ଗଛ ଓ ବିଧାୟକ

ଚଳିତବର୍ଷ ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ ଉପରେ ରେକର୍ଡ କରିଛି। ଭୁବନେଶ୍ୱରକୁ ସବୁଜ ସୁନ୍ଦର ବୋଲି ପୂର୍ବରୁ ଯାହା କୁହାଯାଉଥିଲା, ଏହାର ବାସିନ୍ଦାମାନେ ଗ୍ରୀଷ୍ମ ଋତୁର କୋପ କିଛି ବର୍ଷ ଧରି ଭୋଗି ଆସୁଛନ୍ତି। କରୋନା ଯୋଗୁ କରାଯାଇଥିବା ଲକ୍‌ଡାଉନ୍‌ ହେତୁ ଯାନବାହନ ଚଳାଚଳ ବନ୍ଦ ହେବାରୁ ଗତ ଦୁଇବର୍ଷ ଧରି କିଛିଟା ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଏହି ବର୍ଷ ପୂର୍ବଭଳି ତାପର ମାତ୍ରା ବଢ଼ିଯାଇ ସମସ୍ତଙ୍କୁ ସିଝାଇ ଦେଇଛି। ଏବେ ବିଧାୟକଙ୍କୁ ସୌଖୀନ ଫ୍ଲାଟ ଯୋଗାଇ ଦେବା ପାଇଁ ସପ୍ତାହ ମଧ୍ୟରେ ୟୁନିଟ୍‌ ୪ସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ପାଖାପାଖି ୮୦୦ ବୃହତ୍‌କାୟ ଗଛ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି। ଏହି ଗଛ ଅନେକ ଦଶନ୍ଧିର ପୁରୁଣା ହୋଇଥିଲେ ମଧ୍ୟ ସେଥିପ୍ରତି କାହାର ନିଘା ନାହିଁ। ଜଙ୍ଗଲ ବିଭାଗର ସୂଚନା ଅନୁଯାୟୀ, ରାଜଧାନୀରେ ଗତ ୫ ବର୍ଷ ମଧ୍ୟରେ ୯୨ ହଜାର ଗଛ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ନଷ୍ଟ ହୋଇଥିବା ବେଳେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗି ପ୍ରାୟ ୧୦ ହଜାର ଗଛ କଟାଯାଇଛି। କିନ୍ତୁ ବେସରକାରୀ ହିସାବ ଦେଖିଲେ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି।
ରାସ୍ତାଘାଟ, ପୋଲ, ବିଭିନ୍ନ ସରକାରୀ କୋଠା ନିର୍ମାଣ ଲାଗି ଆବଶ୍ୟକ ସ୍ଥଳେ ଗଛ କଟାଯାଉଥିଲେ ମଧ୍ୟ ସେହି ଅନୁଯାୟୀ ଚାରାରୋପଣ ହେଉ ନ ଥିବାରୁ ଭୁବନେଶ୍ୱରର ତାପମାତ୍ରା ବଢ଼ିଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ରାଜଧାନୀବାସିନ୍ଦା ତାହା ଉପଲବ୍‌ଧି କରିଛନ୍ତି। ତେବେ ବିଧାୟକଙ୍କ ଲାଗି ନିର୍ମାଣ ହେବାକୁ ଥିବା ବହୁତଳ ଅଟ୍ଟାଳିକା ପାଇଁ ଅବିଚାରିତ ଭାବେ ଗଛ କଟା ଯାଉଥିବା ସମ୍ପର୍କରେ ସରକାରୀ ଭାବେ କୁହାଯାଉଛି ଯେ, ବିକାଶମୂଳକ କାର୍ଯ୍ୟ ଲାଗି ଏଭଳି ପଦକ୍ଷେପ ନିଆଯାଉଛି। ଏହାର କ୍ଷତିପୂରଣ ବାବଦରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିବା ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକଶନ କର୍ପୋରେଶନ ଲିମିଟେଡ୍‌ (ଓବିସିସି) ୬୮ ଲକ୍ଷ ଟଙ୍କା ଜମା କରିଥିବା ବିଷୟ ଉଲ୍ଲେଖ କରାଯାଉଛି। କଟାଯାଇଥିବା ଗଛକୁ ଭରଣା କରିବା ଲାଗି ପାତ୍ରପଡ଼ାଠାରେ ୧୨ ହଜାର ଚାରା ଲଗାଯିବ ବୋଲି ବିଭାଗୀୟ ଅଧିକାରୀ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହେଉଛି। କାରଣ ଚାରା ଲଗାଯାଇ ଗଛ ହେବା ବେଳକୁ ଅନେକ ଯୁଗ ଲାଗିଯିବ। କାମ୍ପା (କମ୍ପେନ୍‌ସେଟୋରୀ ଆଫରେଷ୍ଟେଶନ ଫଣ୍ଡ୍‌ ମ୍ୟାନେଜମେଣ୍ଟ ଆଣ୍ଡ୍‌ ପ୍ଲାନିଂ ଅଥରିଟି) ନିୟମ ଅନୁଯାୟୀ ଗଛ କଟାଗଲେ ତାହାର କ୍ଷତି ଭରଣା କରିବା ସକାଶେ ବନୀକରଣ ଉପରେ ଗୁରୁତ୍ୱ ଦିଆଯିବା ସହ ଏଥିଲାଗି ଉଦ୍ଦିଷ୍ଟ ପାଣ୍ଠିରେ ଅର୍ଥ ଭରିବାର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରତି କ୍ଷେତ୍ରରେ ଓ ସବୁ ଅଞ୍ଚଳରେ ଏହାକୁ ପ୍ରୟୋଗ କରାଯାଇ ବିକାଶ କଥା କୁହାଗଲେ ସ୍ଥିତିରେ ପରିବର୍ତ୍ତନ ଆସିପାରିବ ନାହିଁ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ପୃଥିବୀବ୍ୟାପୀ ଲୋକେ ପ୍ରଭାବିତ ହେଉଛନ୍ତି। ଓଡ଼ିଶାରେ ବିଶ୍ୱତାପନର ପ୍ରଭାବ କିଭଳି ରହିଛି ଚଳିତ ସମୟରେ କାହାରିକୁ ବୁଝାଇବା ଦରକାର ନାହିଁ। ଯଦି ସରକାର ଚାହୁଁଛନ୍ତି ସବୁ ବିଧାୟକ ଗୋଟିଏ ଜାଗାରେ ରହିବେ, ତେବେ ଯେଉଁ ପାତ୍ରପଡ଼ା ଅଞ୍ଚଳରେ ୧୨ ହଜାର ଚାରା ଲଗାଯିବା ଲାଗି ଯୋଜନା କରାଯାଇଛି, ସେହି ସ୍ଥାନରେ ସେମାନଙ୍କ ଲାଗି ଆବାସ ନିର୍ମାଣ କରାଯାଇପାରିଥାଆନ୍ତା। ସେଠାରେ ଅତି ସୁନ୍ଦର ଭାବେ ବିଧାୟକମାନଙ୍କ ବାସଭବନ ନିକଟରେ ନୂତନ ପ୍ରକାରର ଚାରା ରୋପଣ କରାଯାଇ ଉଦ୍ୟାନ ମଧ୍ୟ ସୃଷ୍ଟି କରାଯାଇପାରିଥାଆନ୍ତା। ସବୁଜ ବଳୟ ମଧ୍ୟରେ ରହିଥିଲେ ସରକାରୀ ଦଳର ବିଧାୟକ ଅତ୍ୟଧିକ ଅମ୍ଳଜାନ ପାଇ ରାଜ୍ୟକୁ ପ୍ରଗତି ପଥରେ ଟାଣି ନେଇଥାଆନ୍ତେ। ସେହିଭଳି ବିରୋଧୀ ଦଳର ବିଧାୟକମାନେ ଏବେ ଯେଉଁଭଳି ଭାବେ ଧରାପଡ଼ିଯାଉଛନ୍ତି ତାହା ନ ହୋଇ ଭଲ ଭାବେ ନିଜର ବିରୋଧୀ ମନ୍ତବ୍ୟକୁ ପ୍ରକାଶ କରିପାରିଥାଆନ୍ତେ।
ଏହା କହିବା ପଛରେ ବୈଜ୍ଞାନିକ ପ୍ରମାଣ ରହିଛି। ଚାରା ଲଗାଇଲେ ଅଳ୍ପ ଅମ୍ଳଜାନ ସୃଷ୍ଟି ହୁଏ। ଅନ୍ୟପଟେ ଅତି ପୁରୁଣା ବୃକ୍ଷରୁ ଅମ୍ଳଜାନ କ୍ଷୀଣ ହୋଇଆସେ। ମଧ୍ୟ ବୟସର ସବୁ ଗଛରୁ ଅମ୍ଳଜାନ ପରିମାଣ ଅଧିକ ରହିଥାଏ। ବିଧାନସଭା ସମ୍ମୁଖରେ କଟାଯାଇଥିବା ଗଛସବୁ ମଧ୍ୟ ବୟସରେ ପହଞ୍ଚତ୍ଥିଲେ। ଏବେ ସେହି ସ୍ଥାନରୁ ଅମ୍ଳଜାନର ଘୋର ଅଭାବ ଘଟିପାରେ। ସେଠାରେ ଯଦି ମାନ୍ୟବର ବିଧାୟକମାନଙ୍କୁ ରହିବାର ସୁବିଧା ଦିଆଯାଏ, ତେବେ ସେମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ କିଭଳି ଭାବେ ପ୍ରଭାବିତ ହେବ ତାହା ଭବିଷ୍ୟତ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri