ସାରା ଓଡ଼ିଶାରେ ଶୁଭୁଛି chi chi chi re nani chi, ରହସ୍ୟ ଜାଣି ହେବେ ତାଜୁବ!

ଭୁବନେଶ୍ୱର,୧୩।୧: ଛି ଛି ଛିରେ ନନୀ ଛି ଛି’…ଏବେ ଯେଉଁଠି ଶୁଣିବ ସେଇଠି ଶୁଭୁଛି ଏଇ ଗୀତ। ପିଲାଠୁ ବୁଢା ଯାଏ ସବୁଠି ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ, ଛି ଛି ଛିରେ ନନୀ ଛି ଛି। ଏବେ ଏଇ ଗୀତ ଗତ କିଛିଦିନ ଧରି ରାଜ୍ୟରେ ଚହଳ ସୃଷ୍ଟି କରୁଛି। ସମସ୍ତେ ଏହି ଗୀତରେ ଏବେ ରିଲ୍ସ ମଧ୍ୟ କଲେଣି। ସହରଠୁ ଗାଁ ହେଉ କି ଉପାନ୍ତ ଅଞ୍ଚଳଯାଏ ଏବେ କେବଳ ଗୋଟିଏ ଗୀତ। ତେବେ ହଠାତ ଏ ଗୀତ ଏତେ ଲୋକପ୍ରିୟତା କେମିତି ହାସଲ କଲା, ଆସନ୍ତୁ ଜାଣିବା।

ସୋସିଆଲ ମିଡିଆରେ ୟୁଟ୍ୟୁବ, ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଲୋକ ଏହାକୁ ପସନ୍ଦ କରୁଛନ୍ତି ଓ ଏ ଗୀତର ତାଳେ ତାଳେ ରିଲ୍ସ ମଧ୍ୟ କରୁଛନ୍ତି। । କିନ୍ତୁ ଆପଣ କ’ଣ ଜାଣନ୍ତି ଏ ଗୀତ କେମିତି ଆସିଲା, ଏହାକୁ କିଏ ରଚନା କରିଥିଲା । କହିରଖୁଛୁ କି, ଏହି ଗୀତ ୨୪ ବର୍ଷ ତଳେ ବୋଲାଯାଇଥିଲା। ଯାହା ୨୦୨୫ ନୂଆବର୍ଷରେ ବେଶ ଭାଇରାଲ ହେଉଛି। ତେବେ ୨୪ ବର୍ଷ ତଳର ଏ ଗୀତ ହଠାତ କାହିଁକି ସମସ୍ତଙ୍କ ମନକୁ ଛୁଉଁଛି । କାହିଁକି ଲୋକେ ଏ ଗୀତରେ ଏତେ ମତୁଆଲା ହେଉଛନ୍ତି ? ଜାଣିବା ଏହା ପଛର କାରଣ..

କ୍ରମଶଃ ସୋସିଆଲ ମିଡିଆରେ ଲୋକେ ରିଲ୍ସ ଦେଖିବା ବଢାଇଛନ୍ତି । ଡ୍ୟାନ୍ସ, ଗୀତ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଲୋକେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଛନ୍ତି। ଆଉ ଏହି ସମୟରେ ଦେଖିବାକୁ ମିଳୁଛି ଯେ, ପ୍ରେମ ଓ ଧୋକା ସହ ଜଡିତ କିଛି ପୁରୁଣା ଗୀତ ଭାଇରାଲ ହେଲେ ଲୋକେ ସେଥିରେ ରିଲ୍ସ କରିବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଏହି ଛି ଛି ଛିରେ ନନୀ ଛି ଛି ଗୀତଟି ବେକ୍ରଅପ୍‌ ଗୀତ ହୋଇଥିବାରୁ ଏଥିରେ ଯୁବବର୍ଗ ଅଧିକ ପ୍ରଭାବିତ ହୋଇ ରିଲ୍ସ ମଧ୍ୟ କରୁଛନ୍ତି। ୬ ବର୍ଷ ତଳେ କ୍ୟାସେଟ କାହାଣୀରୁ ବାହାରି ଡିଜିଟାଲ ଦୁନିଆଁ ଦେଖିଲା । ୨୦୧୮ରେ ୟୁଟ୍ୟୁବରେ ଅପଲୋଡ୍ ହେଲା ।  ହେଲେ ୨୦୨୫ ଯେ, ‘#ଛି_ଛି_ଛିରେ_ନନୀ_ଛି…’ ପାଇଁ ଗୋଲଡେନ୍ ଇୟର ପାଲଟିଯିବ ଏକଥା କିଏ କେବେ ଭାବିପାରିବ ?  କୋରାପୁଟିଆ ବିରହ ଗୀତଟିକୁ ଲେଖିଥିଲେ ଏବଂ ଗାଇଥିଲେ। ସାତବର୍ଷ ପୂର୍ବେ ଏ ଗୀତକୁ ଏ ଘରୋଇ ଚ୍ୟାନେଲରେ ମଧ୍ୟ ରିଲିଜ କରାଯାଇଥିଲା । ତେବେ ଲୋକଲୋଚନରୁ ଉଭେଇ ଯାଇଥିବା ଏ ଗୀତ ହଠାତ କିଛି ଦିନ ତଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଯାହାକୁ ପ୍ରାୟ ୬୦ ଲକ୍ଷରୁ ଅଧିକ ଲୋକ ୟୁଟ୍ୟୁବରେ ଦେଖି ସାରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏ ଗୀତର ଏକ ଲାଇନ ଲୋକଙ୍କୁ ଝୁମାଉଛି । ତାହା ହେଲା ‘ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ …

 


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri