍ଧି ଯୁବତୀମାନେ ତା’ଉପରେ ଟ୍ରାଇ କଲର୍‌ ଥିମ୍‌ ବାଲା ଚୁନି ପକାଇ ବି ଆରାମରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ଏପରିକି କେବଳ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଚୁନି ପକାଇ ମଧ୍ୟ ଆଟ୍ରାକ୍ଟିଭ୍‌ ଦେଶୀ ଲୁକ୍‌ ପାଇପାରିବେ।

ଟ୍ରାଇ କଲର୍‌ ଆସେସରିଜ୍‌: ଶାଢି ହେଉ ଅବା ସାଲଓ୍ବାର ଶୁଟ୍‌ ଯୁବତୀମାନେ ଯାହାବି ପିନ୍ଧନ୍ତୁ, ଯଦି ତା’ସହିତ ମ୍ୟାଚିଂ ଚୁଡ଼ି, ଇୟର ରିଂ, ବିନ୍ଦି, ହ୍ୟାଣ୍ଡବ୍ୟାଗ୍‌କୁ ସେମାନେ ଟ୍ରାଏ କରିଥାନ୍ତି, ତା’ହେଲେ ଲୁକ୍‌ ଖୁବ୍‌ ଗର୍ଜିୟସ୍‌ ଲାଗିଥାଏ। ବିଶେଷକରି ସାଧାରଣତନ୍ତ୍ର ଦିବସ ଭଳି ଖାସ୍‌ ଦିନରେ ଯଦି ଟ୍ରାଇ କଲର୍‌ ଥିମ୍‌ ବାଲା ଫ୍ୟାଶନ ଆସେସରିଜ୍‌କୁ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧାଯାଏ, ତେବେ ଯୁବତୀମାନେ ଦେଶୀ ଲୁକ୍‌ରେ ବି ବେଶ୍‌ ଆକର୍ଷଣୀୟ ଲାଗିଥାନ୍ତି। ଯେମିତିକି : *ଟ୍ରାଇ କଲର୍‌ ଇୟର୍‌ ରିଂ- ଏହାର ମଧ୍ୟ ଅନେକ ଭେରାଇଟି ରହିଛି। ଯଥା: ଟ୍ରାଇ କଲର୍‌ ପମ୍‌ ପମ୍‌ ଇୟର ରିଂ, ଟ୍ରାଇ କଲର୍‌ ଟାସେଲ୍‌ ଇୟର ରିଂ, ଟ୍ରାଇ କଲର୍‌ ଝୁମ୍‌କା, ଟ୍ରାଇ କଲର୍‌ ଷ୍ଟଡ୍‌ ଇୟର ରିଂ, ଟ୍ରାଇ କଲର୍‌ ଲିଫ୍‌ ଇୟର ରିଂ, ଟ୍ରାଇ କଲର୍‌ ବିଡ୍ସ ଇୟର୍‌ ରିଂ ଇତ୍ୟାଦି ଅନ୍ୟତମ । * ଟ୍ରାଇ କଲର୍‌ ଚୁଡ଼ି- ଏହା ବି ବିଭିନ୍ନ ଷ୍ଟାଇଲ୍‌ରେ ମିଳିଥାଏ। ଯଥା: ଟ୍ରାଇ କଲର୍‌ ପାଣି ଚୁଡ଼ି, ଟ୍ରାଇ କଲର୍‌ ମେଟାଲ୍‌ ଚୁଡ଼ି, ଟ୍ରାଇ କଲର୍‌ ଷ୍ଟୋନ ଲାଗିଥିବା କିମ୍ବା ସୂତା କାମ ହୋଇଥିବା ଷ୍ଟାଇଲିଶ୍‌ ଚୁଡ଼ି ପିନ୍ଧି ବି ଏହି ଦିନ ଯୁବତୀମାନେ ଟ୍ରେଣ୍ଡି ଲାଗିପାରିବେ।

ଟ୍ରାଇ କଲର୍‌ ନେଲ୍‌ଆର୍ଟ: ଆଜିକାଲି ଦେଖିବାକୁ ମିଳୁଛି ଯୁବତୀମାନେ କେତେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ନେଲ୍‌ଆର୍ଟ କରି ନିଜକୁ ଆକର୍ଷଣୀୟ ଲୁକ୍‌ ଦେଇପାରୁଛନ୍ତି। ଏପରିକି ସାଧାରଣତନ୍ତ୍ର ଦିବସକୁ ଲକ୍ଷ୍ୟ କରି ମଧ୍ୟ ଯୁବତୀମାନେ ଟ୍ରାଇ କଲର୍‌ ନେଲ୍‌ଆର୍ଟ ବି କରୁଛନ୍ତି। ଖାସ୍‌ କରି ଷ୍ଟ୍ରାଇପ୍‌, ଭର୍ଟିକାଲ୍‌, ହରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ଆର୍ଟ ଏହିଦିନ ଯୁବତୀଙ୍କୁ ଭିନ୍ନ ଲୁକ୍‌ ଦେଇଥାଏ।

ମେକ୍‌ଅପ୍‌ରେ ବି ଝଲସିବ ଟ୍ରାଇ କଲର୍‌ ଲୁକ୍‌: କୁହାଯାଏ, ମେକ୍‌ଅପ୍‌ରେ ବି ଲୁକ୍‌କୁ ଆକର୍ଷଣୀୟ କରିହୁଏ। ତେବେ ସାଧାରଣତନ୍ତ୍ର ଦିବସ ଅବସରରେ ଟ୍ରାଇ କଲର୍‌ ଲୁକ୍‌ ପାଇବାକୁ ତଥା ଫ୍ୟାଶନେବଲ୍‌ ଦେଖାଯିବାକୁ ଯୁବତୀମାନେ ଚାହିଁଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇଶାଡୋ ଲଗାଇ ବି ଟିକେ ଭିନ୍ନ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ପୁଷ୍ୟ ନକ୍ଷତ୍ରରେ ଗୋଚର କରିବେ ବୃହସ୍ପତି, ୧୯ ଜୁଲାଇରୁ ଖୋଲିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି କୁହାଯାଏ । ଏହାକୁ ଜ୍ଞାନ, ଶିକ୍ଷା, ଧନ ଏବଂ ସନ୍ତାନର ପ୍ରମୁଖ କର୍ତ୍ତା ଭାବରେ ବିବେଚନା…

ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri