ଜ୍ୱରରେ ପୂର୍ଣ୍ଣବିଗ୍ରହ, ଚାଲିଛି ଉପଚାର

ଖୋର୍ଦ୍ଧା ଅଫିସ,୨୭ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଖୋର୍ଦ୍ଧା ଜାଗୁଳାଇପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ (ଶ୍ରୀଜଗନ୍ନାଥ), ବଳଭଦ୍ର ଓ ଦେବୀ ସୁଭଦ୍ରା ୧୦୮ଗଡୁ ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଗୁରୁବାରଠାରୁ ଠାକୁରଙ୍କ ଅଣସର ନୀତି ଆରମ୍ଭ ହୋଇଛି। ଶ୍ରୀବିଗ୍ରହଙ୍କ ଶାସ୍ତ୍ରୀୟ ବିଧିରେ ଚାଲିଛି ଉପଚାର। ୧୪ଦିନ ଧରି ଚାଲିବ ଗୁପ୍ତସେବା ନୀତି। ଶନିବାର ଅଣସରର ତୃତୀୟ ଦିନରେ ଶ୍ରୀଜୀଉଙ୍କ ଓଦାବସ୍ତ୍ର ଫିଟା ନୀତି ସମ୍ପନ୍ନ ହୋଇଥିବା ମନ୍ଦିର ପୂଜକ କମଳଲୋଚନ ଦାସ ମହାରାଜ କହିଛନ୍ତି। ସ୍ନାନବେଦିରେ ଅତ୍ୟଧିକ ସ୍ନାନ ଯୋଗୁ ଠାକୁରଙ୍କ ଶ୍ରୀଅଙ୍ଗ ଓଦା ହୋଇଯାଇଛି। ଶନିବାର ଏହି ଓଦା ବସ୍ତ୍ର ଓଲାଗି କରିଛନ୍ତି ମନ୍ଦିର ପୂଜକ। ବସ୍ତ୍ର ଓଲାଗି ପରେ ଶ୍ରୀଜୀଉଙ୍କୁ ପଣାଭୋଗ ଅର୍ପଣ କରାଯାଇଛି।

ନୀତି ନିଷ୍ଠା ପୂର୍ବକ କରାଯାଇଥାଏ। ଗୁପ୍ତସେବାରେ ରହିଥିବା ପୂଜକମାନେ ବାହାରକୁ ଯାଆନ୍ତି ନାହିଁ। ଅଣସର ଗୃହକୁ ଥରେ ପ୍ରବେଶ କଲେ, ନୀତି ସମ୍ପନ୍ନ ନ ହେବା ପର୍ଯ୍ୟନ୍ତ ବାହାରକୁ ଆସନ୍ତି ନାହିଁ। ଠାକୁରଙ୍କ ଲାଗି ନୈବେଦ୍ୟ, ପୁଷ୍ପ ବାହାରକୁ ଯାଏ ନାହିଁ। ଏହି ସମୟରେ ଶ୍ରୀଜୀଉଙ୍କୁ ଧଳା ପୁଷ୍ପ ଲାଗି ହୋଇଥାଏ। ଶ୍ରୀଜୀଉଙ୍କୁ ଚକଟା ଓ ପଣାଭୋଗ ଅର୍ପଣ କରାଯାଏ। ଅଣସର ପିଣ୍ଡିରେ କେହି ପରସ୍ପର ମଧ୍ୟରେ କଥାବାର୍ତ୍ତା ହୁଅନ୍ତି ନାହିଁ। ଠାକୁରଙ୍କ ମନ୍ତ୍ରୋଚ୍ଚାର, ଧ୍ୟାନ, ଜପରେ ନିମଗ୍ନ ରୁହନ୍ତି। ଏଠାରେ ପଟିଦିଅଁ ପୂଜା ପରମ୍ପରା ନାହିଁ। ବିଧି ରକ୍ଷା ଲାଗି ଅଣସର ଆଗରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ଶାଳଗ୍ରାମ ବିଜେ କରନ୍ତି। ଅଣସର ୧୪ଦିନ ନୀତି ପ୍ରକାରେ ମଦନମୋହନଙ୍କ ନିକଟରେ ସମସ୍ତ ନୀତି ସମ୍ପନ୍ନ କରାଯାଏ ବୋଲି ମନ୍ଦିର ପୂଜକ କହିଛନ୍ତି।

ଏହି ମନ୍ଦିରରେ ସ୍ବତନ୍ତ୍ର ଭାବେ କୌଣସି ସେବାୟତ କିମ୍ବା ପୂଜକ ନାହାନ୍ତି। ଏଠାରେ ରହୁଥିବା ବାବାଜିମାନେ ଶ୍ରୀଜୀଉଙ୍କ ନୀତିକାନ୍ତି କରିଥାନ୍ତି। ଠାକୁରଙ୍କ ସେବାରେ ମୁଖ୍ୟ ପୂଜକ କମଳଲୋଚନ ମହାରାଜ, କୃଷ୍ଣଚନ୍ଦ୍ର ଦାସ, ଅଯୋଧ୍ୟ ଦାସ, ଧନେଶ୍ୱର ପଣ୍ଡା ପ୍ରମୁଖ ଏହି ନୀତି ସମ୍ପନ୍ନ କରୁଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ସମସ୍ତ ଗୁପ୍ତ ନୀତି ସମ୍ପନ୍ନ କରାଯାଇଥାଏ। ୫ମୀ(୨୯ତାରିଖ)ରେ ଫୁଲରୀତେଲ ଲାଗି କରାଯିବ। ଅଣସର ୧୦ଦିନରେ ଓଷୁଓ ଲାଗି କରାଯିବ। ଦଶମୀ(ଜୁଲାଇ ୪)ରେ ଚକା ବିଜେ, ଏକାଦଶୀ( ଜୁଲାଇ୫) ଖଳିଲାଗି ଏକାଦଶୀ, ଚତୁର୍ଦ୍ଦଶୀ (ଜୁଲାଇ ୮)ରେ ବନକଲାଗି, ଅମାବାସ୍ୟା( ଜୁଲାଇ ୯)ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ରହିଛି। ଏହି ସମସ୍ତ ନୀତି ସମ୍ପନ୍ନ ହେବ। ଏଠାରେ ପୂର୍ଣ୍ଣ ବିଗ୍ରହ(ହାତ ଗୋଡ଼ ଥିବା ଠାକୁର) ପୂଜା ପାଉଛନ୍ତି। ଭାରତବର୍ଷରେ ଅନ୍ୟ କୌଣସି ସ୍ଥାନରେ ଏଭଳି ଠାକୁର ନାହାନ୍ତି। ଠାକୁରଙ୍କ ମହିମା ଅପାର ବୋଲି କମଳ ମହାରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri