Posted inଜାତୀୟ

ମଣିପୁରରେ ହିଂସା ମଧ୍ୟରେ ବଡ଼ ଖୁଲାସା: ୧୫ ରୁ ୨୦ ବର୍ଷର ଯୁବତୀଙ୍କୁ ଦିଆଯାଉଛି ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ 

ଇମ୍ଫାଲ,୨୨।୧୧: ପୁଣି ଥରେ ହିଂସାର ନିଆଁରେ ଜଳୁଛି ମଣିପୁର। ନିକଟରେ ମେଟେଇ ସମ୍ପ୍ରଦାୟର ମହିଳା ଏବଂ ଶିଶୁଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ହିଂସା ଆରମ୍ଭ ହୋଇଥିଲା। ସେବେଠାରୁ ସମଗ୍ର ରାଜ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ ମଣିପୁର ସମ୍ପର୍କରେ ଏକ ରିପୋର୍ଟରେ ଏକ ବଡ଼ ଖୁଲାସା କରାଯାଇଛି। ରିପୋର୍ଟ ଅନୁଯାୟୀ, ମଣିପୁରରେ ୧୫ ରୁ ୨୦ ବର୍ଷ ବୟସର ବାଳିକାମାନଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ତାଲିମ ଦିଆଯାଉଛି।
ରିପୋର୍ଟ ଅନୁଯାୟୀ, ମଣିପୁରରେ ଝିଅମାନଙ୍କୁ ୪୫ ଦିନ ପାଇଁ ତାଲିମ ଦିଆଯାଉଛି। ଏଥିରେ ପ୍ରତ୍ୟେକ ବ୍ୟାଚରେ ୫୦ଜଣ ଝିଅ ରହୁଛନ୍ତି। ମଣିପୁରର ୟାଇଥିବି ଲୋକୋଲ, ଥାନା ଖୋଙ୍ଗଜାମ, ଜିଲା କାକଚିଙ୍ଗଠାରେ ଥିବା ରିଲିଫ କ୍ୟାମ୍ପରେ ଏହି ତାଲିମ କେନ୍ଦ୍ର ଖୋଲାଯାଇଛି। ଆଇଡିପିଏସ୍‌ ପାଇଁ ସରକାରଙ୍କ ଦ୍ୱାରା ସ୍ଥାପିତ ରିଲିଫ କ୍ୟାମ୍ପରେ ଏହି ତାଲିମ ଦିଆଯାଉଛି।
ଝିଅମାନେ ତାଲିମ ସମାପ୍ତ କରିବା ପରେ ସେମାନଙ୍କୁ ସିଧାସଳଖ ସଂଗଠନରେ ସାମିଲ କରାଯାଉନାହିଁ। ଏନ୍‌ଆଇଏର ଅନୁସନ୍ଧାନରୁ ଜଣାପଡିଛି ଯେ ମିଆଁମାରରୁ ମଣିପୁର ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମଧ୍ୟ ମଣିପୁରରେ ହିଂସା ପରିସ୍ଥିତି ପଛର ଏକ ପ୍ରମୁଖ କାରଣ। ଯାହାର ତଥ୍ୟ ନିକଟରେ ଦାଖଲ ହୋଇଥିବା ଏକ ଚାର୍ଜସିଟରୁ ସାମ୍ନାକୁ ଆସିଛି। ମିଆଁମାରରୁ ଉଭୟ ଗୋଷ୍ଠୀ ନିକଟରେ ଅସ୍ତ୍ରଶସ୍ତ୍ର ପହଞ୍ଚୁଛି। ଏହା ମଣିପୁରରେ ହିଂସା ବିସ୍ତାର ପାଇଁ ବ୍ୟବହୃତ ହେଉଛି।
ଗତ ମାସରେ କାକଚିଙ୍ଗ ଏବଂ ଥୋବାଲ ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ପୃଥକ ସର୍ଚ୍ଚ ଅପରେସନ ବେଳେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିଲା। ସୁରକ୍ଷା ବାହିନୀ ଗ୍ରେନେଡ, ଅନେକ ରାଇଫଲ୍‌ ଏବଂ ବନ୍ଧୁକ ଜବତ କରିଥିଲା।
କହିରଖୁଛୁ, ଏହି ତାଲିମ ଶିବିରଗୁଡ଼ିକ ସରକାରଙ୍କ ଦ୍ୱାରା ପରିଚାଳିତ ରିଲିଫ କ୍ୟାମ୍ପରେ ଚାଲିଛି। ତାଲିମ ନେଉଥିବା ଝିଅମାନଙ୍କର ବୟସ ୧୫ ରୁ ୨୦ ବର୍ଷ ଅଟେ। ରାଜ୍ୟରେ ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ହେବାକୁ ସେମାନଙ୍କୁ ପ୍ରସ୍ତୁତ କରାଯାଉଛି।
ମଣିପୁରର ସାମ୍ପ୍ରତିକ ପରିସ୍ଥିତି କ’ଣ?
ମଣିପୁରରେ ଜାତି ବିବାଦର ପ୍ରଥମ ଘଟଣା ୩ ମଇ ୨୦୨୩ ରେ ସାମ୍ନାକୁ ଆସିଥିଲା। ସେବେଠାରୁ ଉଭୟ କୁକି-ମେଟେଇ ସମ୍ପ୍ରଦାୟର ସମୁଦାୟ ୨୪୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ରାଜ୍ୟରେ ହିଂସା ଜାରି ରହିଛି। ଚଳିତ ମାସ ଆରମ୍ଭରେ ଜିରିବାମରେ ତିନିଜଣ ମହିଳା ଏବଂ ସେମାନଙ୍କ ତିନି ପିଲାଙ୍କ ହତ୍ୟା ପରେ ଉତ୍ତେଜନା ବୃଦ୍ଧି ପାଇଛି। ଜିରିବମ ଘଟଣାର ପ୍ରତିବାଦରେ ଲୋକଙ୍କ କ୍ରୋଧ ଉଠିଛି ଏବଂ ଗତ କିଛି ଦିନ ହେବ ବିକ୍ଷୋଭକାରୀମାନେ ଅନେକେ ବିଧାୟକଙ୍କ ଘରେ ଭଙ୍ଗାରୁଜା କରିଥିଲେ। ଜିରିବାମରେ ପୋଲିସ ଗୁଳି ଚଳାଇବାରୁ ଜଣେ ବିରୋଧକାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାଦ୍ୱାରା ଉତ୍ତେଜନା ମଧ୍ୟ ବୃଦ୍ଧି ପାଇଛି।
ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତି ଯୋଗୁ ଏନ୍‌ପିପି ଭାଜପା ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଛି। ଏନ୍‌ ବିରେନ୍‌ ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ନ ହଟାଇବା ପର୍ଯ୍ୟନ୍ତ ସମର୍ଥନ ଦେବେ ନାହିଁ ବୋଲି ଏନ୍‌ପିପି ଦାବି କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?