ଟ୍ରେଣ୍ଡି ଓ୍ବିଣ୍ଟର ଫ୍ୟାଶନ

ଶୀତଦିନେ କେଉଁଭଳି ନିଜକୁ ସଜାଇଲେ ଶୀତରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍‌ ଲାଗିବେ, ସେ ନେଇ ଅନେକଙ୍କର ଚିନ୍ତା ରହିଥାଏ। ହେଲେ ଏବେ ତ ମାର୍କେଟ୍‌କୁ ଅନେକ ଭେରାଇଟିର ଆକର୍ଷଣୀୟ ଶୀତବସ୍ତ୍ର ସାଙ୍ଗକୁ ଷ୍ଟାଇଲିଶ୍‌ ଓ୍ବିଣ୍ଟର୍‌ କ୍ୟାପ୍‌ ଓ ଟ୍ରେଣ୍ଡି ଫୁଟ୍‌ଓ୍ବେର୍‌ ସବୁ ଆସିଗଲାଣି, ଯାହାକୁ ପିନ୍ଧି ଯେ କେହି ବି ସୁନ୍ଦର ଲାଗିପାରିବେ। ଆସନ୍ତୁ ଜାଣିବା ସେ ନେଇ କିଛି ସହଜ ଟିପ୍ସ…

ଜମ୍ପସୁଟ୍‌ ସହ ଶ୍ରଗ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସହିତ କମ୍ଫର୍ଟେବଲ୍‌ ଉପରେ ବିଶେଷ ଧ୍ୟାନ ଦେଉଥିବା ଯୁବତୀମାନେ ଚାହିଁଲେ ଜମ୍ପସୁଟ୍‌ ସହ ଶ୍ରଗ୍‌କୁ ମ୍ୟାଚିଂ କରି ପିନ୍ଧିପାରିବେ। ଏହାକୁ ପିନ୍ଧିଲେ ଶୀତରୁ ରକ୍ଷା ମିଳିବା ସହ ମନ ଭିତରେ କନ୍‌ଫିଡେଣ୍ଟ ଲେଭଲ୍‌ ବଢିଗଲା ଭଳି ଅନୁଭବ ହୋଇଥାଏ। ଖାସ୍‌ କରି ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଏହାକୁ ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।

ହୁଡେଡ୍‌ ଟି-ଶାର୍ଟ: ଶୀତଦିନେ ଦିନବେଳା ହେଉଥିବା ହାଲ୍‌କା ହାଲ୍‌କା ଥଣ୍ଡାରେ ହୁଡେଡ୍‌ ଟି-ଶାର୍ଟ ପିନ୍ଧିଲେ ବେଶ୍‌ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍‌ ଓ ଚେକ୍‌ ଷ୍ଟାଇଲ୍‌ ଟି-ଶାର୍ଟ ଦେଖିବାକୁ ଯେମିତି ସୁନ୍ଦର ଲାଗେ, ପିନ୍ଧିଲେ ସେମିତି ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳେ। ଏହାକୁ ଉଭୟ ଅଫିସ୍‌ ହେଉ କିମ୍ବା ସାଙ୍ଗମାନଙ୍କ ସହ ବୁଲିବାକୁ ଗଲାବେଳେ ପିନ୍ଧାଯାଇପାରେ। ସେହିପରି ଲୁକ୍‌କୁ ଆଉ ଟିକେ ଆକର୍ଷଣୀୟ କରିବାକୁ ଚାହୁଁଥିଲେ, ଏହା ସହିତ ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ବି ଟ୍ରାଏ କରିପାରିବେ। ଆଉ ସବୁଠୁ ଖାସ୍‌ କଥା ହେଉଛି ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍‌ର ହୁଡେଡ୍‌ ଟି-ଶାର୍ଟ ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି।

କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌: ଏହାକୁ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଯେମିତି ସୁନ୍ଦର ଲାଗିଥାଏ, ଠିକ୍‌ ସେମିତି ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହିତ ଏହାକୁ ପିନ୍ଧିଲେ ଡିଫରେଣ୍ଟ ଲୁକ୍‌
ମିଳିଥାଏ। ଖାସ୍‌ କରି ହାଲ୍‌କା ରଙ୍ଗରେ ଆସୁଥିବା କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌କୁ ଟ୍ରାଉଜର୍ସ କିମ୍ବା ଜିନ୍ସ ସହ ପେୟାର୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ରକ୍ଷା ମିଳିଥାଏ।

ଅଲ୍‌ ଟାଇମ୍‌ ହିଟ୍‌ ସ୍ବେଟର୍‌: ଶୀତଦିନେ ଶର୍ଟ ଷ୍ଟାଇଲ୍‌ ସ୍ବେଟର୍‌ଠାରୁ ଆରମ୍ଭ କରି ଓଭର୍‌ ସାଇଜ୍‌ ସ୍ବେଟର୍‌ ପର୍ଯ୍ୟନ୍ତ ଖୁବ୍‌ ଡିମାଣ୍ଡ ରହିଥାଏ। ସମୟାନୁସାରେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅନେକ ପରିବର୍ତ୍ତନ ଆସୁଥିଲେ ବି ସ୍ବେଟର୍‌ର ଚାହିଦା କେବେ ବି କମେ ନାହିଁ। ଖାସ୍‌ ସେଥିପାଇଁ ପ୍ରତିବର୍ଷ ଶୀତଦିନେ ମାର୍କେଟ୍‌ରେ କେତେ ଆକର୍ଷଣୀୟ ଡିଜାଇନ୍‌ର ସ୍ବେଟର୍‌ ବିକ୍ରି ହୋଇଥାଏ, ଯାହାକୁ ଉଭୟ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ।

ଟ୍ରେଣ୍ଡି ଷ୍ଟୋଲ୍‌: ଷ୍ଟୋଲ୍‌ ଆମକୁ ଶୀତରୁ ରକ୍ଷା କରିବା ସହ ଆମର ପର୍ସନାଲିଟିକୁ ବଢ଼ାଇବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ। ସେଥିପାଇଁ ଏହାର ଅନେକ ଭେରାଇଟି ମାର୍କେଟ୍‌ରେ ଦେଖିବାକୁ ମିଳିଥାଏ। ଖାସ୍‌ କରି ଲିଓପାର୍ଡ ପ୍ରିଣ୍ଟ ଷ୍ଟୋଲ୍‌, ପମ୍‌ ପମ୍‌ ଷ୍ଟୋଲ୍‌, ମଲ୍ଟିକଲର୍‌ ଷ୍ଟୋଲ୍‌, ଫ୍ଲୋରାଲ୍‌ ଡିଜାଇନ୍‌ ଷ୍ଟୋଲ୍‌ ଇତ୍ୟାଦିର ବେଶ୍‌ ଚାହିଦା ରହିଥାଏ ଯୁବପିଢିଙ୍କ ଭିତରେ।

ଓ୍ବିଣ୍ଟର କ୍ୟାପ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସହ ଶରୀରକୁ ଶୀତଦାଉରୁ ରକ୍ଷା କରିବା ପାଇଁ କେବଳ ଆକର୍ଷଣୀୟ ଆଉଟ୍‌ଫିଟ୍‌ କିମ୍ବା ଓ୍ବିଣ୍ଟର ଓ୍ବେର୍‌ ପିନ୍ଧିଦେଲେ ତ ହେବନି, ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ଓ୍ବିଣ୍ଟର୍‌ କ୍ୟାପ୍‌ର ବି ଆବଶ୍ୟକତା ପଡିବ। ଖାସ୍‌କରି ବେନି କ୍ୟାପ୍‌, କଲର୍‌-ବ୍ଲକ୍‌ ଫେଡୋରା କ୍ୟାପ୍‌, ପମ୍‌ ପମ୍‌ କ୍ୟାପ୍‌, ଲେଦର୍‌ ଷ୍ଟାଇଲ୍‌ ଫାବ୍ରିକ୍‌ କ୍ୟାପ୍‌ ଭଳି ଟ୍ରେଣ୍ଡି ଓ୍ବିଣ୍ଟର୍‌ କ୍ୟାପ୍‌ର ଏବେ ଖୁବ୍‌ ଚାହିଦା ଥିବା ଦେଖିବାକୁ ମିଳୁଛି।

ଓ୍ବିଣ୍ଟର ଫୁଟ୍‌ଓ୍ବେର୍‌: ଦେହ ଓ ମୁଣ୍ଡ ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେବା ପାଇଁ ବି ମାର୍କେଟ୍‌ରେ ଏବେ ଅନେକ ଭେରାଇଟିର ଓ୍ବିଣ୍ଟର୍‌ ଫୁଟ୍‌ଓ୍ବେର୍‌ ମିଳୁଛି। ଯେମିତିକି: ସ୍ନିକର୍ସ, ଆଙ୍କେଲ୍‌ ବୁଟ୍‌, ଓ୍ବେଦରପ୍ରୁଫ୍‌ ବୁଟ୍‌, ରାଇଡିଂ ବୁଟ୍‌ ଇତ୍ୟାଦି। ଯୁବତୀମାନେ ଚାହିଁଲେ ଏହିସବୁ ଫୁଟଓ୍ବେର୍‌କୁ ଟ୍ରାଏ କରି ଷ୍ଟାଇଲିଶ୍‌ ଲୁକ୍‌ ପାଇବା ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଞ୍ଚାଲଙ୍କା ଚଟଣି

ଆବଶ୍ୟକ ସାମଗ୍ରୀ- କଞ୍ଚା ଲଙ୍କା- ୨୦ଟି, ରସୁଣ- ୪ପାଖୁଡ଼ା, ଲେମ୍ବୁ ରସ-୧ ଚାମଚ, ସୋରିଷ- ୧ ଚାମଚ, ଜୀରା-୧ ଚାମଚ, ଧନିଆ ପତ୍ର- ଅଳ୍ପ (କଟା),...

ଏହି ୩ ବିଷୟରେ ଭୁଲ: ପକାଏ ସବୁଠୁ ବଡ଼ ଅସୁବିଧାରେ

ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ ବିଷୟରେ ବିସ୍ତୃତ ଭାବରେ ଅଧ୍ୟୟନ କରିଥିଲେ। ଯାହାକୁ ସେ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ତାଙ୍କର...

ରିକମ୍ବିନାଣ୍ଟ ଡିଏନ୍‌ଏ

”ଡିଏନ୍‌ଏର ଆକୃତି ଓ କାର୍ଯ୍ୟପ୍ରଣାଳୀ ବିଷୟରେ ଜେମ୍ସ ୱାଟ୍‌ସନ ଓ ଫ୍ରାନ୍ସିସ୍‌ କ୍ରିକ୍‌ ପ୍ରଥମେ ଗବେଷଣା କରିଥିଲେ, ଯାହା ୧୯୫୩ ମସିହାରେ ପ୍ରସିଦ୍ଧ ‘ନେଚର ପତ୍ରିକା’ରେ...

ଶୀତଦିନେ ଖାଆନ୍ତୁ ଟମାଟୋ, ମିଳିବ ଅନେକ ସମସ୍ୟାରୁ ମୁକ୍ତି

ଶୀତଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ। -ଏଥିରେ ଭିଟାମିନ୍‌...

ଚର୍ବି ପରିମାଣ କମାଏ ଟମାଟୋ

ଟମାଟୋରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଆମ ଶରୀରରେ ଚର୍ବି ପରିମାଣକୁ କମାଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ...

ନବରାତ୍ରିରେ ମା’ଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ: ମନସ୍କାମନା ହେବ ପୂର୍ଣ୍ଣ

ଲବଙ୍ଗକୁ ଏକ ଚମତ୍କାର ମସଲା ସହ ପ୍ରଭାବଶାଳୀ ଶକ୍ତି ଭାବରେ ବିବେଚନା କରାଯାଏ। ନବରାତ୍ରିରେ ଦେବୀଙ୍କ ପୂଜାରେ ଲବଙ୍ଗ ବହୁଳ ବ୍ୟବହୃତ ହୁଏ। କୁହାଯାଏ ମନସ୍କାମନା...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ଚୋପା…

ଡାଳିମ୍ବ ଖାଇସାରିବା ପରେ ଏହାର ଚୋପାକୁ ଫିଙ୍ଗି ଦିଆ ଯାଇଥାଏ। କିନ୍ତୁ ଏହାର ବହୁ ଉପକାରୀ ଗୁଣ ରହିଛି। ଏହାର ଚୋପାକୁ ପାଣିରେ ଭିଜାଇ ଜୁସ୍‌...

ଲେଖିବାବେଳେ ଶିଶୁ ପାଲଟି ଯାଏ

ପ୍ରାୟ ଚାରି ଦଶନ୍ଧି ଧରି ତାଙ୍କର କବିତା,ଗଳ୍ପ, ଭ୍ରମଣ କାହାଣୀ, ଜୀବନୀ, ଉପନ୍ୟାସ, ପ୍ରବନ୍ଧ, ରମ୍ୟ ରଚନା ସହ ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ଖୁବ୍‌...

Advertisement


Archives

Model This Week