ଗୁଣିଗାରେଡ଼ି ନୁହେଁ, ଚିକିତ୍ସା ଦରକାର

ଡା. ସମ୍ରାଟ କର

 

 

ଅନେକ ଦିନ ପରେ ବନ୍ଧୁ ସତ୍ୟଦୀପ ଦେଖାହୋଇଗଲେ ଓ ତାଙ୍କର ଜଣେ ପରିଚିତ ମହିଳାଙ୍କ ଶାରୀରିକ ସମସ୍ୟା କଥାରୁ ହିଁ ମୋ ପରାମର୍ଶ ଚାହିଁଲେ। ତାଙ୍କ କହିବା ମୁତାବକ ମହିଳାଙ୍କର ସେପରି କୌଣସି ମାନସିକ ସମସ୍ୟା ନାହିଁ। ନିକଟରେ ସେ ଏକ କନ୍ୟାସନ୍ତାନର ଜନନୀ ହୋଇଛନ୍ତି। ତାଙ୍କ ମାନସିକ କ୍ଷେତ୍ର ଅନେକ ଭାବରେ ବିଗିଡ଼ି ଯିବାପରି ଲାଗୁଛି। ମୁଁ ତାଙ୍କୁ କହିଲି ମା’ ହେବା ପରେ ମହିଳାଙ୍କ ଭିତରେ ଅନେକ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। ଶାରୀରିକ ପରିବର୍ତ୍ତନ ହେବା ସାଧାରଣ କଥା। କିନ୍ତୁ ମାନସିକ ପରିବର୍ତ୍ତନ ନୂଆ କରି ମା’ ହୋଇଥିବା ମହିଳାଙ୍କଠାରେ ସମସ୍ୟା ସୃଷ୍ଟି କରିଥାଏ। ମା’ ହେବାପରେ ଅଧିକାଂଶ ମହିଳାଙ୍କଠାରେ ଚିଡ଼ା ଲାଗିବା, ନିଦ ନ ହେବା, ଭୋକ ନ ଲାଗିବା ପରି ଲକ୍ଷଣ ଦେଖାଯାଏ। ଅର୍ଥାତ୍‌ ଏକ ପ୍ରକାର ଅବସାଦକୁ ମଧ୍ୟ ଚାଲିଯାଆନ୍ତି। ଏହାକୁ କୁହାଯାଏ ବେବି ବ୍ଲୁଜ୍‌। ପିଲା ଜନ୍ମ ହେବା ପରେ ୧୦-୧୫ ପ୍ରତଶତ ମହିଳା ବେବି ବ୍ଲୁଜ୍‌ର ଶିକାର ହୋଇଥାନ୍ତି। ମହିଳାମାନଙ୍କୁ ଗର୍ଭ ଧାରଣ କରିବା ଆରମ୍ଭରୁ ଏବଂ ପ୍ରସବ ପରେ ବେବି ବ୍ଲୁଜ୍‌ ହୋଇଥାଏ। କେତେଜଣ ମହିଳାଙ୍କଠାରେ ଏହା ଅତି ଭୟଙ୍କର ରୂପ ନିଏ। ଯେଉଁ ମହିଳାଙ୍କୁ ବାଇପୋଲାର ଡିଜ୍‌ଅର୍ଡର ସମସ୍ୟା ଥାଏ ସେମାନଙ୍କଠାରେ ବେବି ବ୍ଲୁଜ୍‌ ସମସ୍ୟା ୪୦ ପ୍ରତିଶତ ଅଧିକ ଥାଏ। ଏଥିରେ ୧୦ ପ୍ରତିଶତ ଆତ୍ମହତ୍ୟା ଏବଂ ଶିଶୁ ମୃତ୍ୟୁ ସମ୍ଭାବନା ଦେଖା ଦେଇଥାଏ। ଏ କ୍ଷେତ୍ରରେ ଗ୍ରାମୀଣ ମହିଳାମାନେ ଅଧିକ ସମସ୍ୟାକୁ ସାମ୍ନା କରିଥାନ୍ତି। କାରଣ ସେମାନଙ୍କୁ ପରାମର୍ଶ ଦେବା ପାଇଁ ନିଜ ପରିଜନ ଲୋକଙ୍କ ଭିତରେ ସେପରି ଠିକ୍‌ ଜ୍ଞାନ ନ ଥାଏ। ଏକ ଅଭାବୀ ପରିବାର ଭିତରେ ବିଶେଷକରି ସେପରି ସତ୍‌ଶିକ୍ଷା ନ ଥିବାରୁ ଝିଅଟିଏ ଜନ୍ମ ହେଲେ ସେମାନେ ତାହାର ଭବିଷ୍ୟତ ଓ ଅନେକ ଦାୟିତ୍ୱ ତଥା ଖର୍ଚ୍ଚକୁ ଚିନ୍ତାକରି ଘର ଭିତରର ହେଉଥିବା ସାଧାରଣ ଆଲୋଚନାଟି ଯେତେବେଳେ ଜନ୍ମ ଦେଉଥିବା ମା’ଟି କାନରେ ପଡ଼େ ସେ ସମୟରେ ସେ ଏକ ପ୍ରକାର ବିଚଳିତ ହୋଇପଡ଼ି ମନସ୍ତାତ୍ତ୍ୱିକ ଅସନ୍ତୁଳନ ଭିତରକୁ ଚାଲିଯାଇଥାନ୍ତି। ସେହିପରି କେତେକ ପରିବାରରେ ଝିଅ ଜନ୍ମକୁ ଏକ ବୋଝ ଭାବିଥାନ୍ତି ଏବଂ ଆଉ କେତେକ ପରିବାରରେ ଯଦି ଆସନ୍ନ ପ୍ରସବାଟି ମୃତ ଶିଶୁକୁ ଜନ୍ମ ଦେଇଥାନ୍ତି ତାଙ୍କ ଉପରେ ଯେଉଁ ମାନସିକ ଓ ଶାରୀରିକ ଉଭୟ ଚାପ ଓ ଯନ୍ତ୍ରଣା ପଡ଼ିଥାଏ ତାହା କିଭଳି ମନସ୍ତାତ୍ତ୍ୱିକ ପରିବେଶ ସୃଷ୍ଟି କରୁଥିବ ଆପଣ ଚିନ୍ତା କରନ୍ତୁ?
ଡାକ୍ତରୀ ବିଜ୍ଞାନରେ ବେବି ବ୍ଲୁଜ୍‌କୁ ପୋଷ୍ଟପାର୍ଟମ ଡିପ୍ରେଶନ କୁହାଯାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ପ୍ରସବ ପରେ ନୂଆକରି ମା’ ହୋଇଥିବା ମହିଳାଙ୍କଠାରେ ବେବି ବ୍ଲୁଜ୍‌ ହେବାର ଆଶଙ୍କା ୬୫ ପ୍ରତିଶତରୁ ଅଧିକ ଥାଏ। ୭୦-୮୦ ପ୍ରତିଶତ ନୂଆ ମା’ଙ୍କୁ ଶିଶୁ ଜନ୍ମର ଚାରି ପାଞ୍ଚ ଦିନ ପରେ ମନରେ ନକାରାତ୍ମକ ଭାବନାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ୮୦ ପ୍ରତିଶତ ମହିଳାଙ୍କଠାରେ ବେବି ବ୍ଲୁଜ୍‌ ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ଏହି ମାନସିକ ରୋଗରୁ ତୁରନ୍ତ ବାହାରିବା ନିହାତି ଦରକାର। ନ ହେଲେ ଏହା ଭୟଙ୍କର ରୂପ ନେଇପାରେ। କାଉନସେଲିଂ ଏବଂ ଔଷଧର ସାହାଯ୍ୟ ନେଇପାରିବେ। ପରିବାର ଲୋକଙ୍କ ସହଯୋଗ ମଧ୍ୟ ମା’ମାନଙ୍କୁ ଅନେକାଂଶରେ ଅବସାଦରୁ ଦୂରେଇ ରଖିଥାଏ। ଏହା ସେପରି ଏକ ସ୍ବାସ୍ଥ୍ୟ ସମସ୍ୟା ନୁହେଁ କିନ୍ତୁ ମାତୃତ୍ୱ ଲାଭ କରିଥିବା ମା’ମାନଙ୍କୁ ଏ କ୍ଷେତ୍ରରେ ମନସ୍ତାତ୍ତ୍ୱିକ ସହାୟତା, ସହଯୋଗ ଓ ପରାମର୍ଶ ଜରୁରୀ। ତାଙ୍କୁ ଘରେ ବ୍ୟସ୍ତବହୁଳ କାର୍ଯ୍ୟ ନ ଦେଇ କିଛି ବିଶ୍ରାମ ଦେବା ଜରୁରୀ। କେବଳ ଭଲ ଖାଇବା ବା ଔଷଧ ଯୋଗାଇ ଦେଲେ ଜଣଙ୍କର ସ୍ବାସ୍ଥ୍ୟ ନୀରୋଗ ରହିବ ତାହା ନୁହେଁ। ଅଧିକ ସମସ୍ୟା ଅନୁଭବ କଲେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବ। ତେବେ ଆଉ ଗୋଟିଏ କଥା ଭଲ ଭାବେ ମନେରଖିଥିବେ ଆପଣମାନେ ଏ କ୍ଷେତ୍ରରେ କୌଣସି ଗୁଣିଗାରେଡିର ସାହାଯ୍ୟ ବା କାହାଙ୍କ କଥାରେ ଶୁଣି ଟୁଣୁକା ଟୁଣୁକି ଚିକିତ୍ସା ଆଦୌ ଗ୍ରହଣ କରିବେ ନାହିଁ। କାରଣ ଏହା ରୋଗୀଟିର ସମସ୍ୟାକୁ ଆହୁରି ବଢ଼ାଇ ଦେଇପାରିବାର ସମ୍ଭାବନା ଅଛି।
ମାନସିକ ରୋଗ ବିଶେଷଜ୍ଞ, ଦି’ ବ୍ରେନ୍‌, ପୁରୀଘାଟ ରୋଡ୍‌, କଟକ,
ମୋ: ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri