ଜଙ୍ଗଲରୁ ଗଛ କାଟି ବନ୍ଧରେ ଲଗାଯାଇଛିି

ପଟ୍ଟାମୁଣ୍ଡାଇ,୧୯ା୧୧(ସ୍ବ.ପ୍ର.): ତଟାଞ୍ଚଳକୁ ସୁରକ୍ଷା ଦେବାକୁ ସରକାର ଲୁଣା ନଦୀ ବନ୍ଧଗୁଡ଼ିକର ମରାମତି, ପଥର ପ୍ୟାକିଂ ଓ ପ୍ରଶସ୍ତୀକରଣ ବାବଦକୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଯେଉଁ କାର୍ଯ୍ୟ ହେଉଛି ତାହା ୨ରୁ ୩ ମାସ ଭିତରେ ଖରାପ ହୋଇପଡୁଛି। ଏପରି ଏକ ଘଟଣା ଘଟିଛି ଆଳି ତଟବନ୍ଧ ବିଭାଗ ଅଧୀନ କେରୁଆଁପାଳ ପ୍ରଭାତି ରାସ୍ତାରେ। ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପଥର ପ୍ୟାକିଂ ଖସି ଯିବାରୁ ସେଥିରେ ବାଲି ବସ୍ତା ଦିଆଯାଇଥିଲା। ଏହି ବାଲି ବାସ୍ତା ବାହାରି ନ ଯିବା ପାଇଁ ସେଥିରେ ଜଙ୍ଗଲରୁ ମୂଲ୍ୟବାନ ଗଛ ବା ବହ୍ଲା ହାଣି ବ୍ୟବହାର କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ. କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କେରୁଆଁପାଳ ପଞ୍ଚାୟତ ପ୍ରଭାତୀ ଗଁା ଗହୀରମଥା ତଟବନ୍ଧ ପାଶର୍‌ବରେ ୪ ମାସ ତଳେ କରାଯାଇଥିବା ପଥର ପ୍ୟାକିଂ ଦୁଇ ମାସ ତଳେ ଧସି ଯାଇ ପଥର ସବୁ ନଦୀ ଗର୍ଭକୁ ଚାଲି ଯାଇଥିଲା। ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାର ପ୍ରତିକାର କରା ନ ଗଲେ ତଟଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରି କେରୁଆଁପାଳ ପଞ୍ଚାୟତର ଗ୍ରାମଗୁଡିକ ସମୁଦ୍ର ଲୁଣାନଦୀ ଗର୍ଭରେ ଲୀନ ହୋଇଯିବା ଆଶଙ୍କା ଦେଖି ସେଠାରେ ବାଲି ବସ୍ତା ଦିଆଯାଇଥିଲା। ମାତ୍ର ବାଲିବସ୍ତା ହୋଇଥିବା କାର୍ଯ୍ୟରେ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ବହ୍ଲା ଭାବେ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି । ଏପରି କି ବହ୍ଲାଗୁଡିକୁ ନିକଟସ୍ଥ ଜଙ୍ଗଲରୁ ଆଣି ଏହି କାର୍ଯ୍ୟରେ ବ୍ୟବହାର କରୁଥିବା ବେଳେ ଏଗୁଡିକୁ ବିଭାଗୀୟ କର୍ମଚାରୀମାନେ ଦେଇଥିବା କାର୍ଯ୍ୟରତ ଶ୍ରମିକମାନେ କହିଥିଲେ। ଯଦି କୌଣସି ବ୍ୟକ୍ତି ଜଙ୍ଗଲରୁ କାଠ ହାଣୁଛି ସେଠାରେ ବନ ବିଭାଗ ଅଧିକାରୀମାନେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏଠି କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଏ ନେଇ କନିଷ୍ଠଯନ୍ତ୍ରୀ ଜୟଚନ୍ଦ୍ର ଜେନାଙ୍କୁ ପଚାରିବାରୁ ଏଠାରେ ବ୍ୟବହାର କରାଯାଇଥିବା ବହ୍ଲା ସବୁ ଚାନ୍ଦବାଲିରୁ କିଣାଯାଇଛି। ଏହା ସ୍ଥାନୀୟ ଜଙ୍ଗଲରୁ କଟା ଯାଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri