ବୃକ୍ଷ ମହାଯଜ୍ଞ ଉଦ୍‌ଘାଟିତ: ବିଭିନ୍ନ କିସମର ଚାରାରୋପଣ କରି ଅତିଥି କହିଲେ ବୃକ୍ଷ ରହିଲେ ଆମେ…

ଦିଗପହଣ୍ଡି,୧୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ କଲେଜ ଛକ ନିକଟରେ ଥିବା ଥିବା ମା’ ଶ୍ୟାମଳାଇ ବଣିକ ସଂଘର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗ୍ରାମରେ ବୃକ୍ଷ ମହାଯଜ୍ଞ ଆୟୋଜନ କରାଯାଇଥିଲା। ଗ୍ରାମରେ ବିଶାଳ ସଚେତନତା ଶୋଭାଯାତ୍ରା ପରେ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହ ସଚେତନତା ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୀଷ୍ମଗିରି ଶ୍ରୀ ରାମଜୀ ମଠ ମଠାଧୀଶ ମହନ୍ତ ପଦ୍ମଲୋଚନ ରାମାନୁଜ ଦାସଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବୃନ୍ଦାବନ ମିଶ୍ର ଅନ୍ୟତମ ଅତିଥି ରୂପେ ଯୋଗଦେଇଥିଲେ। ପ୍ରକୃତି ବନ୍ଧୁ ତଥା ଐତିହାସିକ ଡ.ଅନନ୍ତରାମ କର , ଚନ୍ଦ୍ରଗିରି ବନାଞ୍ଚଳ ଭାରପ୍ରାପ୍ତ ରେଞ୍ଜର ରୂପକ ପ୍ରଧାନ, ପ୍ରକୃତିବନ୍ଧୁ ତଥା କବି ବୃନ୍ଦାବନ ପଣ୍ଡା, ବୃକ୍ଷପ୍ରେମୀ ବନମାଳୀ ପ୍ରଧାନ, ବନପାଳ ଦେବାଶିଷ ଶତପଥୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥି ବୃନ୍ଦଙ୍କ ଦ୍ବାରା ବୃକ୍ଷ ମହାଯଜ୍ଞ ଉଦଘାଟିତ ହେବା ପରେ ବିଭିନ୍ନ କିସମର ଚାରାରୋପଣ କରାଯାଇଥିଲା। ପରେ ସଂଘ ତରଫରୁ ଆୟୋଜିତ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଅତିଥିବୃନ୍ଦ ଉଦବୋଧନ ଦେଇଥିଲେ। ସଂଘ ସଭାପତି ତଥା ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ଼ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ସମସ୍ତ ସଂଘର ସମସ୍ତ ସଦସ୍ୟ ଓ ଗ୍ରାମର ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା କ୍ଷତ ଶୁଖିନି, ପୁଣି ବାତ୍ୟା ଆଶଙ୍କା, ଅଞ୍ଚଳବାସୀଙ୍କୁ ସତର୍କ କରି ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପାଣି ଘରୁ ନ ଶୁଖୁଣୁ ପୁଣି ୨, ୩ ଓ ୪…

ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଭାଜପା ରାଜ୍ୟ ସଭାପତି

ଛତ୍ରପୁର/ଗଞ୍ଜାମ,୧ା୧୧(ଦିଲ୍ଲୀପ ସାମଲ/ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ରବିବାର ଛତ୍ରପୁର ନିର୍ବାଚନମଣ୍ଡଳୀ…

ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସିପିଆଇର ଦାବି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଜିଲାପାଳ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିପନ୍ନଙ୍କୁ…

ବୋଲେରୋରେ ପିଛା କରି ବାଇକ୍ ଅଟକାଇଲେ, ମାଡ଼ ମାରି ମଉସାଙ୍କ ମୁଣ୍ଡ ଫଟାଇଥିଲେ; ପୁତୁରା ଗିରଫ, ଜେଲ୍‌କୁ ଗଲେ…

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ପାରିବାରିକ କଳହକୁ ନେଇ ମଉସାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ପୁତୁରାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି…

ରିଲିଫ୍‌ରୁ ବଞ୍ଚିତ ବନ୍ୟା ବିପନ୍ନ, ଗୁହାରି ଶୁଣିବା ବଦଳରେ ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି ବିପର୍ଯ୍ୟୟ। ଘରଦ୍ୱାର ଉଜାଡ଼ିବା ସହ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ…

ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ପୁଣି ବାତ୍ୟା ଆଶଙ୍କା, ଚିନ୍ତାରେ ଗଞ୍ଜାମବାସୀ, ମୁକାବିଲା ପାଇଁ ଜିଲା ପ୍ରଶାସନ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ବି ସ୍ବାଭାବିକ ହୋଇନାହିଁ। ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜମି ରହିଥିବାରୁ…

ବନ୍ୟା ପରିଚାଳନାରେ ଅବହେଳା: ଦୁଇ କର୍ମଚାରୀ ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଓ ପରିଚାଳନା କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗଞ୍ଜାମ ଜିଲା ୩ ଜଣ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ…

ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ିଲା ଷଣ୍ଢ

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧୀନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଇଲାକାରେ ଅବାଧ ବନ୍ୟଜନ୍ତୁ ଶିକାର ଦିନକୁ ଦିନ ବଢ଼ି ଚାଲିଛି। ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?