Posted inଫୁରସତ

ଟ୍ରେଣ୍ଡି ରାଖୀ

ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀ ମନରେ ଯେଉଁ ଉତ୍କଣ୍ଠା ଥାଏ, ତାହାକୁ ଲକ୍ଷ୍ୟ କରି ଏବେ କେତେ ନୂଆ ନୂଆ ଡିଜାଇନ୍‌ର ରାଖୀ ମିଳିଲାଣି। ତନ୍ମଧ୍ୟରୁ କେତୋଟି ଟ୍ରେଣ୍ଡି ରାଖୀ ସମ୍ପର୍କରେ…

ରାଖୀ ପୂର୍ଣ୍ଣିମା। ପ୍ରତିଟି ଭାଇଭଉଣୀଙ୍କ ପାଇଁ ଏହା ହେଉଛି ଏକ ଖାସ୍‌ ଦିନ। ପରସ୍ପର ଭିତରେ ଯେତେ ମାନଅଭିମାନ, ରାଗରୁଷା, ବାଦବିବାଦ ଥାଉନା କାହିଁକି ସବୁକୁ ପଛରେ ପକାଇ ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀଟିଏ ବେଶ୍‌ ଉତ୍ସାହର ସହ ଅପେକ୍ଷା କରି ରହିଥାଏ ଏହି ଶୁଭ ଦିନକୁ। ଏହି ପବିତ୍ର ମୁହୂର୍ତ୍ତରେ ଭାଇ ହାତରେ ରାଖୀ ବାନ୍ଧି ତା’ର ଶୁଭ ମନାସିବା ସହ ନିଜର ସୁରକ୍ଷା ପାଇଁ ବି ଭାଇଠାରୁ ପ୍ରତିଶ୍ରୁତି ନେଇଥାଏ ଭଉଣୀଟିଏ। ସେଥିପାଇଁ ତ ସିଏ କେତେ ସରାଗରେ ରାଖୀଟିଏ କିଣି ଆଣିଥାଏ ବଜାରରୁ। ଅନ୍ୟପକ୍ଷେ ଏହି ଅବସରକୁ ଆଖି ଆଗରେ ରଖି ବଜାରରେ ବି ବିକ୍ରି ହୋଇଥାଏ ନାନାଦି ଡିଜାଇନ୍‌ର ରାଖୀ। ତେଣୁ ଏଠାରେ ସେମିତି କେତୋଟି ଟ୍ରେଣ୍ଡି ରାଖୀ ସମ୍ପର୍କରେ ଉଲ୍ଲେଖ କରାଗଲା।

* ଫଟୋ ଥିବା ରାଖୀ: ଏବେ ବଜାରରେ ଏକ ନୂଆ ଧରଣର ରାଖୀ ମିଳୁଛି; ଯେଉଁଥିରେ କେବଳ ଭାଇ ହେଉ ଅବା ଭଉଣୀ କିମ୍ବା ଉଭୟ ଭାଇଭଉଣୀଙ୍କର ଫଟୋ ଲାଗିପାରିବ। ଏହି ଫଟୋ ଥିମ୍‌ବାଲା ରାଖୀ ଦେଖିବାକୁ ଯେମିତି ସୁନ୍ଦର ଲାଗେ ଏହାକୁ ଭାଇ ହାତରେ ବାନ୍ଧିଲେ ବି ସେମିତି ଆକର୍ଷଣୀୟ ଲୁକ୍‌ ମିଳିଥାଏ। ତା’ଛଡ଼ା ଏହି ଷ୍ଟାଇଲ୍‌ର ରାଖୀକୁ ନିଜ ପାଖେ ସ୍ମୃତି କରି ସାଇତି ରଖିବାକୁ ମଧ୍ୟ ଇଚ୍ଛା ହୋଇଥାଏ।

* ନାମ ଲେଖାଥିବା ରାଖୀ: ଏହି ପବିତ୍ର ଦିବସ ଅବସରରେ ଆପଣ ଚାହିଁଲେ ଭାଇ ହାତରେ ତାଙ୍କ ନାମ ଲେଖାଥିବା ରାଖୀ ବି ବାନ୍ଧି ପାରିବେ। ଏଥିପାଇଁ ବଜାରରେ ଏବେ ବହୁତ ପ୍ରକାରର ସୁବିଧା ଉପଲବ୍ଧ ହେଲାଣି। ନିଜ ନାମ ଲେଖା ଥିବା ରାଖୀ ଦେଖିଲେ ଭାଇମାନେ ନିଶ୍ଚୟ ଖୁସି ହେବେ, ଏଥିରେ ସନ୍ଦେହ ନାହିଁ।

*ଭାଇ ଲେଖା ଥିବା ରାଖୀ: ହିନ୍ଦୀ ଅକ୍ଷରରେ ଭାଇ ଲେଖା ହୋଇଥିବା ରାଖୀ ବି ଦେଖିବାକୁ ବେଶ୍‌ ଟ୍ରେଣ୍ଡି ଲାଗିଥାଏ। ରାଖୀ ଅବସରରେ ଭାଇମାନଙ୍କ ହାତରେ ବାନ୍ଧିବା ପାଇଁ ଏହି ଷ୍ଟାଇଲ୍‌ର ରାଖୀ ଏକ ଭଲ ବିକଳ୍ପ ।

* ବଡ଼ା ଭାଇ, ଛୋଟା ଭାଇ ରାଖୀ: ହିନ୍ଦୀରେ ବଡ଼ ଭାଇ ହୋଇଥିଲେ ‘ବଡ଼ା ଭାଇ’ ଆଉ ସାନ ଭାଇ ହୋଇଥିଲେ ‘ଛୋଟା ଭାଇ’ ବୋଲି କୁହାଯାଇଥାଏ। ଆଉ ଏହି ଥିମ୍‌କୁ ନେଇ ତିଆରି ହୋଇଥିବା ରାଖୀ ବି ଭାଇମାନଙ୍କ ହାତରେ ବାନ୍ଧିବା ପାଇଁ ଭଲ ବିକଳ୍ପ ହୋଇଥାଏ। କୁହାଯାଏ, ରାଖୀ ଅବସରରେ ଯଦି ଏହି ଷ୍ଟାଇଲ୍‌ର ରାଖୀ ଭାଇମାନଙ୍କ ହାତରେ ବନ୍ଧାଯାଏ ତା’ହେଲେ ସେମାନଙ୍କୁ ଖାସ୍‌ ଲାଗିବା ସହ ଖୁବ୍‌ ଆନନ୍ଦ ବି ମିଳିଥାଏ।

*ବ୍ରୋ ଲେଖାଥିବା ରାଖୀ: ଭାଇ ବା ବ୍ରଦର୍‌କୁ ଏବେ ଷ୍ଟାଇଲ୍‌ରେ ଅନେକେ କେବଳ ବ୍ରୋ କହୁଥିବା ଶୁଣିବାକୁ ମିଳୁଛି। କେବଳ ଶୁଣାଯାଉନି ରାଖୀ ପୂର୍ଣ୍ଣିମା ପାଇଁ ବି ଏବେ ବଜାରରେ ଇଂଲିଶ ଅକ୍ଷରରେ ବ୍ରୋ ଲେଖା ହୋଇଥିବା ଏକ ସ୍ବତନ୍ତ୍ର ଧରଣର ରାଖୀ ବି ମିଳୁଛି; ଯାହା ଦେଖିବାକୁ ଖୁବ୍‌ ଟ୍ରେଣ୍ଡି ମଧ୍ୟ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri