ବିପଦକୁ ଟାଣୁଛି ମୁକୁଳା ଟ୍ରାନ୍ସଫର୍ମର

ରସୁଲପୁର,୨୦ା୫(ଡି.ଏନ.ଏ.): କୁଆଖିଆ ବିଦ୍ୟୁତ୍‌ ସେକ୍ସନ ଅଧୀନ ଭୋଟକା ପଞ୍ଚାୟତର ଶାରଳା ଛକ ଓ ପଞ୍ଚାୟତ ଅଫିସ ହନୁମାନ ମନ୍ଦିର ନିକଟରେ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ତେବେ ଛକକୁ ଦୈନିକ ଶତାଧିକ ଲୋକ ଯାଆସ କରୁଛନ୍ତି। ଏହି ବାଟ ଦେଇ ବହୁ ଲୋକ ପଞ୍ଚାୟତ ବାହାରକୁ ଯାଉଛନ୍ତି। ତେବେ ଏହି ଛକର ରାସ୍ତାକଡରେ ବସିଥିବା ଟ୍ରାନ୍ସଫର୍ମରଟି ମୁକୁଳା ପଡ଼ିଛି। ସେହିଭଳି ହନୁମାନ ମନ୍ଦିର ନିକଟରେ ବସିଥିବା ଟ୍ରାନ୍ସଫର୍ମର ନିକଟରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି। ଏହି ସ୍ଥାନକୁ ଦୈନିକ ବହୁ ଭକ୍ତ ମନ୍ଦିରକୁ ଆସୁଛନ୍ତି। ଏହାଛଡ଼ା ଏଠାରେ ଏକ ବିଦ୍ୟାଳୟ ରହିଛି। ଏହିଭଳି ଭାବରେ ଜନସମାଗମ ହେଉଥିବା ସ୍ଥାନରେ ସୁରକ୍ଷିତ ବିଦ୍ୟୁତ୍‌ ସେବାକୁ ବିଭାଗ ପକ୍ଷରୁ ଅଣଦେଖା କରାଯାଉଛି। ନିୟମାନୁଯାୟୀ ଟ୍ରାନ୍ସଫର୍ମର ସ୍ଥାପନ ହେଉଥିବା ସ୍ଥାନରେ ବିଭାଗ ପକ୍ଷରୁ ସୁରକ୍ଷାବାଡ଼ ଲଗାଇବା ବାଧ୍ୟତାମୂଳ ରହିଛି। ତେବେ ଠିକାଦାରଙ୍କ ପକ୍ଷରୁ ଟ୍ରାନ୍ସଫର୍ମର ବସାଇବା ସମୟରେ ବିଭାଗ ଏହାକୁ ଅଣଦେଖାକରି ଠିକାଦାର ପ୍ରତି ଅନୁକମ୍ପା ଦେଖାଇଥିବା କୁହାଯାଉଛି। ଏପରି କି ଟ୍ରାନ୍ସଫର୍ମରକୁ ସଂଯୋଗ କରୁଥିବା ୧୧କେ.ଭି. ଲାଇନ କମ୍‌ ଉଚ୍ଚତାରେ ଝୁଲୁଛି। ତାରର ଏଭଳି ସ୍ଥିତି ଧନଜୀବନପ୍ରତି ବିପଦ ସୃଷ୍ଟି କରୁଛି। ବିଦ୍ୟୁତ ସରବାରାହ ଓ ମରାମତି ଦାୟିତ୍ୱରେ ଥିବା ଟାଟା ପାୱାର ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ତେଣୁ ବିଭାଗ ପକ୍ଷରୁ କରାଯାଇଥିବା ତ୍ରୁଟି ଓ ଅବହେଳାରେ ତୁରନ୍ତ ସୁଧାର ଆଣିବାକୁ ଦାବି ହୋଇଛି। ଏଥିରେ ବିଳମ୍ବ ଘଟିଲେ ବିଦ୍ୟୁତ୍‌ ଜନିତ ଦୁର୍ଘଟଣାରେ ଜୀବନହାନୀ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୟଦ ଇବ୍ରାର ଅଲ୍ଲୀଙ୍କୁ ପଚାରିବାରୁ ଏଭଳି ସ୍ଥିତି ପ୍ରତି ସେ ଅବଗତ ନାହାନ୍ତି। ଉକ୍ତ ସ୍ଥାନଗୁଡିକୁ ପରିଦର୍ଶନ କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri