ସ୍ବଚ୍ଛ ସର୍ବେକ୍ଷଣ: ଚିକିଟି ଏନ୍‌ଏସି ରାଜ୍ୟରେ ପ୍ରଥମ

ଛତ୍ରପୁର,୮।୧୦(ଡି.ଏନ.ଏ): କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସ୍ବଚ୍ଛତା ସର୍ବେକ୍ଷଣ ମାଧ୍ୟମରେ ସହରାଞ୍ଚଳଗୁଡିକର ପରିମଳ ବ୍ୟବସ୍ଥା ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ସର୍ବେକ୍ଷଣ କରି ପୁରସ୍କୃତ କରାଯାଇଥାଏ। ଏହି କ୍ରମରେ ୨୦୨୨ପାଇଁ ତଥ୍ୟ ସଂଗ୍ରହ କରଯାଇଥିଲା। ଅକ୍ଟୋବର ୧ରେ ଫଳାଫଳ ଘୋଷଣା ହୋଇଛି। ପୁରସ୍କାର ବିତରଣୀରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସ୍ବଚ୍ଛ ସର୍ଭେକ୍ଷଣ ଉପରେ ପୂର୍ବାଞ୍ଚଳ ଜୋନର ୧୫,୦୦୦ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳର ଦ୍ରୁତ ପରିମଳ ପରିଚାଳନାରେ ଓଡିଶାରେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ସ୍ଥାନ ଅଧିକାର କରିଛି। କେନ୍ଦ୍ରଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଓ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ପ୍ରଦାନ କରିଥିଲେ। ପୁରସ୍କାରକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲା ପରିଷଦ ଭି. କୀର୍ତ୍ତିଭାସନ, ପ୍ରକଳ୍ପ ନିର୍ଦେଶକ ଜିଲା ନଗର ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଏନଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିକିଟି ଏନ୍‌ଏସି ସମ୍ବିତ ସଂଗ୍ରାମଜିତ ସାହୁ, ଜିଲା ନଗର ଉନ୍ନୟନ ସଂସ୍ଥା ସାନିଟେସନ ବିଶେଷଜ୍ଞ ଦୀପକ କୋଠିଆ ଓ କନିଷ୍ଠ ସାନିଟେସନ ବିଶେଷଜ୍ଞ ବାଳକୃଷ୍ଣ ନାୟକ ଗ୍ରହଣ କରିଥିଲେ। ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସାରା ଭାରତରେ ଥିବା ୪୩୫୪ ସହର ମଧ୍ୟରୁ ଜାତୀୟ ସ୍ତରରେ ୪୧ ନମ୍ବର ରେ ରହିଥିବା ବେଳେ ଓଡିଶା ର ୧ ନମ୍ବର ସ୍ଥାନରେ ରହିଛି। ଉକ୍ତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉତ୍ତମ ସିଟିଜେନ ଫିଡବେକ ପାଇଁ ପୁରସ୍କୃତ କରଯାଇଥିଲା। ଭାରତରେ ଥିବା ୪୩୫୪ ସହର ମଧ୍ୟରୁ ଜାତୀୟ ସ୍ତରରେ ୧୧୧ ନମ୍ବର ଓ ଓଡିଶାରରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ କରାଯାଇଥିଲା। ଉକ୍ତ ପୁରସ୍କାରକୁ ଗଞ୍ଜାମ ଜିଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲା ପରିଷଦ, ପ୍ରକଳ୍ପ ନିର୍ଦେଶକ ଜିଲା ନଗର ଉନ୍ନୟନ ଅଧିକାରୀ , ଏନଏସି ଅଧ୍ୟକ୍ଷ୍ୟ ଫିରୋଜ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଲଗୁଣ୍ଠା ଏନ୍‌ଏସି, ରାକେଶ ପାତ୍ର ଓ କନିଷ୍ଠ ସାନିଟେସନ ବିଶେଷଜ୍ଞ ଜି. ପ୍ରବିନ କୁମାର ଗ୍ରହଣ କରିଥିଲେ। ଆଗାମୀ ଦିନରେ ଆହୁରି ଅଧିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି ଅଭିଯାନ ରେ କିଭଳି ଅଂଶୀଦାର ହୋଇପାରିବେ ସେହି ନିମନ୍ତେ ପ୍ରୟାସ ଜାରି ରହିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri