Posted inଖେଳ

ଟ୍ରେନିଂ ଆରମ୍ଭ କଲେ ସିନ୍ଧୁ, ପ୍ରଣୀଥ, ସିକ୍କି

ନୂଆଦିଲ୍ଲୀ,୭।୮(ପି.ଟି.): କରୋନା ଭାଇରସ ସଂକ୍ରମଣ କାରଣରୁ ଦୀର୍ଘ ୪ ମାସ ପରେ ଟ୍ରେନିଂ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା। ଏହି ବ୍ୟାଡମିଣ୍ଟନ ତାରକାମାନଙ୍କ ମଧ୍ୟରେ ରହିଛ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ, ବି. ସାଇ ପ୍ରଣୀଥ ଓ ଏନ୍‌ ସିକ୍କି ରେଡ୍ଡୀ। ହାଇଦ୍ରାବାଦ୍‌ସ୍ଥିତ ସାଇ (ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ) ପୁଲେଲା ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ଶୁକ୍ରବାର ଏହି ଖେଳାଳିମାନେ କଡ଼ା ସୁରକ୍ଷା ପ୍ରୋଟକଲ ମଧ୍ୟରେ ଟ୍ରେନିଂ ଆରମ୍ଭ କରିଛନ୍ତି।
ଗତ ଅଗଷ୍ଟ ୧ ତାରିଖରେ ତେଲେଙ୍ଗାନା ସରକାର ଅନୁମତି ଦେବା ପରେ ସାଇ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସମ୍ଭାବନା ରଖୁଥିବା ୮ଜଣ ଖେଳାଳିଙ୍କ ପାଇଁ ଜାତୀୟ ବ୍ୟାଡମିଣ୍ଟନ କ୍ୟାମ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ସୁରକ୍ଷିତ ପରିବେଶରେ ଟ୍ରେନିଂ ଆରମ୍ଭ କରିବାକୁ ଆମେ ପୂରା ପ୍ରସ୍ତୁତ ଅଛୁ ବୋଲି ଜାତୀୟ ମୁଖ୍ୟ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି। ଅଲିମ୍ପିକ୍ସରେ ସାମିଲ ହେବାର ସମ୍ଭାବନା ଥିବା ଏହି ଖେଳାଳିଙ୍କ ମଧ୍ୟରେ ସାମିଲ ରହିଛନ୍ତି ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନ ସାଇନା ନେହ୍ବାଲ, ପୂର୍ବତନ ବିଶ୍ୱ ୧ ନମ୍ବର ଖେଳାଳି କିଡାମ୍ବୀ ଶ୍ରୀକାନ୍ତ, ମହିଳା ଡବଲ୍ସ ଖେଳାଳି ଅଶ୍ୱିନୀ ପୋନାପ୍ପା ଓ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ୍‌ସାଇରାଜ।
ହାଇଦ୍ରାବାଦ୍‌ରେ ରହୁଥିବା ସାଇନା କିନ୍ତୁ ଶୁକ୍ରବାର ଟ୍ରେନିଂ ଆରମ୍ଭ କରି ନାହାନ୍ତି। ଅନ୍ୟମାନେ ମାର୍ଚ୍ଚରେ ସେମାନଙ୍କ ଘରକୁ ଚାଲିଯାଇଛନ୍ତି ଓ ଏପର୍ଯ୍ୟନ୍ତ ହାଇଦ୍ରାବାଦ୍‌ ଆସିନାହାନ୍ତି। ସିନ୍ଧୁ ପ୍ରଥମ ଖେଳାଳି ଭାବେ ଗୋପୀଚାନ୍ଦ ଓ ବିଦେଶୀ କୋଚ୍‌ ପାର୍କ ସାଏସାଙ୍ଗ ସହ ଅଲଗା ଅଲଗା ଭାବେ ଅଭ୍ୟାସ କରିଥିଲେ। ସିନ୍ଧୁ ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ। ଚଳିତ ସପ୍ତାରେ ଏହି ସମୟରେ ସେ ପ୍ରତିଦିନ ଅଭ୍ୟାସ କରିବେ। ସନ୍ଧ୍ୟାରେ ସୁଚିତ୍ରା ଏକାଡେମୀରେ ସେ ଫିଟିନେସ୍‌ ଟ୍ରେନିଂ ନେବେ ବୋଲି ସିନ୍ଧୁଙ୍କ ପିତା ପି.ଭି. ରମନା କହିଛନ୍ତି। ସିନ୍ଧୁଙ୍କ ପରେ ପ୍ରଣୀଥ ଓ ସିକ୍କି ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ।
ଉଲ୍ଲେଖଥାଉ କି, କୋଭିଡ୍‌-୧୯ କାରଣରୁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିମାନେ ମାର୍ଚ୍ଚଠାରୁ ଘରେ ବନ୍ଦ ହୋଇ ରହିଥିଲେ। ଅବଶ୍ୟ ଏହି ମହାମାରୀ କାରଣରୁ ସାରା ବିଶ୍ୱରେ କ୍ରୀଡ଼ା ଠପ୍‌ ହୋଇଯାଇଥିଲା ଓ ଟୋକିଓ ଅଲିମ୍ପିକ୍ସକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା। ଜୁଲାଇ ୧ରୁ ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ଜାତୀୟ କ୍ୟାମ୍ପ ଆରମ୍ଭ କରିବାକୁ ଯୋଜନା କରିଥିଲେ ମଧ୍ୟ ତେଲେଙ୍ଗାନା ସରକାରଙ୍କଠାରୁ ସବୁଜ ସଙ୍କେତ ପାଇ ନ ଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଓ ସାଇର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଅର (ଏସ୍‌ଓପି)କୁ ଦୃଷ୍ଟିରେ ରଖି ଏହି ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ମାର୍ଚ୍ଚରେ ଅଲ- ଇଂଲଣ୍ଡ ଚାମ୍ପିୟନଶିପ୍‌ ଆୟୋଜନ କରିବା ପରେ ମହାମାରୀ କାରଣରୁ ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ସବୁ ମାନ୍ୟତାପ୍ରାପ୍ତ ଟୁର୍ନାମେଣ୍ଟକୁ ବାତିଲ କରିବା ସହ ଭ୍ରମଣକୁ ମଧ୍ୟ ବାରଣ କରିଥିଲା। ବିଶ୍ୱ ର଼୍ୟାଙ୍କିଙ୍ଗ୍‌କୁ ମଧ୍ୟ ବାତିଲ କରାଯାଇଛି। ମାର୍ଚ୍ଚ ୧୭ ତାରିଖର ଷ୍ଟାଣ୍ଡିଂକୁ ଏଣ୍ଟ୍ରି ଓ ସିଡିଂର ମାନ ବୋଲି ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri