ସମ୍ବଲପୁରରେ ଟ୍ରେଣ୍ଡ୍‌ସ ମ୍ୟାନର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ନୂଆଦିଲ୍ଲୀ,୧୫।୪: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ଟେଣ୍ଡ୍‌ସର ସ୍ବତନ୍ତ୍ର ଷ୍ଟୋର ଟ୍ରେଣ୍ଡ୍‌ସ ମ୍ୟାନ୍‌ ଏବଂ ଟ୍ରେଣ୍ଡ୍‌ସ ଓମ୍ୟାନ୍‌ ଆଉଟ୍‌ଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ଓଡ଼ିଶା ବଜାରରେ ବ୍ରାଣ୍ଡ୍‌ର ଉକ୍ତ ଷ୍ଟୋରଗୁଡିକ ଖୋଲିଥିବା ଜଣାପଡ଼ିଛି। ଏପରିକି ସମ୍ବଲପୁର ସହରରେ ଟ୍ରେଣ୍ଡ୍‌ସ ମ୍ୟାନ୍‌ ଏବଂ କେନ୍ଦ୍ରାପଡ଼ା ସହରରେ ଟ୍ରେଣ୍ଡ୍‌ସ ଓମ୍ୟାନ୍‌ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି।
ସେହିଭଳି ଉଭୟ ସହରର ଷ୍ଟୋର୍‌ ଦ୍ୱୟରେ ଯଥାକ୍ରମେ ପୁରୁଷ ଏବଂ ମହିଳାଙ୍କ ପାଇଁ ବ୍ୟାପକ ବର୍ଗର ପୋଷାକ ଉପଲବ୍ଧ। ଅପରପକ୍ଷରେ ସମ୍ବଲପୁର ସହରର ଟ୍ରେଣ୍ଡ୍‌ସ ମ୍ୟାନ୍‌ ଓ କେନ୍ଦ୍ରାପଡ଼ା ସହରର ଟ୍ରେଣ୍ଡ୍‌ସ ଓମ୍ୟାନ୍‌ ଷ୍ଟୋର୍‌ ଦ୍ୱୟରେ ଗ୍ରାହକମାନଙ୍କ ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋର ଦୁଇଟିକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଏପରିକି ଉପରୋକ୍ତ ସହର ଦ୍ୱୟର ଗ୍ରାହକମାନେ ବର୍ତ୍ତମାନ ଟ୍ରେଣ୍ଡି ମେନ୍ସ ଏବଂ ଟ୍ରେଣ୍ଡି ଓମେନ୍ସ ୱିୟରଗୁଡିକୁ ସ୍ବତନ୍ତ୍ର ମୂଲ୍ୟରେ ପାଇବା ସହ କିଣାକିଣିର ଚମତ୍କାର ଅନୁଭୂତି ପାଇପାରିବେ। ବିଶେଷକରି ଉଭୟ ଷ୍ଟୋରରେ ଗ୍ରାହକମାନଙ୍କ ପାଇଁ ସ୍ବତନ୍ତ୍ର ଉଦ୍‌ଘାଟନୀ ଅଫର ମଧ୍ୟ ପ୍ରଦାନ କରାଯାଉଛି। ୨୯୯୯ ଟଙ୍କାର କିଣାକିଣି କରି ୧୦୦୦ ଟଙ୍କା ମୂଲ୍ୟର ସାମଗ୍ରୀ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ସେହିଭଳି ୨୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୧୫୦୦ ଟଙ୍କା ମୂଲ୍ୟର କୁପନ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଏପରିକି ୧୫୦୦ ବର୍ଗଫୁଟ ବିଶିଷ୍ଟ ସ୍ବତନ୍ତ୍ର ମ୍ୟାନ୍‌ ଓ ଓମ୍ୟାନ୍‌ ଷ୍ଟୋର୍‌ ଯଥାକ୍ରମେ ସମ୍ବଲପୁର ଏବଂ କେନ୍ଦ୍ରାପଡ଼ା ସହରରେ ପ୍ରଥମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଟ୍ରେଣ୍ଡ୍‌ସ ମ୍ୟାନ୍‌ ଓ ଟ୍ରେଣ୍ଡ୍‌ସ ଓମ୍ୟାନ୍‌ର ଶାଖା ସଂଖ୍ୟା ବିସ୍ତାର କରିବା ସହ ଗ୍ରାହକଙ୍କ ନିକଟତର ହେବା ସହ ଭାରତର ଫ୍ୟାଶନରେ ଗଣତନ୍ତ୍ରର ଏହା ବିକାଶ କରିଛି। ଏପରିକି ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ଼ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭକରି ଟିୟର-୧, ଟିୟର-୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚତ୍ବା ସହ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେଶନ ମଧ୍ୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri