ଟ୍ରେଜେରି ଷ୍ଟ୍ରଙ୍ଗ୍‌ରୁମ୍‌ ଛାତ, କାନ୍ଥରେ ଫାଟ

ଛତ୍ରପୁର,୧୪।୫(ଡି.ଏନ୍‌.ଏ):ଗଞ୍ଜାମ ଜିଲା ମୁଖ୍ୟାଳୟ ଛତ୍ରପୁରରେ ଥିବା ଜିଲା ଟ୍ରେଜେରି ଅଫିସର ଷ୍ଟ୍ରଙ୍ଗରୁମ ବିପଦଶଙ୍କୁଳ ଅବସ୍ଥାରେ ଦୀର୍ଘ ବର୍ଷ ହେଲା ରହିଛି। ଅଫିସ ଷ୍ଟ୍ରଙ୍ଗରୁମର କାନ୍ଥ ଓ ଛାତର ବିଭିନ୍ନ ସ୍ଥାନରେ ଫାଟ ଦେଖାଦେଲାଣି। ଏପରିକି ବର୍ଷା ଦିନେ ହେଉ ଅବା କାଳ ବୈଶାଖୀରେ ବର୍ଷା ପାଣି ଫାଟ ଦେଇ ଘର ଭିତରକୁ ପ୍ରବେଶ କରୁଛି। ଫଳରେ ଷ୍ଟ୍ରଙ୍ଗ ରୁମରେ ଥିବା ସରକାରୀ ସମ୍ପତି ପ୍ରତି ବିପଦ ଆଶଙ୍କା ଦେଖାଦେଉଛି । ସୂଚନାଯୋଗ୍ୟ ଉକ୍ତ ଟ୍ରେଜରୀ ଅଫିସର ଷ୍ଟ୍ରଙ୍ଗରୁମରେ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଠାରୁ ଆରମ୍ଭ କରି ହାତୀ ଦାନ୍ତ, ଷ୍ଟାମ୍ପ ଆଦି ବିଭିନ୍ନ ସରକାରୀ ସମ୍ପତି ଗଛିତ ରଖାଯାଇଥାଏ। ଏଠାରେ ୨୪ ଘଣ୍ଟିଆ ପୋଲିସ କର୍ମଚାରୀ ମୁତୟନ ସହ ସିସି କ୍ୟାମେରା ଲଗାଯାଇଛି। କିନ୍ତୁ ଟ୍ରେଜେରୀ ଅଫିସ ଷ୍ଟ୍ରଙ୍ଗରୁମରେ ଥିବା ସରକାରୀ ସମ୍ପତି ଆଦୌ ନିରାପଦ ନଥିବା ଜଣାପଡିଛି। ଆହୁରି ଜଣାଯାଇଛି ଯେ ଟ୍ରେଜରୀ ଅଫିସର ଷ୍ଟ୍ରଙ୍ଗରୁମକୁ ଯିବାକୁ ଥିବା ପାସେଜ ମଧ୍ୟ ଭାଙ୍ଗିରୁଜି ଯାଇଛି। ଏହା ପୁରୁଣା ହୋଇଥିବାରୁ ଏଠାରୁ ଲିକ୍‌ କରୁଛି। କିଛି ଦିନ ପୂର୍ବେ ଏହାର ମରାମତି କରାଯାଇଥିଲା। ମାତ୍ର ଏବେ ସେଠାରୁ ଲିକ୍‌ ହେଉଛି। ଷ୍ଟ୍ରଙ୍ଗରୁମ ଓ ପାସେଜ ମରାମତି ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏହା ମରାମତି କରିବାକୁ ଗଞ୍ଜାମ ଟ୍ରେଜେରି ଅଫିସରଙ୍କ ପକ୍ଷରୁ ୨ ତାରିଖରେ ଏକ ଚିଠି (୧୦୭୫) ବ୍ରହ୍ମପୁରସ୍ଥିତ ଗଞ୍ଜାମ ଆରଏବି -୨ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଲେଖାଯାଇଛି। ଷ୍ଟ୍ରଙ୍ଗରୁମର ଛାତ ଓ କାନ୍ଥରୁ ପାଣି ଗଳୁଥିବାରୁ ସରକାରୀ ସମ୍ପତି ଓ ଷ୍ଟାମ୍ପ ବକ୍ସଗୁଡିକୁ ଅନ୍ୟତ୍ର ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡୁଛି। ତେବେ ବହୁ ସରକାରୀ ସମ୍ପତି ଗଛିତ ଥିବାରୁ ସ୍ଥାନ ଅଭାବ ରହୁଛି। ଏହାର ଯାଞ୍ଚ କରି ଷ୍ଟ୍ରଙ୍ଗରୁମର ମରାମତି କରିବାକୁ ଉକ୍ତ ଚିଠିରେ ଅନୁରୋଧ କରାଯାଇଛି। ଛତ୍ରପୁରସ୍ଥିତ ଗଞ୍ଜାମ ଟ୍ରେଜେରୀ ଅଫିସର ପ୍ରଥମ ମହଲାରେ ୫୦ ସିଟ୍‌ ବିଶିଷ୍ଟ ଏକ ସମ୍ମିଳନୀ ଗୃହ ରହିଛି। ସେଠାରେ ପ୍ରୋଜେକ୍ଟର ସୁବିଧା ଅଛି । ଏଠାରେ ଜିଲାର ସମସ୍ତ ସରକାରୀ ଅଫିସମାନଙ୍କର ଡିଡିଓମାନଙ୍କୁ ତାଲିମ ନିୟମିତ ଦିଆଯାଇଥାଏ। ମାତ୍ର ଉକ୍ତ ସମ୍ମିଳନୀ ଗୃହରେ ପାଇଖାନାର ସୁବିଧା ନାହିଁ। ଏଠାକୁ ଆସୁଥିବା ଡିଡିଓମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ପାଇଖାନା ନିର୍ମାଣର ଆବଶ୍ୟକତା ରହିଛି ଏବଂ ଏହା ନିର୍ମାଣ ପାଇଁ ଅନୁରୋଧ କରାଯାଇଛି। ଆହୁରି ଜଣାଯାଇଛି ଯେ, ପୁରୁଣା ହୋଇଥିବାରୁ ଟ୍ରେଜେରି ଅଫିସର ପାଚେରି ମଧ୍ୟ ଭାଙ୍ଗିରୁଜି ଗଲାଣି। ଏଠାରେ ପାର୍କିଂ ସୁବିଧା ନଥିବାରୁ ଗାଡ଼ି ପାର୍କିଂ ଅନ୍ୟ ସ୍ଥାନମାନଙ୍କରେ କରିବାକୁ ପଡୁଛି। ଫଳରେ ଗାଡ଼ିଗୁଡିକ ସୁରକ୍ଷିତ ରହୁନି। ଏହିସବୁ ଉପରେ ପଦକ୍ଷେପ ନେବାକୁ ଉକ୍ତ ଚିଠିରେ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ଗଞ୍ଜାମ ଜିଲାପାଳଙ୍କୁ ମଧ୍ୟ ଚିଠି ଦ୍ୱାରା ଟ୍ରେଜେରୀ ଅଫିସର ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri