Posted inଫୁରସତ

ବର୍ଷାରେ ଭ୍ରମଣ

ଏମିତି ବି କେତେକ ଲୋକ ଅଛନ୍ତି, ଯେଉଁମାନେ ବର୍ଷାଦିନେ ପର୍ଯ୍ୟଟନରେ ଯିବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ଖାସ୍‌ ସେମାନଙ୍କ ପାଇଁ ଏଠାରେ ସେମିତି କେତୋଟି ପ୍ରାକୃତିକ ବୈଭବରେ ଭରା ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ବର୍ଷକ ବାରମାସ ଯିବାର ସୁବିଧା ଥିଲେ ବି ଖାସ୍‌ ଏହି ବର୍ଷାଦିନେ ବୁଲିଗଲେ କିଛିଟା ନିଆରା ଅନୁଭୂତି ସାଉଁଟିବାର ସୂଯୋଗ ମିଳିଥାଏ…

ମହାବଲେଶ୍ୱର :
ଜୁଲାଇ, ଅଗଷ୍ଟ ମାସ ବେଳେ ମହାରାଷ୍ଟ୍ରସ୍ଥିତ ମହାବଲେଶ୍ୱରର ସୌନ୍ଦର୍ଯ୍ୟ ଭିନ୍ନ ଏକ ସ୍ତରରେ ଥିଲାଭଳି ଅନୁଭବ ହୋଇଥାଏ। ସେଥିପାଇଁ ବହୁ ସଂଖ୍ୟାରେ ଦମ୍ପତି ହୁଅନ୍ତୁ ଅବା ପ୍ରେମୀଯୁଗଳଙ୍କୁ ବର୍ଷାଦିନେ ଏଠାରେ ଦେଖିବାକୁ ମିଳିଥାଏ। ଷ୍ଟ୍ରବେରୀ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମହାବଲେଶ୍ୱରରେ ପର୍ଯ୍ୟଟକ ବର୍ଷାଦିନେ ବୋଟିଂ କରିବାର ମଜା ମଧ୍ୟ ନେଇପାରିବେ।

*ଓ୍ବାୟନାଡ଼: ରିମ୍‌ଝିମ୍‌ ବର୍ଷାରେ ଭିଜିଭିଜି ବୁଲିବା ପାଇଁ କେରଳର ଓ୍ବାୟନାଡ଼ ହେଉଛି ଏକ ସୁନ୍ଦର ସ୍ଥାନ। ବିଶେଷକରି ନିବବିବାହିତା ଦମ୍ପତି କିମ୍ବା ପ୍ରେମୀଯୁଗଳ ବର୍ଷାଦିନେ ଏହି ସ୍ଥାନକୁ ବୁଲିଗଲେ କିଛିଟା ନିଆରା ଅନୁଭୂତି ପାଇପାରିବେ। ଏଠାକାର ଶାନ୍ତ ପରିବେଶରେ କିଛି ସମୟ ବିତାଇବା ସହ ଏଠାରେ ଦେଖିବାକୁ ମିଳୁଥିବା ସୁନ୍ଦର ପାହାଡ, ଝରଣା ତଥା ବୋହି ଯାଉଥିବା ନଦୀର ଜଳକୁ ଉପଭୋଗ କରିବାରେ ଥାଏ ଏକ ଅପୂର୍ବ ସୁଖ।

*ଦାର୍ଜିଲିଂ: ଖାସ୍‌କରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନରୁ ଏଠାକୁ ପର୍ଯ୍ୟଟକ ଧାଇଁ ଆସିଥାନ୍ତି। ସେଥିପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ଏପରିକି ବର୍ଷାଦିନେ ବି ଏଠାକୁ ଅନେକ ଆଗନ୍ତୁକ ବୁଲି ଆସୁଥିବାର ନଜିର ଦେଖିବାକୁ ମିଳିଥାଏ। କାରଣ କୁହାଯାଏ, ବର୍ଷାଦିନେ ଏଠାରେ କୁଆଡ଼େ ପ୍ରବଳ ବର୍ଷା ହୋଇଥାଏ। ଆଉ ସେହି ବର୍ଷାରେ ଭିଜିଭିଜି ଏଠାକାର ଶସ୍ୟଶ୍ୟାମଳା କ୍ଷେତର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ଥାଏ ନିଆରା ଆନନ୍ଦ।

*ଗୋଆ: ଦମ୍ପତି ହୁଅନ୍ତୁ ବା ପ୍ରେମୀଯୁଗଳ, ସେମାନଙ୍କ ପାଇଁ ଗୋଆ ହେଉଛି ଏକ ସବୁଠୁ ପ୍ରିୟ ହଲିଡେ ଡେଷ୍ଟିନେଶନ। ଅନ୍ୟଦିନ ତୁଳନାରେ ବର୍ଷାଦିନେ ଏଠାକୁ ବୁଲିଗଲେ ସ୍ଥାନୀୟ ବିଚ୍‌ର ଏକ ଅପୂର୍ବ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୂଯୋଗ ମିଳିଥାଏ। କେବଳ ସେତିକି ନୁହେଁ ବର୍ଷାଦିନେ ଏଠାକାର ନାଇଟ୍‌ ଲାଇଫ୍‌ ବି ବେଶ୍‌ ଉପଭୋଗ୍ୟ ହୋଇଥାଏ।

*କୁର୍ଗ: କୁର୍ଗ, ଯାହା କୋଡଗୁ ଭାବେ ବି ପରିଚିତ। ଏହା ନିଜର ଆକର୍ଷକ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଲୋକପ୍ରିୟ। ଏହା ଭାରତର ଅନ୍ୟତମ ସୁନ୍ଦର ହନିମୁନ୍‌ ଡେଷ୍ଟିନେଶନ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିପାରିଛି। ତେବେ ଅନ୍ୟଦିନ ତୁଳନାରେ ବର୍ଷାଦିନେ କୁର୍ଗର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ହୋଇଥାଏ। ଖାସ୍‌କରି ଏଠାକାର ଜଙ୍ଗଲ ପରିବେଷ୍ଟିତ ପାହାଡ଼, ଘାଟି ତଥା ଝରଣା ଆଦି ବର୍ଷାଦିନେ ନବଯୌବନ ପାଇଲା ଭଳି ଅନୁଭବ ହୁଏ।

*ମୁନ୍ନାର: ସବୁଜ ବନାନୀ ଘେରା ଘାଟି, ସୌନ୍ଦର୍ଯ୍ୟପୂର୍ଣ୍ଣ ଝରଣା ତଥା ଆକର୍ଷଣୀୟ ହ୍ରଦର ସୌନ୍ଦର୍ଯ୍ୟରେ ମୁନ୍ନାରର ପରିବେଶ ବେଶ୍‌ ଆକର୍ଷକ ଲାଗିଥାଏ। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ଭରି ରହିଥିବା ମୁନ୍ନାର କେରଳର ଏମିତି ଏକ ସହର ଅଟେ, ଯେଉଁଠାରେ ଶାନ୍ତ ବାତାବରଣ ସାଙ୍ଗକୁ ଅନେକ କିଛି ପର୍ଯ୍ୟଟନସ୍ଥଳୀ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ କୋଳାହଳପୂର୍ଣ୍ଣ ଜୀବନରୁ କିଛି ସମୟର ବିରତି ନେଇ ପର୍ଯ୍ୟଟକ ଏହି ସ୍ଥାନକୁ ଶାନ୍ତି ପାଇବା ଆଶାରେ ଧାଇଁ ଆସିଥାନ୍ତି।

*ମେଘାଳୟ: ପାହାଡ, ଜଙ୍ଗଲ ଦ୍ୱାରା ଘେରି ହୋଇ ରହିଥିବା ମେଘାଳୟକୁ ଅନେକେ ବାଦଲର ଘର ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ପାହାଡ, ପର୍ବତ ଘେରା ସାଙ୍ଗକୁ କଳକଳ ନାଦ କରି ବୋହି ଯାଉଥିବା ନଦୀ ଆଉ ଝରଣାର ସୌନ୍ଦର୍ଯ୍ୟ ଏଠାକାର ପରିବେଶକୁ ବେଶ୍‌ ଆକର୍ଷଣୀୟ କରି ଦେଇଥାଏ। ଆଉ ବର୍ଷାଦିନେ ତ ଏଠାକାର ପ୍ରାକୃତିକ ପରିବେଶକୁ ଦେଖିବା ଯୋଗ୍ୟ ହୋଇଥାଏ।

କେବଳ ଏତିକି ସ୍ଥାନ ନୁହେଁ, ଭାରତରେ ଆହୁରି ବି ଏମିତି ଅନେକ ସ୍ଥାନ ରହିଛି ଯେଉଁଠାକୁ ବର୍ଷାଦିନେ ବୁଲିଯାଇ ନିଆରା ଅନୁଭୂତି ସାଉଁଟି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri