ଟ୍ରାନ୍ସଜେଣ୍ଡର ମଡେଲ ରିକି ଜିତିଲେ ‘ମିସ୍‌ ନେଦରଲାଣ୍ଡ୍‌ସ’ମୁକୁଟ

ଆମଷ୍ଟରଡାମ୍‌,୧୨।୭: ଚଳିତବର୍ଷର ଟ୍ରାନ୍ସଜେଣ୍ଡର ମଡେଲ ରିକି ଭାଲେରି କୋଲେ ମିସ୍‌ ନେଦରଲାଣ୍ଡ୍‌ସ ମୁକୁଟ ଜିତିଛନ୍ତି। ୨୨ ବର୍ଷୀୟା ରିକିଙ୍କ ଘର ବ୍ରେଡା ସହରରେ। ମଡେଲ ସାଙ୍ଗକୁ ରିକି ଜଣେ ଅଭିନେତ୍ରୀ ମଧ୍ୟ। ମିସ୍‌ ନେଦରଲାଣ୍ଡସ ମୁକୁଟ ଜିତିବା ନେଇ ଏକ ଭିଡିଓ ରିକି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯାହାକୁ ୟୁଜର୍ସ ପସନ୍ଦ ମଧ୍ୟ କରିଛନ୍ତି। କ୍ୟାରିୟର୍‌କୁ ଆଗକୁ ବଢ଼ାଇବାର ଆଗ୍ରହ ଓ ଏଲ୍‌ଜିବିଟିକ୍ୟୁ କମ୍‌ୟୁନିଟି ପାଇଁ କିଛି କରିବାର ଆଗ୍ରହ ତାଙ୍କୁ ସଫଳତା ଦେଇଥିବା ରିକି କହିଛନ୍ତି। ସମାଜ ତାଙ୍କୁ ସହଜରେ ଗ୍ରହଣ କରିପାରୁ ନ ଥିବାବେଳେ ତାଙ୍କ ପରିବାର ଲୋକଙ୍କ ସହଯୋଗ ସଫଳତାର ମୁଖ୍ୟ ଉତ୍ସ ବୋଲି ସେ କହିଛନ୍ତି। ପୁଅ ହୋଇ ଜନ୍ମ ହୋଇଥିବା ରିକି ଗତ ଜାନୁୟାରୀରେ ନିଜର ଅସ୍ତ୍ରୋପଚାର କରାଇ ସମ୍ପୂର୍ଣ୍ଣ ଝିଅ ହୋଇଛନ୍ତି। ମାତ୍ର ୧୧ ବର୍ଷ ବୟସରେ ରିକ୍‌ ନଁାକୁ ବଦଳାଇ ସେ ରିକି କରିଦେଇଥିଲେ। ଚଳିତବର୍ଷ ହେବାକୁ ଥିବା ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ରିକି ଭାଗ ନେବେ। ତେବେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିବା ସମଲିଙ୍ଗୀ ମଡେଲଙ୍କ ମଧ୍ୟରେ ରିକି ଦ୍ୱିତୀୟ। ତାଙ୍କ ପୂର୍ବରୁ ୨୦୧୮ରେ ସ୍ପେନ୍‌ର ଆଞ୍ଜେଲା ପୋନ୍ସ ପ୍ରଥମ ସମଲିଙ୍ଗୀ ମଡେଲ ହିସାବରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଆମଷ୍ଟରଡାମ୍‌ର ନାଥାଲି ମୋଜବେଲଜାଡା ଏ ବର୍ଷର ରନର୍ସ ଅପ୍‌ ହୋଇଛନ୍ତି । ସେହିପରି ହାବିବା ମୋଷ୍ଟାଫା ମିସ୍‌ କଞ୍ଜେନିଆଲିଟି ଏବଂ ଲୋଉ ଡିଚର୍ସ ମିସ୍‌ ସୋସିଆଲ ମିଡିଆ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri