ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ନିଜେ ଓ ନିଜ ଘରକୁ ଦିଅନ୍ତୁ ଟ୍ରାଇ କଲର୍‌ ଲୁକ୍‌…

* ଟ୍ରାଇ କଲର୍‌ ଶାଢି: ଏଭଳି ଏକ ବିଶେଷ ଦିନରେ ଟ୍ରାଇ୍‌ କଲର୍‌ ଥିମ୍‌ବାଲା ରେଡିମେଡ୍‌ ଶାଢି ପିନ୍ଧି ଅତି ସହଜରେ ଆକର୍ଷଣୀୟ ଲୁକ୍‌ ପାଇହେବ। ଯଦି ଆପଣଙ୍କର ଏଭଳି ଶାଢି ପିନ୍ଧିବା ପସନ୍ଦ ନୁହେଁ, ତା’ହେଲେ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌କୁ ମ୍ୟାଚିଂ କରି ପିନ୍ଧି ଏହି ଅବସରରେ ଡିଫରେଣ୍ଟ ଲୁକ୍‌ ପାଇପାରିବେ।

* ସାଲଓ୍ବାର୍‌ରେ ଟ୍ରାଇ କଲର୍‌ ଲୁକ୍‌: ଧଳା ରଙ୍ଗର ସାଲଓ୍ବାର୍‌ ସାଙ୍ଗକୁ ଟ୍ରାଇ କଲର୍‌ ଥିମ୍‌ ବାଲା ଦୁପଟ୍ଟା ବା ଚୁନି ପକାଇ ବି ଆରାମରେ ଟ୍ରାଇ କଲର୍‌ ଲୁକ୍‌ ପାଇହେବ। ଯଦି ଟ୍ରାଇ କଲର୍‌ ଦୁପଟ୍ଟା ଆପଣଙ୍କର ପସନ୍ଦ ନୁହେଁ ତା’ହେଲେ ଧଳା ରଙ୍ଗର ସାଲଓ୍ବାର୍‌ ଉପରେ କେବଳ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଦୁପଟ୍ଟା ବି ପକାଇ ପାଇପାରିବେ।

* ଟ୍ରାଇ କଲର୍‌ ଆସେସରିଜ୍‌: ଶାଢି ହେଉ ଅବା ସାଲଓ୍ବାର୍‌ ଶୁଟ୍‌ ସହିତ ଯଦି ମ୍ୟାଚିଂ କରି ଚୁଡ଼ି, ଇୟର ରିଂ ଓ ବିନ୍ଦି ପିନ୍ଧାଯାଏ ତା’ହେଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ବିଶେଷକରି ସାଧାରଣତନ୍ତ୍ର ଦିବସ ଭଳି ଖାସ୍‌ ଦିନରେ ଯଦି ଟ୍ରାଇ କଲର୍‌ ଥିମ୍‌ ବାଲା ଫ୍ୟାଶନ ଆସେସରିଜ୍‌କୁ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧାଯାଏ, ତା’ହେଲେ ତ ଟ୍ରାଇ କଲର୍‌ ଲୁକ୍‌ ବେଶ୍‌ ଆରାମରେ ମିଳିଯାଏ।

* ଟ୍ରାଇ କଲର୍‌ ନେଲ୍‌ଆର୍ଟ: ଟ୍ରାଇ କଲର୍‌ ନେଲ୍‌ଆର୍ଟର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ବିଶେଷକରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଷ୍ଟ୍ରାଇପ୍‌, ଭର୍ଟିକାଲ୍‌, ହରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ ଆର୍ଟ ଯୁବତୀଙ୍କୁ ଭିନ୍ନ ଲୁକ୍‌ ଦେଇଥାଏ।

* ମେକ୍‌ଅପ୍‌ରେ ଦେଶୀ ଲୁକ୍‌: ଏଭଳି ଏକ ବିଶେଷ ଦିନରେ ଟିକେ ଡିଫରେଣ୍ଟ ଲୁକ୍‌ ପାଇବା ପାଇଁ ଯୁବତୀମାନେ ଚାହିଁଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇଶାଡୋ ଲଗାଇପାରିବେ। ନଚେତ୍‌ ଗାଲରେ ଟ୍ରାଇ କଲର୍‌ର ଆର୍ଟିଫିସିଆଲ୍‌ ଷ୍ଟିକର୍‌ ଟାଟୁ ବି ଲଗାଇପାରିବେ। କେଶକୁ ବି ଚାହିଁଲେ ଟ୍ରାଇ କଲର୍‌ କରି ଭିନ୍ନ ଲୁକ୍‌ ପାଇପାରିବେ।

* ଘରର ସାଜସଜ୍ଜାରେ ଟ୍ରାଇ କଲର୍‌: କେବଳ ନିଜକୁ ନୁହେଁ ଏହିଦିନ ଘରକୁ ବି ଟ୍ରାଇ କଲର୍‌ ଥିମ୍‌ରେ ସଜାଇ ଭିନ୍ନ ଲୁକ୍‌ ଦେଇପାରିବେ। ଯେମିତିକି, ତ୍ରିରଙ୍ଗାର ତିନୋଟି ରଙ୍ଗକୁ ମ୍ୟାଚ୍‌ କଲା ଭଳି ବେଲୁନ୍‌ କିଣି ଘରକୁ ସଜାଇପାରିବେ। ନଚେତ୍‌ ତ୍ରିରଙ୍ଗାର ତିନି ରଙ୍ଗକୁ ମ୍ୟାଚ୍‌ କଲା ଭଳି ରଙ୍ଗୀନ କାଗଜକୁ ବିଭିନ୍ନ ଡିଜାଇନ୍‌ର ଫୁଲ ହେଉ ଅବା ପ୍ରଜାପତି ଶେପ୍‌ରେ କାଟି ତାହାକୁ କାନ୍ଥରେ ଟାଙ୍ଗି ମଧ୍ୟ ଘରକୁ ଭିନ୍ନ ଲୁକ୍‌ ଦେଇପାରିବେ। ଘରର କାନ୍ଥ ହେଉ ଅବା ପିଲାଙ୍କ ଷ୍ଟଡି ଟେବୁଲ୍‌ରେ ଛୋଟ ଛୋଟ ତ୍ରିରଙ୍ଗା ଲଗାଇ ବି ଘରକୁ ଭିନ୍ନ ଲୁକ୍‌ ଦେଇହେବ। ବେଡ୍‌ରୁମ୍‌ର ସାଜସଜ୍ଜା ପାଇଁ ଆପଣ ଚାହିଁଲେ ନାରଙ୍ଗୀ, ଧଳା ତଥା ସବୁଜ ରଙ୍ଗର ଡୋର୍‌ ସ୍କ୍ରିନ୍‌ ଲଗାଇ ରୁମ୍‌କୁ ଡେକୋରେଟ୍‌ କରିପାରିବେ। ସେହିପରି ସୋଫା ହେଉ ଅବା କୁସନ୍‌ରେ ତ୍ରିରଙ୍ଗା ରଙ୍ଗକୁ ମ୍ୟାଚ୍‌ କଲା ଭଳି ଭିନ୍ନ ଭିନ୍ନ ରଙ୍ଗର କଭର୍‌ କିଣି ଭିନ୍ନ ଲୁକ୍‌ ଦେଇପାରିବେ। ଆପଣ ଚାହିଁଲେ ଟ୍ରାଇ କଲର୍‌ ଥିମ୍‌ର ଫୁଲକୁଣ୍ଡ ଆଣି ତାହାକୁ ଫୁଲ ଦ୍ୱାରା ସଜାଇ ପାରିବେ ନଚେତ୍‌ ସେଥିରେ କିଛିଟା ଇଣ୍ଡୋର ପ୍ଲାଣ୍ଟ ବି ଲଗାଇ ଘରକୁ ଭିନ୍ନ ଲୁକ୍‌ ଦେଇପାରିବେ। ଏସବୁବାଦ୍‌ ରଙ୍ଗୋଲୀ ଦ୍ୱାରା ବି ସାଧାରଣତନ୍ତ୍ର ଦିବସରେ ଘରକୁ ଆକର୍ଷଣୀୟ ଲୁକ୍‌ ଦେଇହେବ। ଟ୍ରାଇ କଲର୍‌ ଥିମ୍‌ରେ ଘରର ବିଭିନ୍ନ ସ୍ଥାନରେ ଖୁବ୍‌ ସୁନ୍ଦର ସୁନ୍ଦର ଝୋଟି କରି ଘରକୁ ସୁନ୍ଦର ଭାବେ ସଜାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri