ସାରା ଓଡ଼ିଶାରେ ଶୁଭୁଛି chi chi chi re nani chi, ରହସ୍ୟ ଜାଣି ହେବେ ତାଜୁବ!

ଭୁବନେଶ୍ୱର,୧୩।୧: ଛି ଛି ଛିରେ ନନୀ ଛି ଛି’…ଏବେ ଯେଉଁଠି ଶୁଣିବ ସେଇଠି ଶୁଭୁଛି ଏଇ ଗୀତ। ପିଲାଠୁ ବୁଢା ଯାଏ ସବୁଠି ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ, ଛି ଛି ଛିରେ ନନୀ ଛି ଛି। ଏବେ ଏଇ ଗୀତ ଗତ କିଛିଦିନ ଧରି ରାଜ୍ୟରେ ଚହଳ ସୃଷ୍ଟି କରୁଛି। ସମସ୍ତେ ଏହି ଗୀତରେ ଏବେ ରିଲ୍ସ ମଧ୍ୟ କଲେଣି। ସହରଠୁ ଗାଁ ହେଉ କି ଉପାନ୍ତ ଅଞ୍ଚଳଯାଏ ଏବେ କେବଳ ଗୋଟିଏ ଗୀତ। ତେବେ ହଠାତ ଏ ଗୀତ ଏତେ ଲୋକପ୍ରିୟତା କେମିତି ହାସଲ କଲା, ଆସନ୍ତୁ ଜାଣିବା।

ସୋସିଆଲ ମିଡିଆରେ ୟୁଟ୍ୟୁବ, ଇନଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଲୋକ ଏହାକୁ ପସନ୍ଦ କରୁଛନ୍ତି ଓ ଏ ଗୀତର ତାଳେ ତାଳେ ରିଲ୍ସ ମଧ୍ୟ କରୁଛନ୍ତି। । କିନ୍ତୁ ଆପଣ କ’ଣ ଜାଣନ୍ତି ଏ ଗୀତ କେମିତି ଆସିଲା, ଏହାକୁ କିଏ ରଚନା କରିଥିଲା । କହିରଖୁଛୁ କି, ଏହି ଗୀତ ୨୪ ବର୍ଷ ତଳେ ବୋଲାଯାଇଥିଲା। ଯାହା ୨୦୨୫ ନୂଆବର୍ଷରେ ବେଶ ଭାଇରାଲ ହେଉଛି। ତେବେ ୨୪ ବର୍ଷ ତଳର ଏ ଗୀତ ହଠାତ କାହିଁକି ସମସ୍ତଙ୍କ ମନକୁ ଛୁଉଁଛି । କାହିଁକି ଲୋକେ ଏ ଗୀତରେ ଏତେ ମତୁଆଲା ହେଉଛନ୍ତି ? ଜାଣିବା ଏହା ପଛର କାରଣ..

କ୍ରମଶଃ ସୋସିଆଲ ମିଡିଆରେ ଲୋକେ ରିଲ୍ସ ଦେଖିବା ବଢାଇଛନ୍ତି । ଡ୍ୟାନ୍ସ, ଗୀତ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଲୋକେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଛନ୍ତି। ଆଉ ଏହି ସମୟରେ ଦେଖିବାକୁ ମିଳୁଛି ଯେ, ପ୍ରେମ ଓ ଧୋକା ସହ ଜଡିତ କିଛି ପୁରୁଣା ଗୀତ ଭାଇରାଲ ହେଲେ ଲୋକେ ସେଥିରେ ରିଲ୍ସ କରିବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଏହି ଛି ଛି ଛିରେ ନନୀ ଛି ଛି ଗୀତଟି ବେକ୍ରଅପ୍‌ ଗୀତ ହୋଇଥିବାରୁ ଏଥିରେ ଯୁବବର୍ଗ ଅଧିକ ପ୍ରଭାବିତ ହୋଇ ରିଲ୍ସ ମଧ୍ୟ କରୁଛନ୍ତି। ୬ ବର୍ଷ ତଳେ କ୍ୟାସେଟ କାହାଣୀରୁ ବାହାରି ଡିଜିଟାଲ ଦୁନିଆଁ ଦେଖିଲା । ୨୦୧୮ରେ ୟୁଟ୍ୟୁବରେ ଅପଲୋଡ୍ ହେଲା ।  ହେଲେ ୨୦୨୫ ଯେ, ‘#ଛି_ଛି_ଛିରେ_ନନୀ_ଛି…’ ପାଇଁ ଗୋଲଡେନ୍ ଇୟର ପାଲଟିଯିବ ଏକଥା କିଏ କେବେ ଭାବିପାରିବ ?  କୋରାପୁଟିଆ ବିରହ ଗୀତଟିକୁ ଲେଖିଥିଲେ ଏବଂ ଗାଇଥିଲେ। ସାତବର୍ଷ ପୂର୍ବେ ଏ ଗୀତକୁ ଏ ଘରୋଇ ଚ୍ୟାନେଲରେ ମଧ୍ୟ ରିଲିଜ କରାଯାଇଥିଲା । ତେବେ ଲୋକଲୋଚନରୁ ଉଭେଇ ଯାଇଥିବା ଏ ଗୀତ ହଠାତ କିଛି ଦିନ ତଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଯାହାକୁ ପ୍ରାୟ ୬୦ ଲକ୍ଷରୁ ଅଧିକ ଲୋକ ୟୁଟ୍ୟୁବରେ ଦେଖି ସାରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏ ଗୀତର ଏକ ଲାଇନ ଲୋକଙ୍କୁ ଝୁମାଉଛି । ତାହା ହେଲା ‘ଧନକେ ଦେଖିଲୁ ତୁଇ ନନୀ ସିନା, ମନକେ ଚିହ୍ନିଁଲୁ ନାଇଁ …

 


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri