୧୨ ବର୍ଷ ପରେ ‘ବାଳିକା ବଧୂ’ର ଆନନ୍ଦୀ ଦେଖାଯାଉଛନ୍ତି ଏପରି: ଚିହ୍ନିବା ହେବ କଷ୍ଟକର

‘ବାଳିକା ବଧୂ’ ଧାରାବାହିକର ଖ୍ୟାତନାମା ଅଭିନେତ୍ରୀ ଅଭିକା ଗର ଆନନ୍ଦୀ ଭାବରେ ବେଶ୍‌ ଜଣାଶୁଣା। ଏହି ସିରିଏଲ ତାଙ୍କୁ ପ୍ରତ୍ୟେକ ଘରେ ଆନନ୍ଦୀ ନାମରେ ପରିଚିତ କରିଥିଲା। ଅଳ୍ପ ବୟସରୁ ଅଭିକା ବାଳିକା ବୋହୂ ହୋଇ ଦର୍ଶକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ‘ବାଳିକା ବଧୂ’ ସିରିଏଲରୁ ବର୍ତ୍ତମାନ ଅଭିକାଙ୍କ ଲୁକ୍‌ରେ ଅନେକ ପରିବର୍ତ୍ତନ ଆସିଛି। ଜୁନ ୩୦ରେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପରିବର୍ତ୍ତିତ ଲୁକ୍‌ର କିଛି ଝଲକ୍‌ ଦେଖିବା।

ଅଭିକା ୨୦୦୮ରେ ସିରିଏଲ ‘ବାଳିକା ବଧୂ’ ଦ୍ୱାରା ଟେଲିଭିଜନ ଜଗତରେ ପ୍ରବେଶ କରିଥିଲେ। ଏହି ଧାରାବାହିକ ତାଙ୍କୁ ରାତାରାତି ଷ୍ଟାର ବନେଇ ଦେଇଥିଲା। ଏଥିରେ ଅଭିକା ରାଜସ୍ଥାନୀ ପୋଷାକରେ ନଜର ଆସିଥିଲେ। ଚରିତ୍ର ସହିତ ସେ ସଂପୂର୍ଣ୍ଣ ରୂପେ ନିଜକୁ ଖାପ ଖୁଆଇଥିଲେ।

ପରେ ଅଭିକା ‘ରାଜକୁମାର ଆରୟନ’ ସିରିଏଲରେ ଅଭିନୟ କରିଥିଲେ। ଏଥିରେ ଅଭିକା ରାଜକୁମାରୀ ଭୈରବୀଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଥିଲେ। ‘ବାଳିକା ବଧୂ’ ପରେ ଅଭିକାଙ୍କ ‘ଶଶୁରାଲ ସିମର କା’ ଶୋ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଏହି ସିରିଏଲରେ ଅଭିକା ଜଣେ ବିବାହିତ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ।

‘ଶଶୁରାଲ ସିମର କା’ ସିରିଏଲ ସମୟରେ ଅଭିକା ବହୁତ ଛୋଟ ଥିଲେ। ଅଳ୍ପ ବୟସରେ ବିବାହିତ ଭୂମିକାରେ ଅଭିନୟ କରି ସେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏହି ସିରିଏଲରେ ଅଭିକାଙ୍କ ‘ବାଳିକା ବଧୂ’ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ ଥିଲା।

‘ଶଶୁରାଲ ସିମର କା’ ପରେ ଅଭିକା ମଧ୍ୟ ଅନେକ ରିଆଲିଟି ଶୋ’ରେ ଚେଷ୍ଟା ଜାରି ରଖିଥିଲେ। ସେ ‘ବକ୍ସ କ୍ରିକେଟ ଲିଗ୍‌ ସିଜନ ୨’, ‘ଫିୟର ଫ୍ୟାକ୍ଟର୍‌: ଖତ୍ରୋ କେ ଖିଲାଡି ସିଜନ ୯’ ମଧ୍ୟ ପ୍ରଦର୍ଶନ କରିଥିଲେ। ଅଭିକା ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଫଟୋଡ଼ିକରେ ଅଭିକାଙ୍କ ଲୁକ୍‌କୁ ଦେଖିଲେ ଏହା କୁହାଯାଇପାରେ ଯେ, ଏଥିରେ ବର୍ତ୍ତମାନ ବହୁତ ପରିବର୍ତ୍ତନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri