ତାଲିମ ପଇସାରେ ବିଦେଶ ଗସ୍ତ

ଭୁବନେଶ୍ୱର,୧୨ା୫(ଅନିଲ ଦାସ):ଗଁାଗଣ୍ଡାରେ ରହୁଥିବା ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଅନେକେ ଘରେ ବସି ରହୁଛନ୍ତି। ସେହି ଯୁବତୀଯୁବକଙ୍କ ହାତକୁ କାମ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ସରକାରୀ ଅଧିକାରୀଙ୍କ ବ୍ୟକ୍ତିଗତ ଲାଳସା ଯୋଜନାକୁ ଧୂଳିସାତ କରିଦେଉଛି, ଯାହାର ଏକ ଉଦାହରଣ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା(ଡିଡିୟୁ-ଜିକେୱାଇ)। ଗ୍ରାମାଞ୍ଚଳ ବେକାରୀଙ୍କୁ କୌଶଳ ତାଲିମ୍‌ ଯୋଗାଇ ଦିଆଯିବା ସହ ସେମାନଙ୍କୁ ମାସିକ ମଜୁରିଭିତ୍ତିକ ଠିକା କାମ ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୧୪ରେ ଏହି କର୍ମନିଯୁକ୍ତି ଯୋଜନା କରିଥିଲେ। ଏହାକୁ ରାଜ୍ୟ ଜୀବିକା ମିଶନ ଜରିଆରେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି(ଓର୍‌ମାସ) ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ହେଲେ ବେକାରଙ୍କୁ ତାଲିମ ଦେବା ବାହାନାରେ ଓର୍‌ମାସର ଅଧ୍ୟକ୍ଷ, ନିର୍ବାହୀ ନିର୍ଦ୍ଦେଶକ ଘରୋଇ ସଂସ୍ଥା ସହ ମିଶି ସରକାରୀ ଅର୍ଥକୁ ହେରଫେର କରିଛନ୍ତି। ଏପରି କି ତାଲିମ ବାହାନାରେ ବିଦେଶ ଭ୍ରମଣ କରିଛନ୍ତି ବୋଲି କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ରିପୋର୍ଟରୁ ଜଣାପଡ଼ିଛି ଯେ, ବେକାର ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ଦେବା ଏବଂ ସେମାନଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଓର୍‌ମାସ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଘରୋଇ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା (ପିପିଆଇଏ)କୁ ନିୟୋଜିତ କରିଥାଏ। ପିଆଇଏକୁ ନିୟୋଜିତ କରିବା ପୂର୍ବରୁ ରାଜ୍ୟ ଜୀବିକା ମିଶନ, ନାବାର୍ଡ ଦ୍ୱାରା ମାନ ନିର୍ଦ୍ଧାରଣ ହେବା ପରେ ପ୍ରକଳ୍ପ ମଞ୍ଜୁରୀ କମିଟି ଦ୍ୱାରା ଅନୁମୋଦନର ବ୍ୟବସ୍ଥା ରହିଛି। ଯେଉଁ ପିଆଇଏକୁ ନିୟୋଜିତ କରାଯିବ ସେମାନେ ୭୫ ପ୍ରତିଶତ ତାଲିମପ୍ରାପ୍ତ ଯୁବବର୍ଗଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ। ଓର୍‌ମାସ ଓ ଜାତୀୟ ବୈଷୟିକ ସଂସ୍ଥା ଦ୍ୱାରା ପ୍ରାର୍ଥୀମାନଙ୍କ ନିଯୁକ୍ତିକୁ ଯାଞ୍ଚ କରାଯିବା ପରେ ପିଆଇଏଗୁଡ଼ିକୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଏସବୁ ନିୟମକୁ ଦଳିମକଚି ଓର୍‌ମାସ ଅଧିକାରୀ ବେଆଇନ ଭାବେ ଅଯୋଗ୍ୟ ଘରୋଇ ସଂସ୍ଥାଙ୍କୁ ବହୁକୋଟି ଟଙ୍କାର ପ୍ରକଳ୍ପ ଟେକି ଦେଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୧୬ରୁ ୨୦୧୮ମଧ୍ୟରେ ୪ଟି ଘରୋଇ ସଂସ୍ଥା(ଏସ୍କର୍ଟସ ଲିମିଟେଡ, ଏସ୍‌ଡି ଏଜୁକେଶନ ପ୍ରାଇଭେଟ ଲିମିଟେଡ, ବ୍ଲାକ୍‌ ପାନ୍ଥର ଗାର୍ଡସ ଆଣ୍ଡ ସିର୍ଭିସେସ ଏବଂ କାର୍ଡିଆକ୍‌ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେଶନ ଫାଉଣ୍ଡେଶନ)କୁ ପ୍ରକଳ୍ପ ମଞ୍ଜୁରୀ କମିଟିର ବିନା ଅନୁମୋଦନରେ ୭୬.୩୪ କୋଟି ଟଙ୍କାର ପ୍ରକଳ୍ପ ଟେକି ଦିଆଯାଇଥିଲା। ସେଥିରୁ ୨୦୧୯ ସେପ୍ଟେମ୍ବର ସୁଦ୍ଧା ୪୧.୦୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ସିଏଜି ଅଡିଟ୍‌କୁ ଦେଢ଼ ବର୍ଷ ପୂରି ଯାଇଥିବାରୁ ବାକି ଟଙ୍କା ମଧ୍ୟ ସେହି ଘରୋଇ ସଂସ୍ଥାଙ୍କୁ ପ୍ରଦାନ କରାଯାଇସାରିଥିବ ବୋଲି ଓର୍‌ମାସର ଜଣେ କର୍ମଚାରୀ କହିଛନ୍ତି। ଏସ୍କର୍ଟସ ଲିମିଟେଡକୁ ୨୭.୦୯ କୋଟି ଟଙ୍କାର ପ୍ରକଳ୍ପ ପ୍ରଦାନ କରାଯାଇଥିବାବେଳେ ଏଏସ୍‌ଡି ଏଜୁକେଶନ ପ୍ରାଇଭେଟ ଲିମିଟେଡକୁ ୮.୪୨, ବ୍ଲାକ ପାନ୍ଥର ଗାର୍ଡସ ଆଣ୍ଡ୍‌ ସିର୍ଭିସେସ ଲିମିଟେଡକୁ ୩୧.୫୭ ଏବଂ କାର୍ଡିଆକ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେଶନ ଫାଉଣ୍ଡେଶନକୁ ୯.୨୬ କୋଟି ଟଙ୍କାର ପ୍ରକଳ୍ପ ପ୍ରଦାନ କରାଯାଇଛି। ପିଏସିଗୁଡିକର ଆର୍ଥିକ କାରବାରକୁ ଆଖିବୁଜି ଦେଇ ଓର୍‌ମାସର ବଡ଼ବାବୁ ଅଯୋଗ୍ୟ ଘରୋଇ ସଂସ୍ଥାକୁ ଆର୍ଥିକ ସୁବିଧା ଦେଇଛନ୍ତି। କେବଳ ସେତିକି ନୁହେଁ ପ୍ରଥମ ପ୍ରକଳ୍ପ ତୁଲାଇ ନ ଥିବା ଘରୋଇ ସଂସ୍ଥାଗୁଡ଼ିକୁ ଅଯାଚିତ ଭାବେ ଦ୍ୱିତୀୟ ପ୍ରକଳ୍ପକୁ ପ୍ରଦାନ କରାଯାଇଛି।
ସିଏଜି ଉଲ୍ଲେଖ କରିଛନ୍ତି ଯେ, ଏଏସ୍‌ଡି ଏଜୁକେଶନ ପ୍ରାଇଭେଟ ଲିମିଟେଡକୁ ୧୧.୭୬ କୋଟି ଟଙ୍କାର ଦ୍ୱିତୀୟ ପ୍ରକଳ୍ପ ପ୍ରଦାନ କରିବାକୁ ଓର୍‌ମାସ ବାବୁମାନେ ପଛାଇ ନାହାନ୍ତି। ଏହି ସଂସ୍ଥା ବିଦେଶରେ ନିଯୁକ୍ତି ଦେବା ସହ ଓଡ଼ିଶାରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେବେ ଏହାକୁ ଓର୍‌ମାସ ଓ ଉକ୍ତ ସଂସ୍ଥା ସହ ହୋଇଥିବା ବୁଝାମଣା ପତ୍ର(ଏମଓୟୁ)ରେ ଚଞ୍ଚକତା କରି ଉଲ୍ଲେଖ କରାଯାଇ ନ ଥିଲା। ସିଏଜି ଅଡିଟ ସମୟରେ ଜଣାପଡ଼ିଛି ଯେ, ଉକ୍ତ ସଂସ୍ଥା ବିଦେଶରେ କୌଣସି ନିଯୁକ୍ତି ସୁଯୋଗ ପ୍ରଦାନ କରି ନ ଥିବାବେଳେ ଓଡ଼ିଶାରେ ଉତ୍କର୍ଷ କେନ୍ଦ୍ର ମଧ୍ୟ ସ୍ଥାପନ କରି ନାହିଁ। ଏହା ସତ୍ତ୍ୱେ ଓର୍‌ମାସ, ପଞ୍ଚାୟତିରାଜ ଏବଂ ଦକ୍ଷତା ବିକାଶ ବିଭାଗ ବାବୁମାନେ ଏହି ଘରୋଇ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇବା ପଛରେ ବିଦେଶ ଭ୍ରମଣ ନେବା ଆଲୋଚନା ହେଉଛି। ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଏଏସ୍‌ଡି ଏଜୁକେଶନ ପ୍ରାଇଭେଟ ଲିମିଟେଡ୍‌ ଜରିଆରେ ଅଷ୍ଟ୍ରେଲିଆର ଏକ ଫାର୍ମ ପଞ୍ଚାୟତିରାଜ ବିଭାଗ ସଚିବ, କୌଶଳ ବିକାଶ ଓ ବୈଷୟିକ ବିଭାଗ ସଚିବ ଏବଂ ଓର୍‌ମାସର ନିର୍ବାହୀ ନିର୍ଦ୍ଦେଶକଙ୍କୁ ଅଷ୍ଟ୍ରେଲିଆ ବୁଲାଇ ନେଇଛି। କେବଳ ସେତିକି ନୁହେଁ ଓର୍‌ମାସ ବଡ଼ବାବୁମାନେ ୨୦୧୬ରୁ ୨୦୧୮ ମଧ୍ୟରେ ନାଇସ୍‌ କମ୍ପ୍ୟୁଟର, ଏଡୁଜବସ ଏକାଡେମୀ ଏବଂ କର୍ତ୍ତବ୍ୟ କନ୍‌ସଲଟାନ୍ସ ପ୍ରାଇଭେଟ ଲିମିଟେଡ୍‌ ଭଳି ଆଯୋଗ୍ୟ ସଂସ୍ଥାକୁ ୧୦୨.୧୩ କୋଟି ଟଙ୍କାର ପ୍ରକଳ୍ପ ମନଇଚ୍ଛା ଟେକି ଦେଇଥିଲେ। ସେହି ଘରୋଇ ସଂସ୍ଥାଗୁଡ଼ିକ ମାତ୍ର ୨୫.୨୦ କୋଟି ପାଇବାକୁ ଯୋଗ୍ୟ ଥିବାବେଳେ ପିଏସି ଏବଂ ଓର୍‌ମାସ ଇଡି ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ୭୬.୯୩ କୋଟି ଟଙ୍କାର ଅହେତୁକ ଅନୁକମ୍ପା ଦେଖାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅର୍ଣ୍ଣବ’: ଆଖି ହେଲା ଦୃଶ୍ୟମାନ

ଭୁବନେଶ୍ୱର, ୨୬।୧୦: ବଙ୍ଗୋପସାଗର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି। ଏହି ବାତ୍ୟାର ନାମ…

ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ…

ଲେଖି ରଖନ୍ତୁ ଯଦି…ରୋହିତ-କୋହଲିଙ୍କୁ ନେଇ ଏମିତି କଥା କହିଦେଲେ ସୁରେଶ ରାଇନା, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୨୬।୧୦:ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା। ‘ମିଷ୍ଟର…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।…

କୋହଲି-ରୋହିତଙ୍କ ପରେ ଏହି ୨ ଖେଳାଳି ଭାରତର ସୁପରଷ୍ଟାର: ପୂର୍ବତନ ଅଲ୍‌ରାଉଣ୍ଡଙ୍କ ମନ୍ତବ୍ୟ ସମସ୍ତଙ୍କୁ କଲା ଚକିତ

ନୂଆଦିଲ୍ଲୀ,୨୬।୧୦: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ୍‌ର ଦାୟିତ୍ୱ ନେବାକୁ ନୂଆ ପିଢ଼ି ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଲାନ୍ସ କ୍ଲୁଜନର…

IPL 2027: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲେ ନୂଆ କୋଚ୍, ଦାୟିତ୍ୱ ସମ୍ଭାଳିବେ…

ନୂଆଦିଲ୍ଲୀ,୨୬।୧୦: ଆଇପିଏଲ୍‌ ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଷ୍ଟାଫ୍‌ରେ ନୂଆ ନିଯୁକ୍ତି ହୋଇଛି । ଇଂଲଣ୍ଡର ପୂର୍ବତନ ବୋଲର ଗାରେଥ୍ ବ୍ୟାଟିଙ୍କୁ ଦଳର…

କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ

ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ୬ ବରିଷ୍ଠ ଅଧିକାରୀ ସସପେଣ୍ଡ

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ସମୟରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ ଆୟୋଗ । ଆଗ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?