Posted inଫୁରସତ

ଦେଶଭକ୍ତିରେ ଭ୍ରମଣ

ସ୍ବାଧୀନତା ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଦେଶଭକ୍ତି ଓ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଥାଏ। ତେବେ ଏଭଳି ଏକ ବିଶେଷ ଅବସରରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ମନରେ ଦେଶପ୍ରେମ ଜାଗ୍ରତ ହେବା ସହ ଅନେକ ଐତିହାସିକ ତଥ୍ୟ ସମ୍ପର୍କରେ ଜାଣିହେବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଇଣ୍ଡିଆ ଗେଟ୍‌: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ ହେଉଛି ଏକ ରାଷ୍ଟ୍ରୀୟ ସ୍ମାରକ। ସ୍ବାଧୀନତା ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଏଠାକୁ ବୁଲି ଯାଇ ମନରେ ଦେଶପ୍ରୀତି ଜାଗ୍ରତ କରିବା ସହ ଅନେକ ଐତିହାସିକ ତଥ୍ୟ ଜାଣିବାର ସୂଯୋଗ ପାଇପାରିବେ।

* ଲାଲକିଲ୍ଲା: ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀସ୍ଥିତ ଲାଲକିଲ୍ଲା ଆଡ଼େ ମଧ୍ୟ ବୁଲିଗଲେ ମନରେ ଏକ ଅପୂର୍ବ ଶିହରଣ ଖେଳିଯାଇଥାଏ। କାରଣ ଏହା ହେଉଛି ଏକ ଐତିହାସିକ ଦୁର୍ଗ। ଇତିହାସ ସମ୍ବନ୍ଧୀୟ ଅନେକ ତଥ୍ୟ ଏହି ଦୁର୍ଗ ସହିତ ଜଡ଼ିତ ରହିଛି। ତା’ସାଙ୍ଗକୁ ଏହି ଦୁର୍ଗଟିର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ବେଶ୍‌ ମନୋରମ ଲାଗିଥାଏ।

* ସାବରମତୀ ଆଶ୍ରମ: ଗୁଜରାଟର ଅହମଦାବାଦ୍‌ସ୍ଥିତ ସାବରମତୀ ନଦୀତଟରେ ଥିବା ଏହି ଆଶ୍ରମରେ ଗାନ୍ଧିଜୀ ନିଜ ଅନୁଗତ ବା ଶିଷ୍ୟମାନଙ୍କୁ ଅହିଂସା ଏବଂ ସତ୍ୟର ସନ୍ଧାନ ଉପରେ ଶିକ୍ଷା ଦେଉଥିଲେ। ତା’ସହିତ ଗାନ୍ଧିଜୀ ସେମାନଙ୍କୁ କୁଟୀରଶିଳ୍ପ, ହସ୍ତଶିଳ୍ପ, ଚାଷବାସ ଆଦି ବିଷୟ ଉପରେ ଜ୍ଞାନ ପ୍ରଦାନ କରୁଥିଲେ। ‘ଖଟି ଖାଅ କାଟି ପିନ୍ଧ’ ଥିଲା ଗାନ୍ଧିଜୀଙ୍କର ବାଣୀ। ସେଥିପାଇଁ ଗାନ୍ଧିଜୀ ଏଠାରେ ଚରଖା ସ୍ଥାପନ କରି ସେଥିରେ ନିଜେ ନିଜର ପୋଷାକ ତିଆରି କରି ପିନ୍ଧୁଥିଲେ ଏବଂ ଆଶ୍ରମବାସୀଙ୍କୁ ବି ତାହା ଶିଖାଉଥିଲେ। ତେଣୁ ଗାନ୍ଧିଜୀଙ୍କ ଆଦର୍ଶ ଓ ଶିକ୍ଷା ସବୁଦିନ ପାଇଁ ସମସ୍ତଙ୍କ ହୃଦୟରେ ଜୀବିତ ହୋଇ ରହିଛି ଓ ରହିଥିବ। ଆଉ ଏହି ସାବରମତୀ ଆଶ୍ରମଟି ଗାନ୍ଧିଜୀଙ୍କର ଗୁଣଗାନ ବଖାଣୁଥିବ। ତେଣୁ ସ୍ବାଧୀନତା ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଏହି ଆଶ୍ରମକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟି ପାରିବେ।

* ଅଟାରି-ଓ୍ବାଘା ବର୍ଡର: ସ୍ବାଧୀନତା ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଅଟାରି-ଓ୍ବାଘା ବର୍ଡର ଆଡେ ବି ଟିକେ ବୁଲି ଆସିପାରିବେ। ଏଠାକୁ ଗଲେ ଦେଶଭକ୍ତିର କିଛିଟା ନିଆରା ଅନୁଭୂତି ନିଶ୍ଚୟ ଅନୁଭବ କରିପାରିବେ।

* ନ୍ୟାଶନାଲ୍‌ ଗାନ୍ଧୀ ମ୍ୟୁଜିୟମ୍‌: ଗାନ୍ଧିଜୀଙ୍କୁ ସମର୍ପିତ ଏହି ସଂଗ୍ରହାଳୟଟି ବର୍ତ୍ତମାନ ନୂଆ ଦିଲ୍ଲୀର ରାଜଘାଟରେ ଅବସ୍ଥିତ। କିନ୍ତୁ ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ୧୯୪୮ ମସିହା ଜାନୁୟାରୀ ୩୦ ତାରିଖରେ ଗାନ୍ଧିଜୀଙ୍କୁ ହତ୍ୟା କରାଯିବା ପରେ ତାଙ୍କ ସ୍ମୃତିରେ ପ୍ରଥମେ ଏକ ସଂଗ୍ରହାଳୟ ମୁମ୍ବାଇରେ ଖୋଲାଯାଇଥିଲା, ଯେଉଁଠାରେ ଗାନ୍ଧିଜୀଙ୍କ ଜୀବନୀ ସହ ଜଡ଼ିତ କିଛି ବ୍ୟକ୍ତିଗତ ବସ୍ତୁ, ସମାଚାରପତ୍ର, ପୁସ୍ତକ ଆଦିକୁ ସ୍ଥାନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ସଂଗ୍ରହାଳୟଟି ନୂଆ ଦିଲ୍ଲୀସ୍ଥିତ କୋଟା ହାଉସ୍‌କୁ ସ୍ଥାନାନ୍ତରିତ ହୋଇ ଆସିଥିଲା। ଶେଷରେ ୧୯୬୧ ମସିହାରେ ଏହା ନୂଆ ଦିଲ୍ଲୀର ରାଜଘାଟକୁ ସ୍ଥାନାନ୍ତରିତ ହୋଇ ବିଧିବଦ୍ଧ ଭାବେ ଲୋକାର୍ପିତ ହୋଇଥିଲା। ତେଣୁ ସ୍ବାଧୀନତା ଦିବସ ଅବସରରେ ପର୍ଯ୍ୟଟକ ଚାହିଁଲେ ଏହି ମ୍ୟୁଜିୟମ୍‌କୁ ବୁଲିଯାଇ ଏଠାରୁ ଗାନ୍ଧିଜୀଙ୍କ ସମ୍ପର୍କରେ ଅନେକ କିଛି ତଥ୍ୟ ହାସଲ କରିପାରିବେ।

* ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ: ତାମିଲନାଡ଼ୁର ମଦୁରାଇଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ୧୯୫୯ ମସିହାରେ ଗଢ଼ି ଉଠିଥିଲା, ଯାହାର ନାଁ ହେଉଛି ଗାନ୍ଧୀ ମେମୋରିଆଲ୍‌ ମ୍ୟୁଜିୟମ୍‌। କେହି କେହି ଏହାକୁ ଗାନ୍ଧୀ ମ୍ୟୁଜିୟମ୍‌ ବି କହିଥାନ୍ତି। ଏଠାରେ ଗାନ୍ଧିଜୀଙ୍କର ପିଲାବେଳଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସମୟର ଫଟୋ, ପେଣ୍ଟିଙ୍ଗ୍ସ, ଗାନ୍ଧିଜୀଙ୍କର ବିଭିନ୍ନ ମୂର୍ତ୍ତି, ତାଙ୍କର ହାତଲେଖା ଚିଠି ତଥା ଗାନ୍ଧିଜୀ ବ୍ୟବହାର କରିଥିବା କେତେକ ଜିନିଷକୁ ସାଇତି ରଖାଯାଇଛି। ଖାସ୍‌କରି ଏଠାରେ ଗାନ୍ଧିଜୀଙ୍କ ମୃତ୍ୟୁ ସମୟର ସେହି ରକ୍ତଭିଜା ଧୋତିକୁ ଏକ ଭ୍ୟାକୁମ୍‌ ଗ୍ଲାସ୍‌ ବକ୍ସ ଭିତରେ ରଖାଯାଇଥିବାର ଦେଖିବାକୁ ମିଳେ। କିନ୍ତୁ କେହି କେହି ଏହି ଧୋତିକୁ ସତ ନୁହେଁ ବରଂ ଏକ ନମୁନା ବୋଲି ମତ ଦେଇଥାନ୍ତି। ତା’ଛଡ଼ା ଏହି ମ୍ୟୁଜିୟମ୍‌ରେ ଏକ ଲାଇବ୍ରେରି ମଧ୍ୟ ରହିଛି, ଯେଉଁଠାରେ ଗାନ୍ଧିଜୀ ନିଜେ ଲେଖିଥିବା ତଥା ଗାନ୍ଧିଜୀ ଓ ଭାରତୀୟ ସଂସ୍କୃତି ଉପରେ ଆଧାରିତ ଥିବା କେତେକ ପୁସ୍ତକକୁ ମଧ୍ୟ ସ୍ଥାନ ଦିଆଯାଇଛି। ତେଣୁ ସ୍ବାଧୀନତା ଦିବସ ଅବସରରେ ଏଠାକୁ ବି ବୁଲି ଯାଇହେବ।

କେବଳ ଏହିସବୁ ସ୍ଥାନ ନୁହେଁ, ପର୍ଯ୍ୟଟକ ଚାହିଁଲେ ସ୍ବାଧୀନତା ଦିବସ ଅବସରରେ କୋଲକାତାର ନେତାଜୀ ଭବନ, ଲଦାଖର କାରଗିଲ୍‌ ଯୁଦ୍ଧ ସ୍ମାରକ, ଉତ୍ତରପ୍ରଦେଶର ଝାନ୍ସି କିଲ୍ଲା, ଗୁଜରାଟର ପୋର୍‌ବନ୍ଦର ଆଦି ସ୍ଥାନକୁ ବି ବୁଲିଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri