୪୯୯ ଦିନରେ ବିଶ୍ବ ଭ୍ରମଣ

ୱାଶିଂଟନ୍‌: ଗ୍ରୀକ୍‌-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ମାଇକେଲ୍‌ ଜେର୍‌ଭୋସ ୪୯୯ ଦିନ ମଧ୍ୟରେ ବିଶ୍ୱର ୧୯୫ଟି ଦେଶ ଭ୍ରମଣ କରି ରେକର୍ଡ ସ୍ଥାପନ କରିଛନ୍ତି। ତେବେ ଏହି ଯାତ୍ରାର ଉଦ୍ଦେଶ୍ୟ କେବଳ ରେକର୍ଡ ସ୍ଥାପନ କରିବା ନ ଥିଲା ବୋଲି ଜେର୍‌ଭୋସ୍‌ କହିଛନ୍ତି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ଲୋକେ ସେମାନଙ୍କ ଜୀବନର ସବୁଠାରୁ ଖୁସିର ଦିନ ବିଷୟରେ କ’ଣ ଭାବନ୍ତି ତାହା ସେ ଏହି ଯାତ୍ରା ଯୋଗେ ଜାଣିବାକୁ ଚାହିଁଥିଲେ। ତେଣୁ ଏହି ଯାତ୍ରାରେ ସେ ଭେଟିଥିବା ପ୍ରତ୍ୟେକ ଲୋକଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନ ଥିଲା, ଆପଣଙ୍କ ଜୀବନର ସବୁଠାରୁ ଖୁସିର ଦିନ କ’ଣ ଥିଲା ଏବଂ ଏହାର କାରଣ କ’ଣ।
୨୦୨୩ରେ ତାଙ୍କର ଏହି ବିଶ୍ୱ ଭ୍ରମଣ ଯାତ୍ରା ଆରମ୍ଭ କରିଥିଲେ। ସେ ଏହି ଯାତ୍ରାକୁ ପ୍ରୋଜେକ୍ଟ କୋସ୍ମୋସ୍‌ର ନାମ ଦେଇଥିଲେ, ଯାହା ଅଧୀନରେ ସେ ସାରା ବିଶ୍ୱର ଲୋକଙ୍କୁ ତାଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ବିଷୟରେ ପଚାରିଥିଲେ। ଏହି ଯାତ୍ରାରେ ସେ ଅନେକ ସଂଖ୍ୟାରେ ଫେସ୍‌ ଟୁ ଫେସ୍‌ ଇଣ୍ଟରଭ୍ୟୁ ନେଇଥିଲେ। ତାଙ୍କର ଅନେକ ସାକ୍ଷାତ୍‌କାର ଖୁବ୍‌ ଆକର୍ଷଣୀୟ ଏବଂ ପ୍ରେରଣାଦାୟକ ଥିଲା ବୋଲି ନିକଟରେ ମିରର୍‌ ୱେବସାଇଟ୍‌ ସହ ଆଲୋଚନା ବେଳେ ଜେର୍‌ଭୋସ ପ୍ରକାଶ କରିଛନ୍ତି।
କହିଛନ୍ତି, ଫିନ୍‌ଲାଣ୍ଡର ଲୋକମାନେ ସେମାନଙ୍କ ଖୁସି ବିଷୟରେ କହିବାକୁ ବେଶୀ ସଙ୍କୋଚ କରୁଥିଲେ। ସେଠାକାର ଲୋକେ ବାହ୍ୟଜଗତ ସହ ଅଧିକ ଜଡିତ ରହିଥିଲେ ମଧ୍ୟ ନିଜ ଭାବନା ପ୍ରକାଶ କରିବାରେ ସଙ୍କୋଚ କରୁଥିବା ନେଇ ସେ ଅନୁଭବ କରିଥିଲେ। ସେହିପରି ଜାପାନର ରାଜଧାନୀ ଟୋକିଓରେ ତାଙ୍କର ଏକ ଅଜବ ଅଭିଜ୍ଞତା ହୋଇଥିଲା ବୋଲି ଜେର୍‌ଭୋସ କହିଛନ୍ତି। ଟୋକିଓ ଏକ ଅତ୍ୟାଧୁନିକ ସହର ହୋଇଥିବା ମନରେ ଭାବି ସେ ସେଠାକୁ ଯାଇଥିଲେ। କିନ୍ତୁ ସେଠାକାର ଲୋକମାନେ ନିଜ ନିଜ ଦ୍ରୁତଗତିର ଜୀବନଶୈଳୀରେ ଏକଲାପଣ ଏବଂ ମାନସିକ ଭାବେ କ୍ଳାନ୍ତ ଅନୁଭବ କରୁଥିବା ସେ ଅନୁଭବ କରୁଥିଲେ। ସେଠାକାର ଲୋକେ କେବଳ ବଡ଼ ଘଟଣା କିମ୍ବା ସଫଳତାରେ ନୁହେଁ, ବରଂ ଛୋଟ ଛୋଟ ମୁହୂର୍ତ୍ତରେ ମଧ୍ୟ ଖୁସି ଖୋଜିଥାନ୍ତି ବୋଲି ଜେର୍‌ଭୋସ କହିଛନ୍ତି। ବୟସ ସହ ଲୋକଙ୍କ ଖୁସିର ପରିଭାଷାରେ ମଧ୍ୟ ପରିବର୍ତ୍ତନ ଆସିଥାଏ, ତାହା ସେ ଏହି ଯାତ୍ରାରୁ ଅନୁଭବ କରିଥିବା ଜେର୍‌ଭୋସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri