Posted inଫୁରସତ

ହ୍ବିଲ୍‌ଚେୟାରରେ ୫୯ ଦେଶ ଭ୍ରମଣ

ହରିୟାଣା

ହ୍ବିଲ୍‌ଚେୟାର ସହିତ କାମ କରିବା ସାଧାରଣତଃ କଷ୍ଟକର ହୋଇଥାଏ। ହେଲେ ପଞ୍ଜାବ ଲୁଧିଆନାର ଜଣେ ମହିଳା ହ୍ବିଲ୍‌ଚେୟାର ସହିତ ନିଜ ଜୀବନକୁ ଅତ୍ୟନ୍ତ ସରଳ କରିଦେଇଛନ୍ତି। ସେ ଗତ ୫ ବର୍ଷ ମଧ୍ୟରେ ହ୍ବିଲ୍‌ଚେୟାରରେ ଏକା ସ୍ବିଜରଲାଣ୍ଡ, କାନାଡା, ଅଷ୍ଟ୍ରେଲିଆ, ଚାଇନା ଭଳି ୫୯ ଦେଶ ବୁଲି ସାରିଲେଣି। ମୁମ୍ବାଇରେ ରହୁଥିବା ୫୨ ବର୍ଷୀୟା ପର୍ବିନ୍ଦର ଚାୱଲା ଛୋଟବେଳୁ ସମସ୍ତ ସ୍ପୋଟର୍‌ସରେ ପ୍ରବୀଣ ଥିଲେ। ସେ ସାଇକେଲିଂ, ସୁଇମିଂ ଭଳି ଅନେକ ଖେଳରେ ସମସ୍ତଙ୍କଠାରୁ ଆଗୁଆ ରହୁଥିଲେ। ୧୦ମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କ ହାତ ମୁଠା ଖୋଲିବାରେ ତାଙ୍କୁ ଅସୁବିଧା ହୋଇଥିଲା। ଏହାପରେ ପର୍ବିନ୍ଦର କଲେଜରେ ପାଠ ପଢିବା ସମୟରେ ତାଙ୍କୁ ର୍ୟୁମେଟାଇଡ ଆର୍ଥ୍ରାଇଟିସ୍‌ ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା। ସେବେଠାରୁ ତାଙ୍କୁ ଏକ ହ୍ବିଲ୍‌ଚେୟାରର ସାହାଯ୍ୟ ନେବାକୁ ପଡ଼ିଥିଲା। ସେ ଏଥିରେ ନ ଭାଙ୍ଗି ପଡ଼ି ମୁମ୍ବାଇରେ ନିଜ ପାଇଁ ଚାକିରି ଖୋଜି ପ୍ରାୟ ୬ ବର୍ଷ ସେଠାରେ କାମ ମଧ୍ୟ କରିଥିଲେ। ପରେ ସେ ସାଙ୍ଗମାନଙ୍କ ସହ ପ୍ରତିଦିନ କିଛି ସ୍ଥାନ ଭ୍ରମଣ କରି କିଛି ନୂଆ କରିବାକୁ ଯୋଜନା କଲେ। ହେଲେ ସାଙ୍ଗମାନେ ଚାଲିକି ଯିବାବେଳେ ସେ ହ୍ବିଲ୍‌ଚେୟାରରେ ଯିବା ଟିକେ କଷ୍ଟକର ହେଲା। ସେଥିପାଇଁ ପର୍ବିନ୍ଦର ଏକା ସବୁଆଡ଼େ ବୁଲିବାକୁ ନିଷ୍ପତ୍ତି କଲେ। ସେ ବାଲିଠାରୁ ତାଙ୍କ ପ୍ରଥମ ଏକାକୀ ଯାତ୍ରା ଆରମ୍ଭ କରିଥିଲେ। ଭ୍ରମଣ ସମୟରେ ସବୁଠାରୁ କମ୍‌ ଦାମ୍‌ ବିଶିଷ୍ଟ ଜିନିଷକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ। ଏହାପରେ ସେ ଆଉ ପଛକୁ ଫେରି ନ ଥିଲେ। ଭ୍ରମଣ ସମୟରେ ସେ ପାରାଗ୍ଲାଇଡିଂ, ସୁଇମିଂ ଭଳି ଅନେକ ଜିନିଷର ମଜା ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri