ବଦଳି ନୀତି

Dillip Cherian

ମେ ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେଉଁ ବାବୁମାନେ ଏହି ନିର୍ବାଚନ ଦାୟିତ୍ୱରେ ରହିବେ ସେଥିପାଇଁ ନିର୍ବାଚନ କମିଶନ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିକଟରେ ତାମିଲନାଡୁ ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ ଏବଂ ମୁଖ୍ୟ ଶାସନ ସଚିବ କେ.ଷନ୍ମୁଗମଙ୍କୁ ନିର୍ବାଚନ କମିଶନ ଏକ ଚିଠି ଜାରି କରି ଏଥିରେ ଅଧିକାରୀମାନଙ୍କ ବଦଳି ଉପରେ ଗୁରୁତ୍ୱ ଦେଇଛନ୍ତି। ଯେଉଁ ଅଧିକାରୀମାନେ ସେମାନଙ୍କ ପଦବୀରେ ତିନି ବର୍ଷ ବିତାଇ ସାରିଛନ୍ତି ସେମାନଙ୍କ ବଦଳି କାର୍ଯ୍ୟକାରୀ କରିବା ଉପରେ ଜୋର ଦେବାଲାଗି ସେ ଚିଠିରେ ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ,କୌଣସି ଅଧିକାରୀ ଯେପରି ତାଙ୍କ ମୂଳ ଜିଲାରେ ଅବସ୍ଥାପିିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ କହିଛନ୍ତି। ୬ ମାସ ମଧ୍ୟରେ ଅବସର ନେବାକୁ ଯାଉଥିବା ଅଧିକାରୀମାନଙ୍କୁ ତଥା ପୂର୍ବ ନିର୍ବାଚନରେ ଦାୟିତ୍ୱରେ ଅବହେଳା କରିବା ଯୋଗୁ ଯେଉଁ ଅଧିକାରୀମାନଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ସୁପାରିସ କ୍ରମେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେମାନଙ୍କୁ ଏହି ନିର୍ବାଚନରେ କୌଣସି ଦାୟିତ୍ୱ ଦିଆଯିବା ଉଚିତ ନୁହେଁ ବୋଲି କୁହାଯାଇଛିି। ପୁନଶ୍ଚ ଯେଉଁ ଅଧିକାରୀମାନେ ମେ ୩୧ ପୂର୍ବରୁ ନିର୍ବାଚନ ସମ୍ବନ୍ଧିତ କୌଣସି ଏକ ପଦବୀରେ ତିନି ବର୍ଷ ପୂରଣ କରୁଥିତ୍ବେ ସେମାନଙ୍କୁ ବଦଳି କରାଯିବା ଉଚିତ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଗତ ଦୁଇ ମାସରେ ତାମିଲନାଡୁ ସରକାର ୨୦ଟିରୁ ଊର୍ଦ୍ଧ୍ୱ ଜିଲାର ଅନେକ ଜିଲାପାଳ ଓ ଏସ୍‌ପିଙ୍କ ସମେତ ୫୦ରୁ ଅଧିକ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରିସାରିଛନ୍ତି।
ସେବାକୁ ଅନାଦର
ଭାରତରେ ଆଶାୟୀ ଯୁବପିଢ଼ିଙ୍କ ପାଇଁ ସିଭିଲ ସର୍ଭିସ ଆଉ ସ୍ବପ୍ନର କ୍ୟାରିୟର ହୋଇ ରହୁ ନାହିଁ କି? ଏହା ହୋଇପାରେ ବୋଲି ଗତ ୨୦ ବର୍ଷ ମଧ୍ୟରେ ନ୍ୟାଶନାଲ ସ୍କୁଲ ବୋର୍ଡ ଟପ୍ପରମାନଙ୍କ ଉପରେ କରାଯାଇଥିବା ଏକ ସର୍ଭେରୁ ସୂଚନା ମିଳୁଛି। ୧୯୯୫ରୁ ୨୦୧୫ ମଧ୍ୟରେ ସ୍କୁଲ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ୮୬ ଜଣ ପୁରୁଷ ଓ ମହିଳାଙ୍କ ମଧ୍ୟରୁ ଅଧାରୁ ଅଧିକ ବିଦେଶରେ ରହି ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି କିମ୍ବା ଏକ୍ଷେତ୍ରରେ ଉଚ୍ଚ ଡିଗ୍ରୀ ହାସଲ ଲାଗି ପ୍ରୟାସ କରୁଛନ୍ତି। ଏମାନଙ୍କର ପ୍ରଥମ ପସନ୍ଦ ହେଉଛି ଟେକ୍‌ନୋଲୋଜି ସେକ୍ଟର ଓ ଏହି ସେକ୍ଟରରେ ଏମାନେ ବେଶି କାର୍ଯ୍ୟ କରୁଛନ୍ତି। ତା’ପଛକୁ ରହିଛି ମେଡିସିନ୍‌ ଏବଂ ଫାଇନାନ୍ସ ସେକ୍ଟର। ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଭାରତର ମେଟ୍ରୋଗୁଡ଼ିକରେ ନୁହେଁ,ବରଂ ଦ୍ୱିତୀୟ କିମ୍ବା ତୃତୀୟ ବର୍ଗର ସହରଗୁଡ଼ିକରେ ବଢିଛନ୍ତି। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ! କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏମାନଙ୍କ ମଧ୍ୟରୁ କେବଳ ଜଣେ ଟପ୍ପର ସିଭିଲ ସର୍ଭିସରେ ଯୋଗ ଦେଇଛନ୍ତି। ୨୦୦୬ ସିବିଏସ୍‌ଇ (୧୦ମ) ପରୀକ୍ଷାର ଟପ୍ପର ଶୁଭଙ୍କର ମହାପାତ୍ର ମେଡିକାଲ ସାଇନ୍ସରେ ଶିକ୍ଷା ସମାପ୍ତ କରିବା ପରେ ହିଁ ସିଭିଲ ସର୍ଭାଣ୍ଟ ହେବାକୁ ପସନ୍ଦ କରିଛନ୍ତି। ସେ ୨୦୧୬ରେ ଆଇଆର୍‌ଏସ୍‌ ପରୀକ୍ଷା, ୨୦୧୭ରେ ଆଇପିଏସ୍‌ ଏବଂ ଶେଷରେ ୨୦୧୮ରେ ୟୁପିଏସ୍‌ସିିରେ କୃତକାଯର୍‌ୟ ହୋଇଥିଲେ। ଏହି ଓଡ଼ିଶା କ୍ୟାଡ୍‌ର ଅଧିକାରୀ ଏବେ କନ୍ଧମାଳ(ଓଡ଼ିଶା)ଜିଲାର ଉପ-ଜିଲାପାଳ ଓ ଏସ୍‌ଡିଏମ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଟପ୍ପର କ୍ଲବ୍‌ରୁ ଆଉ ଦୁଇଜଣ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ବାସ୍‌ ଏହା ହିଁ ଫଳାଫଳ। ଏବେ ଆମ ଟପ୍ପରମାନଙ୍କୁ କ୍ୟାରିୟର ଏବଂ ଆର୍ଥିକ ଦୃଷ୍ଟିରୁ ସିଭିଲ ସର୍ଭିସଠାରୁ ଅଧିକ ଲାଭ ମିଳୁଥିବା ଆହୁରି ଅନେକ ଆକର୍ଷଣୀୟ କ୍ୟାରିୟର ଉପଲବ୍ଧ ହେଉଛି କି? ଏହା ହୋଇଥାଇପାରେ । ଦଶନ୍ଧିି ଦଶନ୍ଧି ଧରି ସିଭିଲ ସର୍ଭିସ ଏକ ଅପୂର୍ବ ସମାଜିକ ପ୍ରତିଷ୍ଠା ଭୋଗ କରିଆସୁଛି। ଏହି ଅଧିକାରୀମାନଙ୍କ ମଧ୍ୟରୁ ଅନେକ ସିଭିଲ ସର୍ଭିସ ଛାଡ଼ି ବାହାରେ ଭଲ ସୁଯୋଗ ପାଇ ପ୍ରାଇଭେଟ ସେକ୍ଟର ଏବଂ ରାଜନୀତିରେ ଯୋଗଦେବା ଧାରା ନିରନ୍ତର ଚାଲିଆସୁଥିବାବେଳେ ଆଇଏଏସ୍‌ ଏବଂ ଆଲାଏଡ ସର୍ଭିସର ସାମାଜିକ ପ୍ରତିଷ୍ଠାକୁ ଲକ୍ଷ୍ୟ କରି ଲକ୍ଷ ଲକ୍ଷ ମେଧାବୀ ଆଶାୟୀ ଯୁବପିଢ଼ି ୟୁପିଏସ୍‌ସି ପରୀକ୍ଷା ଦେଇଆସୁଛନ୍ତି। କିନ୍ତୁ ଏବେ ତାହା ପରିବର୍ତ୍ତନ ହେଉଥିବା ଜଣାପଡୁଛି।
ବିବାଦୀୟ ଟ୍ରେଣ୍ଡ୍‌
ପଞ୍ଜାବ ସରକାରଙ୍କ ଗୃହ ଓ ନ୍ୟାୟ ବିଭାଗର ସଚିବ ପଦବୀରେ ଆଇଏଏସ୍‌ କ୍ୟାଡର ରହିବାର ପରମ୍ପରା ରହିଆସିଥିବାବେଳେ ୧୯୯୫ କ୍ୟାଡର ଆଇପିଏସ୍‌ ଅଧିକାରୀ ଜି.ନାଗେଶ୍ୱର ରାଓଙ୍କୁ ଏବେ ଏହି ପଦବୀରେ ସରକାର ନିଯୁକ୍ତି ଦେଇଛନ୍ତି। ରାଜ୍ୟରେ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବଡ ବିବାଦ ମଧ୍ୟରେ ଏହି ନିଯୁକ୍ତି ଏକ ଅଂଶ ପାଲଟିଯାଇଛି। ତେବେ ସରକାରଙ୍କ ଏହି ପଦକ୍ଷେପ ଆଇପିଏସ୍‌ ଏବଂ ଆଇଏଏସ୍‌ଙ୍କ ଦୀର୍ଘ ଦିନର ବିବାଦକୁ ତେଜିବାରେ ସହାୟକ ହେବ ବୋଲି ବିଶ୍ୱାସ ହେଉ ନାହିଁ। ସମ୍ଭବତଃ ଆଇଏଏସ୍‌ ଅଧିକାରୀମାନେ ଏହି ନିଯୁକ୍ତିକୁ ସେମାନଙ୍କ ଅଧିକାର କ୍ଷେତ୍ରରେ ଆଉ ଏକ ଜବରଦଖଲ ବୋଲି ମନେକରୁଥିଲେ ବି ସେମାନେ ଏହାକୁ ଏକ ଟ୍ରେଣ୍ଡ ଭାବେ ଦେଖୁଛନ୍ତି। କେନ୍ଦ୍ରରେ ମୋଦିି ସରକାର କ୍ଷମତାକୁ ଆସିଲା ପରେ ଏହି ଟ୍ରେଣ୍ଡ୍‌ ଅଧିକ ସ୍ପଷ୍ଟ ହୋଇଯାଇଛି। କେନ୍ଦ୍ରରେ ହେଉ ଅବା ରାଜ୍ୟସ୍ତରରେ ସମାନତା ପ୍ରଦାନ କରିବା, ପଦୋନ୍ନତି, କେନ୍ଦ୍ରୀୟ ସ୍ତରରେ ନିଯୁକ୍ତି ଲାଗି ତାଲିକା ପ୍ରସ୍ତୁତ କରିବା, ଡେପୁଟେଶନ ପଦ୍ଧତି ଏବଂ ପ୍ରଶିକ୍ଷଣ ପାଠ୍ୟକ୍ରମ ଭଳି ସମସ୍ୟା ଉପରେ ଏହି ଦୁଇ ସମ୍ଭ୍ରାନ୍ତୀୟ ସର୍ଭିସ ମଧ୍ୟରେ ବିବାଦ ଲାଗି ରହିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri