Posted inଫୁରସତ

ସର୍ବପ୍ରଥମ ପାଣିତଳ ହୋଟେଲ

ମେଲ: ସମୟ ଆଗକୁ ବଢୁଥିବାବେଳେ ବେଳକୁ ବେଳ ପରିବେଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସହରରେ ଅନେକ ଆରାମଦାୟକ ହୋଟେଲମାନ ଖୋଲୁଛି। ତେବେ ସର୍ବପ୍ରଥମ ପାଣିତଳ ହୋଟେଲ ବାବଦରେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଏହି ହୋଟେଲର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ହୋଟେଲକୁ ଅନେକ ନାମୀଦାମୀ ଅଭିନେତ୍ରୀ,ଅଭିନେତା ଆସି ସମୟ ବିତାଉଛନ୍ତି। ଏହାର ଭଡ଼ା ଏତେ ଅଧିକ ଯେ, ଯାହା ଶୁଣି ଆଶ୍ଚର୍ଯ୍ୟ ଲାଗିବ। ନିକଟରେ ଆନନ୍ଦ ମହିନ୍ଦ୍ରାଙ୍କୁ କେହି ଜଣେ ଏହି ହୋଟେଲରେ ରହିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ସେ ହୋଟେଲର ଫଟୋ ଦେଖି ଡରିଯାଇଥିବା କହିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି, ଅନେକଙ୍କ ମତରେ ଏହା ସବୁଠୁ ଭଲ ଆରାମଦାୟକ ହୋଇଥିଲେ ମଧ୍ୟ ଏତେ ବଡ଼ ବଡ଼ ସାମୁଦ୍ରିକ ଜୀବଙ୍କ ଗହଣରେ ତାଙ୍କର ଆଖିର ପଲକ ପଡ଼ିବା ସମ୍ଭବ ନୁହେଁ। ସେ ଏହା ମଧ୍ୟରେ ନ ଶୋଇ ସମସ୍ତ ସମୟ ଚାହିଁ ରହିବେ। ରିପୋର୍ଟ ମୁତାବକ, ୨୦୧୮ରେ ମାଳଦ୍ୱୀପରେ ପ୍ରଥମ ପାଣିତଳ ହୋଟେଲ ‘ଦି ମୁରାକା’ ଖୋଲିଥିଲା। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୬ ଫୁଟ ତଳେ ଏହି ହୋଟେଲ ରହିଛି। ଏହାକୁ ୧୫ ବିଲିୟନ୍‌ ଡଲାରରେ ତିଆରି କରାଯାଇଥିଲା। ଏଠାରେ ଗୋଟିଏ ରାତି ରହିବାକୁ ଅନୁମତି ନାହିଁ। ଯିଏ ବି ଏଠାରେ ରହିବ ତାଙ୍କୁ ହୋଟେଲର ପୂରା ପ୍ୟାକେଜ୍‌ ନେବାକୁ ପଡ଼ିବ। ସେହି ପ୍ୟାକେଜ୍‌ର ମୂଲ୍ୟ ୨ ଲକ୍ଷ ଡଲାର ଅର୍ଥାତ୍‌ ୧.୫ କୋଟି ଟଙ୍କା। ଏହି ହିସାବରେ ଗୋଟିଏ ରାତିର ମୂଲ୍ୟ ୩୭ ଲକ୍ଷ। ଏହି ହୋଟେଲରେ ୧୮୦ ଡିଗ୍ରୀର ସାମୁଦ୍ରିକ ଜୀବଙ୍କ ଦୃଶ୍ୟ ଦେଖିବାକୁ ମିଳିବ। ହୋଟେଲରେ ୨ଟି ବେଡ୍‌ ରୁମ୍‌, ଗୋଟିଏ ଜିମ୍‌ ଏବଂ ଗୋଟେ ବାଥ୍‌ରୁମ୍‌ ରହିଛି। ଏଥିସହ ବାର୍‌, ରୋଷେଇ ଘର ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାହାକୁ ଡରୁଥିଲେ ଟ୍ରମ୍ପ, ଶେଷରେ ତାହା ହିଁ ଘଟିଲା: ନିଜ ଲୋକ ବି ଦେଲେ ଧୋକା

ଓ୍ବାଶିଂଟନ୍‌,୪।୬: ଇରାନ ସହିତ ସଂଘର୍ଷକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସୀମିତ କରିବା…

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା…

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି…

ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ…

ମମି ଶରୀରରେ ବଢୁଛନ୍ତି ଅଣୁଜୀବ: ୫,୩୦୦ ବର୍ଷ ପରେ ବି ଜୀବିତ

ବୋଲଜାନୋ (ଇଟାଲୀ),୪ା୬:ପ୍ରାୟ ୫,୩୦୦ ବର୍ଷ ପୂର୍ବେ ଇଟାଲୀର ଆଲ୍ପସ ପର୍ବତମାଳାରେ ଜଣେ ଶିକାରୀଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ବରଫ ତଳେ ପୋତିହୋଇ…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri