ପରିବହନ ବିଭାଗର ଚଢାଉ : ୬ ସ୍କୁଲ ବସ, ୪ ଅଟୋ ଉପରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଜୋରିମନା

କୋରାପୁଟ,୨୦।୪(ସ୍ବ.ପ୍ର): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ କୋରାପୁଟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ କୋରାପୁଟ ଓ ସେମିଳିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଚଳାଚଳ କରୁଥିବା ବସ ଓ ଅଟୋ ଉପରେ ବୁଧବାର ଚଢାଉ କରାଯାଇଛି। ଚଢାଉରେ ସେମିଳିଗୁଡା ଅଞ୍ଚଳର ୪ଟି ବିଦ୍ୟାଳୟରୁ ୬ଟି ବସ ଏବଂ କୋରାପୁଟର ଛାତ୍ରୀଛାତ୍ରମାନଙ୍କୁ ନେବା ଆଣିବା କରୁଥିବା ୪ଟି ଅଟୋଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ ଜୋରିମନା କରାଯାଇଥିବା କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶନ୍ନ କୁମାର ଦାସ ସୁଚନା ଦେଇଛନ୍ତି। ରାଜ୍ୟ ପରବହନ କମିଶନରଙ୍କ ନିର୍ଦ୍ଦେଶନାମା ପରେ କୋରାପୁଟ ଆରଟିଓଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଜିଲାର ସେମିଳିଗୁଡା ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ନେବା ଆଣିବା କରୁଥିବା ବସଗୁଡିକ ଉପରେ ଚଢାଉ କରାଯାଇ ଗାଡିଗୁଡିକର କାଗଜପତ୍ର ଯାଞ୍ଚ କରାଯାଇଥିଲା। କୋରାପୁଟ ପରିବହନ କାର୍ଯ୍ୟାଳୟର ଦେଓମାଳି ପବ୍ଲିକ ସ୍କୁଲର ୨ଟି ବସ, ନେତାଜୀ ଇଂରାଜୀ ମିଡିୟମ ପବ୍ଲିକ ସ୍କୁଲର ୨ଟି ବସ, ଜୀବନ ଜ୍ୟୋତି କନଭେଣ୍ଟ ସ୍କୁଲର ଗୋଟିଏ ଏବଂ ଅନ୍ୟ ଏକ ବିଦ୍ୟାଳୟର ବସ ଏହିପରି ମୋଟ ୬ଟି ବସର ସଠିକ କାଗଜପତ୍ର ନ ଥିବାରୁ ସେମାନଙ୍କ ଠାରୁ ୪ ଲକ୍ଷ ୨୧ ହଜାର ଟଙ୍କା ଜୋରିମନା କରାଯାଇଛି।
କୋରାପୁଟ ପରିବହନ ବିଭାଗର ଟ୍ରାଫିକ ଇନିସପେକ୍ଟର ରାଜା ନାରାୟଣ ସ୍ବାଇଁ , ଏଆରଟିଓ ତପନ କୁମାର ବେଟି ଏହି ଚଢାଉରେ ସାମିଲ ଥିଲେ ା ସେହିପରି କୋରାପୁଟ ସହରରେ ମଧ୍ୟ ବିଭିନ୍ନ ବିଦ୍ୟାଳୟକୁ ନେବା ଆଣିବା କରୁଥିବା ଅଟୋଗୁଡିକ ଉପରେ ଜିଲା ଆରଟିଓ ବିଭାଗ ପକ୍ଷରୁ ଚଢାଉ କରାଯାଇ ସଠିକ କାଗଜ ପତ୍ର ନ ଥିବା ୪ଟି ଅଟୋକୁ ୩୫ ହଜାର ଜୋରିମନା ପକାଇଛନ୍ତି। ଆସନ୍ତା ଦିନରେ ମଧ୍ୟ ଏପରି ଚଢାଉ ଜାରିରହିବ ବୋଲି ଆରଟିଓ ପ୍ରଶନ୍ନ କୁମାର ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?