ବୌଦ୍ଧ/ତଳଗାଁ,୩ା୩(ସ୍ବ.ପ୍ର./ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ପାଇଁ ୨୦୧୮ ମସିହାରୁ ବୌଦ୍ଧ ଜିଲାରୁ ରଥ କାଠ ପ୍ରେରଣ କରାଯାଉଛି । ଚଳିତବର୍ଷ ରଥ ନିର୍ମାଣ ପାଇଁ ଗଛ କଟା ମଙ୍ଗଳବାର ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଥିବା ଏକ କମିଟି ପୂର୍ବାହ୍ନ ୯ ଟାରେ ଜିଲାର ମାଧପୁର ବନଦୁର୍ଗା ମନ୍ଦିରରେ ପହଞ୍ଚତ୍ ଥିଲେ। ପରେ ଶ୍ରୀମନ୍ଦିରରୁ ଅଣାଯାଇଥିବା ଆଜ୍ଞାମାଳକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ସଦସ୍ୟ ଓ ବନବିଭାଗ ଅଧିକାରୀଙ୍କ ଗହଣରେ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଚିହ୍ନଟ ହୋଇଥିବା ଏକ ଅସନ ବୃକ୍ଷ ମୂଳରେ ନାମ ସଂକୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯାଇ ଗଛକଟା ଅନୁକୂଳ ହୋଇଥିଲା । ଚଳିତବର୍ଷ ମାଧପୁର ରେଞ୍ଜର ପାଢେଲ, ସୁବର୍ଣ୍ଣଗିରି ଓ ହାତୀଧରା ସଂରକ୍ଷିତ ଜଙ୍ଗଲରେ ମଧ୍ୟ ରଥକାଠ ନେବା ପାଇଁ ବୃକ୍ଷ ଚିହ୍ନଟ ହୋଇଛି। ପୁରୀ ଶ୍ରୀମନ୍ଦିର ରଥ ନିର୍ମାଣ କମିଟିର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୁଇସର୍ଦ୍ଦାର ରବି ଭୋଇ ଏବଂ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତ, ସୌମ୍ୟ ରଞ୍ଜନ ଗୋଛାୟତ, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରବୀର କୁମାର ଦାସ, ମାଧପୁର ବନାଞ୍ଚଳ ଅଧିକାରୀ ସରୋଜ କୁମାର ମିଶ୍ର, ରେଞ୍ଜର ପ୍ରଦୀପ ବେହେରା, ନୀହାର ରଞ୍ଜନ ମଲିକ, କୁମାରୀ କ୍ଷୀରାବ୍ଧତ୍ ପ୍ରଧାନ, ନାରାୟଣ ସ୍ବାଇଁଙ୍କ ସମେତ ବନ କର୍ମଚାରୀ ଓ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏବର୍ଷ ସମୁଦାୟ ୭୦୧ ଖଣ୍ଡ କାଠ ଯୋଗାଇ ଦିଆଯିବ । ସେଥିମଧ୍ୟରୁ ୨୭୦ ଗୋଟି ଅସନ, ୩୨୪ ଗୋଟି ଧଉରା, ୭ ଖଣ୍ଡ ଫାଶୀ, ୪୦ ଖଣ୍ଡ ମଇ, ୨୦ ଖଣ୍ଡ ଶିମିିଳି, ୨୦ ଖଣ୍ଡ ରାଇ ଓ ୨୦ ଖଣ୍ଡ ବହ୍ଲ୍ଳା ନେବାର ବ୍ୟବସ୍ଥା ରହିଛି। ସୂଚନାଯୋଗ୍ୟ ଯେ, ଆଗାମୀ ଦିନରେ ରଥ ନିର୍ମାଣ ପାଇଁ କାଠର ଅଭାବ ପୂରଣ ଲକ୍ଷ୍ୟରେ ପୁରୀ ଗଜପତି ମହାରାଜାଙ୍କ ଉଦ୍ୟମକ୍ରମେ ବୌଦ୍ଧ ଜିଲାର ମହାନଦୀ ଓ ସାଲୁଙ୍କି ନଦୀ କୂଳରେ ଜଗନ୍ନାଥ ବନ ପ୍ରକଳ୍ପ ସୃଷ୍ଟି କରାଯାଇଛି।
Posted inଆମ ଜିଲା ଖବର, ବୌଦ୍ଧ, ରାଜ୍ୟ View All
ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ
ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…
ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!
ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…
ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…
ପିକ୍ଅପ୍ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…
ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ
ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…
ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ
କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…
କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି
ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…
ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା
ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

