ରିଅଲ୍‌ମି ନାର୍‌ଜୋ ଏନ୍‌ ୫୫ ଉନ୍ମୋଚିତ

ନୂଆଦିଲ୍ଲୀ,୧୫।୪: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିଅଲ୍‌ମିର ନାର୍‌ଜୋ ଏନ୍‌୫୫ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୬୪ଏମ୍‌ପି କ୍ୟାମେରା ଓ ୩୩ ୱାଟ୍‌ ଚାର୍ଜିଂକୁ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି। ଏଥିରେ ମିନି କ୍ୟାପ୍‌ସୁଲ ଫିଚର ମଧ୍ୟ ରହିଛି, ଯାହା ୩ଟି ଗୁରୁତ୍ୱପୂର୍ଣ୍ଣ ଫିଚର, ଚାର୍ଜ ନୋଟିଫିକେଶନ, ଡାଟା ୟୁସେଜ୍‌ ନୋଟିଫିକେଶନ ଓ ଷ୍ଟେପ୍‌ ନୋଟିଫିକେଶନ ପ୍ରଦାନ କରୁଛି। ସେହିଭଳି ରିଅଲ୍‌ମି ନାର୍‌ଜୋ ଏନ୍‌୫୫ରେ ଥିବା ବିଶାଳ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ଉପଭୋକ୍ତାଙ୍କୁ ଦୀର୍ଘସ୍ଥାୟୀ ପାୱାର ପ୍ରଦାନ କରୁଛି। ଏହି ସ୍ମାର୍ଟଫୋନ୍‌ ୩୩ ୱାଟ୍‌ ସୁପରଭିଓଓସି ଚାର୍ଜିଂ ସଲ୍ୟୁଶନ ସହ ଆସୁଛି ଯାହା ଶୀଘ୍ର ଚାର୍ଜିଂ ସୁବିଧା ଦେବା ପାଇଁ ହାଇ-ଭୋଲ୍‌ଟେଜ୍‌, ଲୋ-କରେଣ୍ଟ ଚାର୍ଜିଂ ଟେକ୍ନୋଲୋଜିର ବ୍ୟବହାର କରୁଛି। ଏହା ୧୨ଜିବି ପର୍ଯ୍ୟନ୍ତ ଡାଇନାମିକ୍‌ ରାମ୍‌ ସହିତ ୪ଜିବି+୬୪ଜିବି ଓ ୬ଜିବି+୧୨୮ଜିବିର ଷ୍ଟୋରେଜ୍‌, ମିଡିଆଟେକ୍‌ ହେଲିଓ ଜି୮୮ ଚିପ୍‌ସେଟ୍‌, ୯୦ଏଚ୍‌ଜେଡ୍‌ ଏଫ୍‌ଏଚ୍‌ଡି+ ଡିସ୍‌ପ୍ଲେ ପ୍ରଦାନ କରୁଛି। ରିଅଲ୍‌ମି ନାର୍‌ଜୋ ଏନ୍‌୫୫ ଶକ୍ତିଶାଳୀ ଅପ୍‌ଗ୍ରେଡେଡ୍‌ ଫିଚର ଏବଂ ୪ଟି ପ୍ରମୁଖ କ୍ଷେତ୍ର ଚାର୍ଜିଂ, କ୍ୟାମେରା, ଷ୍ଟୋରେଜ୍‌ ଓ ଡିଜାଇନରେ ଅତ୍ୟାଧୁନିକ ବୈଷୟିକ ସୁବିଧା ସହିତ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ପ୍ରସ୍ତୁତ ରହିଛି। ରିଅଲ୍‌ମି ନାର୍‌ଜୋ ଏନ୍‌୫୫ ଦୁଇଟି ଆକର୍ଷଣୀୟ ରଙ୍ଗ- ପ୍ରାଇମ୍‌ ବ୍ଲୁ ଓ ପ୍ରାଇମ୍‌ ବ୍ଲାକ୍‌ରେ ଉପଲବ୍ଧ ଏବଂ ଏହା ଦୁଇଟି ଭାରିଆଣ୍ଟରେ ୪ଜିବି+୬୪ଜିବି ଓ ୬ଜିବି+୧୨୮ଜିବି ପାଇଁ ଯଥାକ୍ରମେ ୧୦,୯୯୯ ଟଙ୍କା ଓ ୧୨,୯୯୯ ଟଙ୍କାରେ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?