ସମ୍ବଲପୁରରେ ଟ୍ରେଣ୍ଡ୍‌ସ ମ୍ୟାନର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ନୂଆଦିଲ୍ଲୀ,୧୫।୪: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ଟେଣ୍ଡ୍‌ସର ସ୍ବତନ୍ତ୍ର ଷ୍ଟୋର ଟ୍ରେଣ୍ଡ୍‌ସ ମ୍ୟାନ୍‌ ଏବଂ ଟ୍ରେଣ୍ଡ୍‌ସ ଓମ୍ୟାନ୍‌ ଆଉଟ୍‌ଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ଓଡ଼ିଶା ବଜାରରେ ବ୍ରାଣ୍ଡ୍‌ର ଉକ୍ତ ଷ୍ଟୋରଗୁଡିକ ଖୋଲିଥିବା ଜଣାପଡ଼ିଛି। ଏପରିକି ସମ୍ବଲପୁର ସହରରେ ଟ୍ରେଣ୍ଡ୍‌ସ ମ୍ୟାନ୍‌ ଏବଂ କେନ୍ଦ୍ରାପଡ଼ା ସହରରେ ଟ୍ରେଣ୍ଡ୍‌ସ ଓମ୍ୟାନ୍‌ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି।
ସେହିଭଳି ଉଭୟ ସହରର ଷ୍ଟୋର୍‌ ଦ୍ୱୟରେ ଯଥାକ୍ରମେ ପୁରୁଷ ଏବଂ ମହିଳାଙ୍କ ପାଇଁ ବ୍ୟାପକ ବର୍ଗର ପୋଷାକ ଉପଲବ୍ଧ। ଅପରପକ୍ଷରେ ସମ୍ବଲପୁର ସହରର ଟ୍ରେଣ୍ଡ୍‌ସ ମ୍ୟାନ୍‌ ଓ କେନ୍ଦ୍ରାପଡ଼ା ସହରର ଟ୍ରେଣ୍ଡ୍‌ସ ଓମ୍ୟାନ୍‌ ଷ୍ଟୋର୍‌ ଦ୍ୱୟରେ ଗ୍ରାହକମାନଙ୍କ ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋର ଦୁଇଟିକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଏପରିକି ଉପରୋକ୍ତ ସହର ଦ୍ୱୟର ଗ୍ରାହକମାନେ ବର୍ତ୍ତମାନ ଟ୍ରେଣ୍ଡି ମେନ୍ସ ଏବଂ ଟ୍ରେଣ୍ଡି ଓମେନ୍ସ ୱିୟରଗୁଡିକୁ ସ୍ବତନ୍ତ୍ର ମୂଲ୍ୟରେ ପାଇବା ସହ କିଣାକିଣିର ଚମତ୍କାର ଅନୁଭୂତି ପାଇପାରିବେ। ବିଶେଷକରି ଉଭୟ ଷ୍ଟୋରରେ ଗ୍ରାହକମାନଙ୍କ ପାଇଁ ସ୍ବତନ୍ତ୍ର ଉଦ୍‌ଘାଟନୀ ଅଫର ମଧ୍ୟ ପ୍ରଦାନ କରାଯାଉଛି। ୨୯୯୯ ଟଙ୍କାର କିଣାକିଣି କରି ୧୦୦୦ ଟଙ୍କା ମୂଲ୍ୟର ସାମଗ୍ରୀ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ସେହିଭଳି ୨୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୧୫୦୦ ଟଙ୍କା ମୂଲ୍ୟର କୁପନ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଏପରିକି ୧୫୦୦ ବର୍ଗଫୁଟ ବିଶିଷ୍ଟ ସ୍ବତନ୍ତ୍ର ମ୍ୟାନ୍‌ ଓ ଓମ୍ୟାନ୍‌ ଷ୍ଟୋର୍‌ ଯଥାକ୍ରମେ ସମ୍ବଲପୁର ଏବଂ କେନ୍ଦ୍ରାପଡ଼ା ସହରରେ ପ୍ରଥମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଟ୍ରେଣ୍ଡ୍‌ସ ମ୍ୟାନ୍‌ ଓ ଟ୍ରେଣ୍ଡ୍‌ସ ଓମ୍ୟାନ୍‌ର ଶାଖା ସଂଖ୍ୟା ବିସ୍ତାର କରିବା ସହ ଗ୍ରାହକଙ୍କ ନିକଟତର ହେବା ସହ ଭାରତର ଫ୍ୟାଶନରେ ଗଣତନ୍ତ୍ରର ଏହା ବିକାଶ କରିଛି। ଏପରିକି ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ଼ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭକରି ଟିୟର-୧, ଟିୟର-୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚତ୍ବା ସହ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେଶନ ମଧ୍ୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?