Posted inଫୁରସତ

ଆଗ ଗଛ ଘର ପଛ

ଧୀରେ ଧୀରେ ଜଙ୍ଗଲର ସ୍ଥାନ ନେଲାଣି କଂକ୍ରିଟ ଜଙ୍ଗଲ। ବିକାଶ ନାଁରେ ବଳି ପଡିଯାଉଛନ୍ତି ଲକ୍ଷ ଲକ୍ଷ ଗଛ। ନା ଡହଡହ ଖରାରୁ ବଞ୍ଚତ୍ବା ପାଇଁ ଛାଇ ମିଳୁଛି, ନା କୁନି କୁନି ଚଢେଇଙ୍କୁ ବସା ବାନ୍ଧିବାକୁ ଶାଖାଟିଏ। ବିଗିଡିବାକୁ ଲାଗିଛି ପରିବେଶ ସନ୍ତୁଳନ। ଏମିତିରେ କିଛି ଲୋକ ବି ଅଛନ୍ତି ଯେଉଁମାନଙ୍କୁ ପରିବେଶ ଚିନ୍ତା ଶୁଆଇ ଦେଉନି। ତେଣୁ ସ୍ବପ୍ନର ଘର ତୋଳିବା ସମୟରେ ବି ନିଜ ଜାଗାରେ ଥିବା ଗଛକୁ ନ କାଟି କିଏ ତା’ରି ଚାରିପଟେ ଘର ତୋଳିଛନ୍ତି ତ କିଏ ଗଛରେ କରିଛନ୍ତି
ସୁନ୍ଦର ଟ୍ରି ହାଉସ୍‌…

ଓସ୍ତଗଛ ଚାରିପଟେ ଘର: ମଧ୍ୟପ୍ରଦେଶର ଜବଲ ପୁରରେ ରୁହନ୍ତି କେଶରଓ୍ବାନୀ ପରିବାର। ପରିବାରର ସଦସ୍ୟ ସଂଖ୍ୟା ବଢିବା ସହ ସେମାନେ ତାଙ୍କ ପୈତୃକ ଘରକୁ ବଢାଇବାକୁ ଚାହୁଁଥିଲେ। ହେଲେ ଏଥିରେ ବାଧକ ସାଜିଥିଲା ଏକ ବହୁ ପୁରୁଣା ତଥା ବିରାଟକାୟ ଓସ୍ତ ଗଛ। କିନ୍ତୁ ସେମାନେ ଏହି ଗଛକୁ କାଟିବାକୁ ଚାହୁଁ ନ ଥିଲେ। ଶେଷରେ ନିଷ୍ପତ୍ତି ନେଲେ ଗଛ ବି ରହିବ, ତା’ସହ ଘର ବି ତୋଳାଯିବ। ଗଛ ଚାରିପଟେ ହେବ ଘର। ତେବେ ଏହା କେମିତି ସମ୍ଭବ ହେବ ସେ ନେଇ ଇଞ୍ଜିନିୟରଙ୍କ ସହ ଯୋଗାଯୋଗ କଲେ। ଜନୈକ ଇଞ୍ଜିନିୟର ସାଙ୍ଗଙ୍କ ପ୍ଲାନିଂ ଅନୁସାରେ ୧୫୦ ବର୍ଷର ଗଛ ଚାରିପଟେ ୧୯୯୪ରେ ଘର ତୋଳା ହେଲା। କେଶରଓ୍ବାନୀ ପରିବାରର ଯୋଗେଶ କହନ୍ତି, ‘ମୋ ବାପା ପ୍ରକୃତି ପ୍ରେମୀ। ସେ ଚାହୁଁ ନ ଥିଲେ ଏତେ ବର୍ଷ ପୁରୁଣା ଗଛକୁ କାଟିବା ପାଇଁ। ତାଙ୍କ ମତରେ ଗଛ କାଟିବା ସହଜ, ହେଲେ ଗଛକୁ ବଢାଇ ଏତେ ବଡ କରିବା କଷ୍ଟ। ତା’ଛଡା ଆମେ ସମସ୍ତେ ଈଶ୍ୱର ବିଶ୍ୱାସୀ ମଧ୍ୟ। ହିନ୍ଦୁଧର୍ମରେ ବିଶ୍ୱାସ କରାଯାଏ ଯେ, ୩୫ କୋଟି ଦେବୀ ଦେବତା ଓସ୍ତ ଗଛରେ ବାସ କରନ୍ତି। ଭାଗବତ ଗୀତାରେ ବି ଏହି ଗଛ ସମ୍ପର୍କରେ ଉଲ୍ଲେଖ ରହିଛି। ତେଣୁ ଆମେ ଏହି ଗଛଟିକୁ ନ କାଟି ତା’ ଚାରିପଟେ ଘର ତିଆରି କଲୁ। ଏବେ ମୋ ସ୍ତ୍ରୀ ବାହାରକୁ ନ ଯାଇ ଘର ଭିତରେ ଓସ୍ତଗଛକୁ ପୂଜା କରିପାରୁଛନ୍ତି। ଘର ଭିତର ଦେଇ ଯାଇଥିବା ଗଛର ଶାଖା ପାଇଁ ଆମେ କେବେ କିଛି ଅସୁବିଧାର ସମ୍ମୁଖୀନ ହୋଇ ନାହୁଁ। ବରଂ ଆମର ଏହି ଚାରି ମହଲା ଘର ଜବଲପୁରର ଏକ ପରିଚିୟ ପାଲଟି ଯାଇଛି। ଏହି ଘର ଦେଇ ଯାଉଥିବା ଲୋକେ ଘଡିଏ ରହିଯାଇ ଘରର ଝରକା ଦେଇ ବାହାରିଥିବା ଓସ୍ତଗଛର ଶାଖାକୁ ଦେଖନ୍ତି।

ଆମ୍ବ ଗଛ ଉପରେ ତିନି ମହଲା ଘର: ଜବଲପୁରର ଏହି ଘର ପରି ଆଉ ଏକ ଘର ଉଦୟପୁରରେ ବି ଅଛି। ଏଠାକାର ବ୍ୟବସାୟୀ କୁଲ ପ୍ରଦୀପ ସିଂ ନିଜର ତିନି ମହଲାବିଶିଷ୍ଟ ଘର ଏକ ୪୦ ଫୁଟ ଉଚ୍ଚ ଆମ୍ବ ଗଛ ଉପରେ କରିଛନ୍ତି। ଅର୍ଥାତ୍‌ ଏହା ଏକ ଟ୍ରିହାଉସ୍‌। ଉକ୍ତ ଘରଟି ଯେଉଁଠି ଅଛି ସେହି ଅଞ୍ଚଳ ଫଳଗଛ ପାଇଁ ଦିନେ ପରିଚିତ ଥିଲା। ୪୦୦୦ରୁ ଉର୍ଦ୍ଧ୍ୱ ଫଳ ଗଛରୁ ଲୋକେ ଫଳ ତୋଳି ବିକ୍ରି କରି ଜୀବନଯାପନ କରୁଥିଲେ। କିନ୍ତୁ ଲୋକସଂଖ୍ୟା ବୃଦ୍ଧି ହେବା ସହ ଗଛ କଟା ଆରମ୍ଭ ହେଲା। ୧୯୯୯ରେ କୁଲ ପ୍ରଦୀପ ଏହି ଅଞ୍ଚଳରେ ଏକ ଜାଗା ଖୋଜିଥିଲେ ନିଜର ଏକ ଘର ତୋଳିବା ପାଇଁ। ହେଲେ ସେ ଚାହୁଁଥିଲେ କୌଣସି ଗଛକୁ ନ କାଟି ଘର କରିବେ। ଯେତେବେଳେ ସେ ପ୍ରପର୍ଟି ଡିଲରକୁ କହିଥିଲେ ଗଛ ନ କାଟି ବରଂ ତାକୁ ମୂଳରୁ ବାହାର କରି ଅନ୍ୟତ୍ର ପୋତିବା ପାଇଁ ସେ ରାଜି ହୋଇ ନ ଥିଲେ। ତେଣୁ ସେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଲେ। ଆଉ ନିଜ ଜାଗା ମଝିରେ ଥିବା ଆମ୍ବ ଗଛ ଉପରେ ଘର କରିବାକୁ ନିଷ୍ପତ୍ତି ନେଲେ। ଅଳ୍ପ କିଛି ବର୍ଷ ଭିତରେ ଜଣେ ଆର୍କିଟେକ୍ଟଙ୍କ ସହାୟତାରେ ଏକ ଦୁଇ ମହଲାର ଘର ତିଆରି କଲେ। ଘରଟି ଭୂମିଠାରୁ ୯ ଫୁଟ ଉଚ୍ଚତାରେ ତିଆରି ହେଲା, ଯାହା ଗଛର ଗଣ୍ଡି ସହାୟତାରେ ଠିଆ ହୋଇଛି। ଏହାର ଢାଞ୍ଚା ଷ୍ଟିଲରେ, କାନ୍ଥ ଓ ଚଟାଣ ସେଲ୍ୟୁଲୋଜ ସିଟ୍‌ ଓ ଫାଇବର୍‌ରେ ତିଆରି ହେଲା। ଗଛ ଚାରିପଟେ ଚାରୋଟି ପିଲାର ଅଛି, ଯାହା ବିଜୁଳି ମାରିବାବେଳେ ଇଲେକ୍ଟ୍ରିକ୍‌ କଣ୍ଡକ୍ଟରର କାମ କରିଥାଏ। ଘର ତିଆରି ପାଇଁ ଆମ୍ବ ଗଛର ଗୋଟିଏ ବି ଶାଖା କଟାଯାଇ ନାହିଁ। ଗଛର ଶାଖା କିଚେନ ଓ ବେଡରୁମ୍‌ରେ ରହିଛି। ଗଛ ବଢିବା ସହ ଘରର ସାଜସଜ୍ଜା ଓ ଜିନିଷର ସ୍ଥାନରେ ବି ପରିବର୍ତ୍ତନ କରାଯାଇଥାଏ। ଗଛରେ ରହୁଥିବା ଚଢେଇ ଓ ଛୋଟ ଛୋଟ ପ୍ରାଣୀ ଏବେ ଏହି ଘରର ସଦସ୍ୟ ପାଲଟିଛନ୍ତି। ଘର ତିଆରି ବେଳେ ଗଛର ଉଚ୍ଚତା ୨୦ ଫୁଟ ଥିଲା, ଯାହା ଏବେ ୪୦ ଫୁଟ୍‌ରେ ପହଞ୍ଚତ୍ଲାଣି। ତେଣୁ ସେ ପ୍ରଥମେ ତୋଳିଥିବା ଦୁଇ ମହଲା ଘରେ ଆଉ ଏକ ମହଲା ତିଆରି କରିଛନ୍ତି। ପ୍ରଥମ ଫ୍ଲୋରରେ କିଚେନ, ବାଥରୁମ ଓ ଡାଇନିଂ ହଲ ଥିବାବେଳେ ସେକେଣ୍ଡ ଫ୍ଲୋରରେ ଓ୍ବାଶ୍‌ରୁମ୍‌, ଲାଇବ୍ରେରୀ ଓ ବେଡରୁମ୍‌ ଅଛି। ଆଉ ତୃତୀୟ ମହଲାରେ କେବଳ ଗୋଟିଏ ରୁମ୍‌ ଅଛି, ଯାହାର ଛାତକୁ ଖୋଲାଯାଇ ଗଛର ସୁନ୍ଦର ଶାଖାପ୍ରଶାଖାର ଦୃଶ୍ୟକୁ ଦେଖି ହେବ। ଉକ୍ତ ଘରଟି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri