ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଖାସ୍‌ କରି ଟ୍ରାଇ କଲର୍‌ ଲୁକ୍‌ରେ ଫ୍ୟାଶନେବଲ୍‌ ଲାଗିବାକୁ କିଏ କେତେ ପ୍ରକାରର ପ୍ରୟାସ କରିଥାନ୍ତି। ତେଣୁ ଏହି କଥାକୁ ଧ୍ୟାନରେ ରଖି ଏଠାରେ ସେମିତି କିଛି ଫ୍ୟାଶନ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଉପଯୋଗ କରି ଅତି ସହଜରେ ଟ୍ରାଇ କଲର୍‌ ଲୁକ୍‌ ପାଇହେବ…

ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌: ଏବେ ଟ୍ରାଇ୍‌କଲର୍‌ ଥିମ୍‌ବାଲା ଭିନ୍ନ ଭିନ୍ନ ଫ୍ୟାବ୍ରିକ୍‌ର ଶାଢି ମାର୍କେଟ୍‌ରେ ମିଳିଲାଣି। ଯୁବତୀମାନେ ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ଫ୍ୟାବ୍ରିକ୍‌ର ଟ୍ରାଇ କଲର୍‌ ଶାଢି ପିନ୍ଧି ଏହିଦିନ ଦେଶୀ ଲୁକ୍‌ ପାଇପାରିବେ। ନଚେତ୍‌ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌କୁ ମ୍ୟାଚିଂ କରି ଏହି ଅବସରରେ ପିନ୍ଧିପାରିବେ। ସେହିପରି ଧଳା ରଙ୍ଗର ସାଲଓ୍ବାର୍‌ ପିନ୍ଧି ଯୁବତୀମାନେ ତା’ଉପରେ ଟ୍ରାଇ କଲର୍‌ ଥିମ୍‌ ବାଲା ଚୁନି ପକାଇ ବି ଆରାମରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ଏପରିକି କେବଳ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଚୁନି ପକାଇ ମଧ୍ୟ ଆଟ୍ରାକ୍ଟିଭ୍‌ ଦେଶୀ ଲୁକ୍‌ ପାଇପାରିବେ।

ଟ୍ରାଇ କଲର୍‌ ଆସେସରିଜ୍‌: ଶାଢି ହେଉ ଅବା ସାଲଓ୍ବାର ଶୁଟ୍‌ ଯୁବତୀମାନେ ଯାହାବି ପିନ୍ଧନ୍ତୁ, ଯଦି ତା’ସହିତ ମ୍ୟାଚିଂ ଚୁଡ଼ି, ଇୟର ରିଂ, ବିନ୍ଦି, ହ୍ୟାଣ୍ଡବ୍ୟାଗ୍‌କୁ ସେମାନେ ଟ୍ରାଏ କରିଥାନ୍ତି, ତା’ହେଲେ ଲୁକ୍‌ ଖୁବ୍‌ ଗର୍ଜିୟସ୍‌ ଲାଗିଥାଏ। ବିଶେଷକରି ସାଧାରଣତନ୍ତ୍ର ଦିବସ ଭଳି ଖାସ୍‌ ଦିନରେ ଯଦି ଟ୍ରାଇ କଲର୍‌ ଥିମ୍‌ ବାଲା ଫ୍ୟାଶନ ଆସେସରିଜ୍‌କୁ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧାଯାଏ, ତେବେ ଯୁବତୀମାନେ ଦେଶୀ ଲୁକ୍‌ରେ ବି ବେଶ୍‌ ଆକର୍ଷଣୀୟ ଲାଗିଥାନ୍ତି। ଯେମିତିକି : *ଟ୍ରାଇ କଲର୍‌ ଇୟର୍‌ ରିଂ- ଏହାର ମଧ୍ୟ ଅନେକ ଭେରାଇଟି ରହିଛି। ଯଥା: ଟ୍ରାଇ କଲର୍‌ ପମ୍‌ ପମ୍‌ ଇୟର ରିଂ, ଟ୍ରାଇ କଲର୍‌ ଟାସେଲ୍‌ ଇୟର ରିଂ, ଟ୍ରାଇ କଲର୍‌ ଝୁମ୍‌କା, ଟ୍ରାଇ କଲର୍‌ ଷ୍ଟଡ୍‌ ଇୟର ରିଂ, ଟ୍ରାଇ କଲର୍‌ ଲିଫ୍‌ ଇୟର ରିଂ, ଟ୍ରାଇ କଲର୍‌ ବିଡ୍ସ ଇୟର୍‌ ରିଂ ଇତ୍ୟାଦି ଅନ୍ୟତମ । * ଟ୍ରାଇ କଲର୍‌ ଚୁଡ଼ି- ଏହା ବି ବିଭିନ୍ନ ଷ୍ଟାଇଲ୍‌ରେ ମିଳିଥାଏ। ଯଥା: ଟ୍ରାଇ କଲର୍‌ ପାଣି ଚୁଡ଼ି, ଟ୍ରାଇ କଲର୍‌ ମେଟାଲ୍‌ ଚୁଡ଼ି, ଟ୍ରାଇ କଲର୍‌ ଷ୍ଟୋନ ଲାଗିଥିବା କିମ୍ବା ସୂତା କାମ ହୋଇଥିବା ଷ୍ଟାଇଲିଶ୍‌ ଚୁଡ଼ି ପିନ୍ଧି ବି ଏହି ଦିନ ଯୁବତୀମାନେ ଟ୍ରେଣ୍ଡି ଲାଗିପାରିବେ।

ଟ୍ରାଇ କଲର୍‌ ନେଲ୍‌ଆର୍ଟ: ଆଜିକାଲି ଦେଖିବାକୁ ମିଳୁଛି ଯୁବତୀମାନେ କେତେ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ନେଲ୍‌ଆର୍ଟ କରି ନିଜକୁ ଆକର୍ଷଣୀୟ ଲୁକ୍‌ ଦେଇପାରୁଛନ୍ତି। ଏପରିକି ସାଧାରଣତନ୍ତ୍ର ଦିବସକୁ ଲକ୍ଷ୍ୟ କରି ମଧ୍ୟ ଯୁବତୀମାନେ ଟ୍ରାଇ କଲର୍‌ ନେଲ୍‌ଆର୍ଟ ବି କରୁଛନ୍ତି। ଖାସ୍‌ କରି ଷ୍ଟ୍ରାଇପ୍‌, ଭର୍ଟିକାଲ୍‌, ହରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ଆର୍ଟ ଏହିଦିନ ଯୁବତୀଙ୍କୁ ଭିନ୍ନ ଲୁକ୍‌ ଦେଇଥାଏ।

ମେକ୍‌ଅପ୍‌ରେ ବି ଝଲସିବ ଟ୍ରାଇ କଲର୍‌ ଲୁକ୍‌: କୁହାଯାଏ, ମେକ୍‌ଅପ୍‌ରେ ବି ଲୁକ୍‌କୁ ଆକର୍ଷଣୀୟ କରିହୁଏ। ତେବେ ସାଧାରଣତନ୍ତ୍ର ଦିବସ ଅବସରରେ ଟ୍ରାଇ କଲର୍‌ ଲୁକ୍‌ ପାଇବାକୁ ତଥା ଫ୍ୟାଶନେବଲ୍‌ ଦେଖାଯିବାକୁ ଯୁବତୀମାନେ ଚାହିଁଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇଶାଡୋ ଲଗାଇ ବି ଟିକେ ଭିନ୍ନ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୪୯୯ ବର୍ଷ ପରେ ଏଥର ଦୀପାବଳିରେ ଘଟିବାକୁ ଯାଉଛି ଏମିତି, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ

ଚଳିତ ବର୍ଷ ନଭେମ୍ବର ୧୪ ଦୀପାବଳି ପର୍ବ ପାଳନ କରାଯିବ। ଚଳିତବର୍ଷ ଦୀପାବଳିର ଶୁଭ ଅବସରରେ ଗ୍ରହମାନଙ୍କର ଏକ ଚମତ୍କାର ସଂଯୋଗ ସୃଷ୍ଟି ହେଉଛି। ଦୀପାବଳିରେ...

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ…

ଯଦି ଆପଣ ଉଚ୍ଚ ରକ୍ତଚାପ ଦ୍ୱାରା ପୀଡ଼ିତ, ତେବେ ରକ୍ତଚାପ କେତେ ଅଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ନିଅନ୍ତୁ। ବିଶେଷଭାବରେ ବୟସ ବଢ଼ିଲେ...

ପ୍ରେମରେ ପ୍ରେମରେ ବର୍ଷେ…

ଆସନ୍ତାକାଲି ପ୍ରେମର ଦିବସ ଭାଲେଣ୍ଟାଇନ୍ସ ଡେ’। ପ୍ରତିଟି ପ୍ରେମୀଯୁଗଳଙ୍କ ପାଇଁ ବେଶ୍‌ ପ୍ରତୀକ୍ଷିତ ଦିନଟିଏ। ହେଲେ, ଦୁଇ ଅଚିହ୍ନା ମଣିଷ ଯଦି ଏହିଦିନ ବିବାହ ବନ୍ଧନରେ...

କରୋନା ଭାଇରସ୍‌: ଆରମ୍ଭରୁ ଏ ଯାଏ

କରୋନା ଭାଇରସ୍‌ର ଇତିହାସ ଯେତିକି ରହସ୍ୟମୟ, ସେତିକି ପ୍ରଶ୍ନବାଚୀ। ଏହି ଭାଇରସ୍‌ ପ୍ରଥମେ ୧୯୩୦ ମସିହାର ଆବିଷ୍କୃତ ହୁଏ। ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ ଡାକୋଟାଠାରେ...

ଅଣ୍ଡାଠାରୁ ଅଧିକ ଉପକାରୀ ଟମାଟୋ

ଭାରତୀୟ ବ୍ୟଞ୍ଜନରେ ଟମାଟୋ ପ୍ରମୁଖ ଭାବେ ବ୍ୟବହାର ହୋଇଥାଏ। ଟମାଟୋ ବିନା ସାଲାଡ୍‌, ସୁପ୍‌, ତରକାରି, ଆଚାର, ଚଟଣୀ, କ୍ୟାଚ୍‌ଅପ ଇତ୍ୟାଦି କରିବା ଅସମ୍ଭବ। ଟମାଟୋରେ...

ମାତୃଗର୍ଭରୁ ସ୍ଥିର ହୋଇଥାଏ ପିଲାଙ୍କ ସହ ଜଡ଼ିତ ଏହି ୫ କଥା

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମାନବ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ସେ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ମାନବ ଜୀବନ ସହିତ ଜଡ଼ିତ ୫ କଥା...

ପତଞ୍ଜଳି ଯୋଗପୀଠରେ…

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପତଞ୍ଜଳି ଯୋଗପୀଠ ହରିଦ୍ୱାର ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛିା ପତଞ୍ଜଳି ସ୍ବେଚ୍ଛାସ୍ବେବୀଙ୍କ ସହଯୋଗ ସହିତ ସାରା ଦେଶରେ ପାଖାପାଖି ୫୦୦...

ଧର୍ମେନ୍ଦ୍ରଙ୍କୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦିଥିଲେ ହେମା: ଝିଅ ପାଇଁ ହଜି ଯାଇଥିଲା ନିଦ

ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ହେମା ମାଳିନୀ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଭଲ ମା’ ମଧ୍ୟ । କୁହାଯାଏ ଯେ, ହେମା...

Advertisement
Archives

Model This Week