ଗୁଣିଗାରେଡ଼ି ନୁହେଁ, ଚିକିତ୍ସା ଦରକାର

ଡା. ସମ୍ରାଟ କର

 

 

ଅନେକ ଦିନ ପରେ ବନ୍ଧୁ ସତ୍ୟଦୀପ ଦେଖାହୋଇଗଲେ ଓ ତାଙ୍କର ଜଣେ ପରିଚିତ ମହିଳାଙ୍କ ଶାରୀରିକ ସମସ୍ୟା କଥାରୁ ହିଁ ମୋ ପରାମର୍ଶ ଚାହିଁଲେ। ତାଙ୍କ କହିବା ମୁତାବକ ମହିଳାଙ୍କର ସେପରି କୌଣସି ମାନସିକ ସମସ୍ୟା ନାହିଁ। ନିକଟରେ ସେ ଏକ କନ୍ୟାସନ୍ତାନର ଜନନୀ ହୋଇଛନ୍ତି। ତାଙ୍କ ମାନସିକ କ୍ଷେତ୍ର ଅନେକ ଭାବରେ ବିଗିଡ଼ି ଯିବାପରି ଲାଗୁଛି। ମୁଁ ତାଙ୍କୁ କହିଲି ମା’ ହେବା ପରେ ମହିଳାଙ୍କ ଭିତରେ ଅନେକ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। ଶାରୀରିକ ପରିବର୍ତ୍ତନ ହେବା ସାଧାରଣ କଥା। କିନ୍ତୁ ମାନସିକ ପରିବର୍ତ୍ତନ ନୂଆ କରି ମା’ ହୋଇଥିବା ମହିଳାଙ୍କଠାରେ ସମସ୍ୟା ସୃଷ୍ଟି କରିଥାଏ। ମା’ ହେବାପରେ ଅଧିକାଂଶ ମହିଳାଙ୍କଠାରେ ଚିଡ଼ା ଲାଗିବା, ନିଦ ନ ହେବା, ଭୋକ ନ ଲାଗିବା ପରି ଲକ୍ଷଣ ଦେଖାଯାଏ। ଅର୍ଥାତ୍‌ ଏକ ପ୍ରକାର ଅବସାଦକୁ ମଧ୍ୟ ଚାଲିଯାଆନ୍ତି। ଏହାକୁ କୁହାଯାଏ ବେବି ବ୍ଲୁଜ୍‌। ପିଲା ଜନ୍ମ ହେବା ପରେ ୧୦-୧୫ ପ୍ରତଶତ ମହିଳା ବେବି ବ୍ଲୁଜ୍‌ର ଶିକାର ହୋଇଥାନ୍ତି। ମହିଳାମାନଙ୍କୁ ଗର୍ଭ ଧାରଣ କରିବା ଆରମ୍ଭରୁ ଏବଂ ପ୍ରସବ ପରେ ବେବି ବ୍ଲୁଜ୍‌ ହୋଇଥାଏ। କେତେଜଣ ମହିଳାଙ୍କଠାରେ ଏହା ଅତି ଭୟଙ୍କର ରୂପ ନିଏ। ଯେଉଁ ମହିଳାଙ୍କୁ ବାଇପୋଲାର ଡିଜ୍‌ଅର୍ଡର ସମସ୍ୟା ଥାଏ ସେମାନଙ୍କଠାରେ ବେବି ବ୍ଲୁଜ୍‌ ସମସ୍ୟା ୪୦ ପ୍ରତିଶତ ଅଧିକ ଥାଏ। ଏଥିରେ ୧୦ ପ୍ରତିଶତ ଆତ୍ମହତ୍ୟା ଏବଂ ଶିଶୁ ମୃତ୍ୟୁ ସମ୍ଭାବନା ଦେଖା ଦେଇଥାଏ। ଏ କ୍ଷେତ୍ରରେ ଗ୍ରାମୀଣ ମହିଳାମାନେ ଅଧିକ ସମସ୍ୟାକୁ ସାମ୍ନା କରିଥାନ୍ତି। କାରଣ ସେମାନଙ୍କୁ ପରାମର୍ଶ ଦେବା ପାଇଁ ନିଜ ପରିଜନ ଲୋକଙ୍କ ଭିତରେ ସେପରି ଠିକ୍‌ ଜ୍ଞାନ ନ ଥାଏ। ଏକ ଅଭାବୀ ପରିବାର ଭିତରେ ବିଶେଷକରି ସେପରି ସତ୍‌ଶିକ୍ଷା ନ ଥିବାରୁ ଝିଅଟିଏ ଜନ୍ମ ହେଲେ ସେମାନେ ତାହାର ଭବିଷ୍ୟତ ଓ ଅନେକ ଦାୟିତ୍ୱ ତଥା ଖର୍ଚ୍ଚକୁ ଚିନ୍ତାକରି ଘର ଭିତରର ହେଉଥିବା ସାଧାରଣ ଆଲୋଚନାଟି ଯେତେବେଳେ ଜନ୍ମ ଦେଉଥିବା ମା’ଟି କାନରେ ପଡ଼େ ସେ ସମୟରେ ସେ ଏକ ପ୍ରକାର ବିଚଳିତ ହୋଇପଡ଼ି ମନସ୍ତାତ୍ତ୍ୱିକ ଅସନ୍ତୁଳନ ଭିତରକୁ ଚାଲିଯାଇଥାନ୍ତି। ସେହିପରି କେତେକ ପରିବାରରେ ଝିଅ ଜନ୍ମକୁ ଏକ ବୋଝ ଭାବିଥାନ୍ତି ଏବଂ ଆଉ କେତେକ ପରିବାରରେ ଯଦି ଆସନ୍ନ ପ୍ରସବାଟି ମୃତ ଶିଶୁକୁ ଜନ୍ମ ଦେଇଥାନ୍ତି ତାଙ୍କ ଉପରେ ଯେଉଁ ମାନସିକ ଓ ଶାରୀରିକ ଉଭୟ ଚାପ ଓ ଯନ୍ତ୍ରଣା ପଡ଼ିଥାଏ ତାହା କିଭଳି ମନସ୍ତାତ୍ତ୍ୱିକ ପରିବେଶ ସୃଷ୍ଟି କରୁଥିବ ଆପଣ ଚିନ୍ତା କରନ୍ତୁ?
ଡାକ୍ତରୀ ବିଜ୍ଞାନରେ ବେବି ବ୍ଲୁଜ୍‌କୁ ପୋଷ୍ଟପାର୍ଟମ ଡିପ୍ରେଶନ କୁହାଯାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ପ୍ରସବ ପରେ ନୂଆକରି ମା’ ହୋଇଥିବା ମହିଳାଙ୍କଠାରେ ବେବି ବ୍ଲୁଜ୍‌ ହେବାର ଆଶଙ୍କା ୬୫ ପ୍ରତିଶତରୁ ଅଧିକ ଥାଏ। ୭୦-୮୦ ପ୍ରତିଶତ ନୂଆ ମା’ଙ୍କୁ ଶିଶୁ ଜନ୍ମର ଚାରି ପାଞ୍ଚ ଦିନ ପରେ ମନରେ ନକାରାତ୍ମକ ଭାବନାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ୮୦ ପ୍ରତିଶତ ମହିଳାଙ୍କଠାରେ ବେବି ବ୍ଲୁଜ୍‌ ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ଏହି ମାନସିକ ରୋଗରୁ ତୁରନ୍ତ ବାହାରିବା ନିହାତି ଦରକାର। ନ ହେଲେ ଏହା ଭୟଙ୍କର ରୂପ ନେଇପାରେ। କାଉନସେଲିଂ ଏବଂ ଔଷଧର ସାହାଯ୍ୟ ନେଇପାରିବେ। ପରିବାର ଲୋକଙ୍କ ସହଯୋଗ ମଧ୍ୟ ମା’ମାନଙ୍କୁ ଅନେକାଂଶରେ ଅବସାଦରୁ ଦୂରେଇ ରଖିଥାଏ। ଏହା ସେପରି ଏକ ସ୍ବାସ୍ଥ୍ୟ ସମସ୍ୟା ନୁହେଁ କିନ୍ତୁ ମାତୃତ୍ୱ ଲାଭ କରିଥିବା ମା’ମାନଙ୍କୁ ଏ କ୍ଷେତ୍ରରେ ମନସ୍ତାତ୍ତ୍ୱିକ ସହାୟତା, ସହଯୋଗ ଓ ପରାମର୍ଶ ଜରୁରୀ। ତାଙ୍କୁ ଘରେ ବ୍ୟସ୍ତବହୁଳ କାର୍ଯ୍ୟ ନ ଦେଇ କିଛି ବିଶ୍ରାମ ଦେବା ଜରୁରୀ। କେବଳ ଭଲ ଖାଇବା ବା ଔଷଧ ଯୋଗାଇ ଦେଲେ ଜଣଙ୍କର ସ୍ବାସ୍ଥ୍ୟ ନୀରୋଗ ରହିବ ତାହା ନୁହେଁ। ଅଧିକ ସମସ୍ୟା ଅନୁଭବ କଲେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବ। ତେବେ ଆଉ ଗୋଟିଏ କଥା ଭଲ ଭାବେ ମନେରଖିଥିବେ ଆପଣମାନେ ଏ କ୍ଷେତ୍ରରେ କୌଣସି ଗୁଣିଗାରେଡିର ସାହାଯ୍ୟ ବା କାହାଙ୍କ କଥାରେ ଶୁଣି ଟୁଣୁକା ଟୁଣୁକି ଚିକିତ୍ସା ଆଦୌ ଗ୍ରହଣ କରିବେ ନାହିଁ। କାରଣ ଏହା ରୋଗୀଟିର ସମସ୍ୟାକୁ ଆହୁରି ବଢ଼ାଇ ଦେଇପାରିବାର ସମ୍ଭାବନା ଅଛି।
ମାନସିକ ରୋଗ ବିଶେଷଜ୍ଞ, ଦି’ ବ୍ରେନ୍‌, ପୁରୀଘାଟ ରୋଡ୍‌, କଟକ,
ମୋ: ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri