ବୃହସ୍ପତି ଚଳନ: ଏସବୁ ରାଶିବ ବଦଳିବ ଭାଗ୍ୟ, ଜୀବନରେ ହେବ ବଡ଼ ପରିବର୍ତ୍ତନ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗମନାଗମନକୁ ଅଧିକ ଗୁରୁତ୍ୱ ଦିଆଯାଏ। ଯାହାକି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି। ଏପ୍ରିଲ ୨୩ ପୂର୍ବାହ୍ନ ୩ଟା ୩୩ରେ ବୃହସ୍ପତି ଚଳନ କରିବେ। ତେବେ ବୃହସ୍ପତି ମୀନ ରାଶି ଛାଡ଼ି ମେଷ ରାଶିରେ ପ୍ରବେଶ କରିବେ। ଏହି ଚଳନ ସମୟରେ ୪ଟି ରାଶିରେ ଭାଗ୍ୟ ପରିବର୍ତ୍ତନ ହେବ ଜାଣନ୍ତୁ ସେ ସବୁ ରାଶି ବିଷୟରେ।

ମେଷ

ମେଷ ରାଶିକୁ ବୃହସ୍ପତିଙ୍କ ଚଳନ ଫଳରେ ଶୁଭ ଖବର ପ୍ରାପ୍ତ ହେବ। ଏହି ରାଶିର ଲୋକେ ଆର୍ଥିକ କ୍ଷେତ୍ରରେ ଅଗ୍ରଗତି କରିବେ। ଚାକିରିରେ ଥିବା ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ସ୍ବତନ୍ତ୍ର ହେବ। ଛାତ୍ରୀଛାତ୍ରମାନେ ପରୀକ୍ଷାରେ ସଫଳତା ପାଇବେ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି ବିବାହ ହେଉନାହିଁ, ଏହି ମାସଠାରୁ ସେମାନଙ୍କର ବିବାହ ଯୋଗ ରହିଛି।

କର୍କଟ ରାଶି
ବୃହସ୍ପତିରଙ୍କ ଚଳନ କର୍କଟ ରାଶି ପାଇଁ ମଧ୍ୟ ଶୁଭ ହେବ ବୋଲି ଜ୍ୟୋତିରବିଦ୍‌ମାନେ କହିଛନ୍ତି। ଏହାର ପ୍ରଭାବରେ କର୍କଟ ରାଶିମାନେ ଆର୍ଥିକ ଲାଭ ପାଇବେ । ନୂତନ ପ୍ରକଳ୍ପଗୁଡ଼ିକ ଉପରେ ଚାଲିଥିବା କାର୍ଯ୍ୟରେ ସଫଳତା ମିଳିବ। ଏହି ଚଳନ ସମୟରେ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବ।

ସିଂହ

ବୃହସ୍ପତି ଚଳନ ସିଂହ ରାଶିଙ୍କ ପାଇଁ ମଧ୍ୟ ଉଜ୍ଜ୍ୱଳମୟ ହେବ। ସିଂହ ରାଶି ଲୋକଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆଣିବ। ଏହି ରାଶିର ବ୍ୟକ୍ତି ବିଶେଷ ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ କରିବେ ଏବଂ ଶୁଭ ଫଳାଫଳ ପାଇବେ । ଏହା ସହିତ ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ ।

ତୁଳା

ବୃହସ୍ପତିର ଚଳନ ତୁଳା ରାଶି ପାଇଁ ଅନୁକୂଳ ହେବ। ଏହି ରାଶିର ଲୋକେ ବ୍ୟବସାୟରେ ଲାଭବାନ ହେବେ । ଧନଲାଭର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି। ଏହି ରାଶିର ଲୋକେ ଜୀବନସାଥୀଙ୍କ ସହିତ ରୋମାଣ୍ଟିକ ସମୟ କାଟିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri