Posted inଫୁରସତ

ଭାରତରେ ପ୍ରଥମ ଥର ପାଇଁ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌ ‘ସୁପର ଆନାକୋଣ୍ଡା’

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦେଶରେ ପ୍ରଥମ ଥର ପାଇଁ ୨ କିଲୋମିଟର ଲମ୍ବା ଟ୍ରେନ୍‌ ଚଳାଚଳ କରୁଛି। ଏହି ଟ୍ରେନର ନାମ ‘ସୁପର ଆନାକୋଣ୍ଡା’ ରଖାଯାଇଛି। ରେଳମନ୍ତ୍ରୀ ପିୟୁଷ ଗୋୟଲ ସୋସିଆଲ ମିଡିଆରେ ଟ୍ରେନର ଭିଡିଓ ଶେୟାର କରିଥିବାବେଳେ ଏହାକୁ ‘ସୁପର ଆନାକୋଣ୍ଡା’ ବୋଲି କହିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଟ୍ରାକ୍‌ରେ ୧୭୭ ଓ୍ବାଗନ୍‌ ଥିବା ଏହି ଟ୍ରେନ୍‌ ଚଳାଇବା ଭାରତୀୟ ରେଳବାଇ ପାଇଁ ଏକ ବଡ଼ ସଫଳତା।

ପ୍ରକୃତପକ୍ଷେ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ୨ଟି ମାଲବାହୀ ଟ୍ରେନ୍‌ ଯୋଗ କରି ଏହି ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ ‘ଆନାକୋଣ୍ଡା ଫର୍ମେସନ’ରେ ଓଡ଼ିଶାର ଲାଜକୁରା ଏବଂ ରାଉରକେଲା ମଧ୍ୟରେ ଚାଲିଥିଲା। ଉକ୍ତ ଟ୍ରେନରେ ସମୁଦାୟ ୧୫୦୦୦ ଟନ୍‌ ସାମଗ୍ରୀ ରହିଥିଲା। ସମୟ ବଞ୍ଚାଇବା ପାଇଁ ଏହି ଅନନ୍ୟ ପରୀକ୍ଷଣ କରାଯାଇଥିଲା। ରେଳବାଇ ପାଇଁ ଏହି ଟ୍ରେନ ଚଳାଇବା ଚ୍ୟାଲେଞ୍ଜ ସଦୃଶ ଥିଲା। କାରଣ ଏହା ମାଲବାହୀ ଟ୍ରେନ ବ୍ୟସ୍ତବହୁଳ ଟ୍ରାକ୍‌ରେ ଗଡ଼ିଥିଲା।

ପରେ ଏହି ଟ୍ରେନ୍‌ରେ ତିନୋଟି ମାଲବାହୀ ଟ୍ରେନ୍‌ ଏକାଠି କରାଯାଇଥିଲା। ଯେଉଁଥିରେ ୧ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ବିଳାସପୁର ଏବଂ ଚକ୍ରଧରପୁର ବିଭାଗ ମାଧ୍ୟମରେ ପରିବହନ କରାଯାଇଥିଲା। ଏହି ମାଲବାହୀ ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୬୦କିଲୋମିଟର ଥିଲା।

ବ୍ରଜଜନଗର ନିକଟ ଲାଜକୁରାଠାରୁ ଆରମ୍ଭ କରି ଏହି ‘ସୁପର ଆନାକୋଣ୍ଡା’ ରେକର୍ଡ ସମୟ ୨ ଘଣ୍ଟା ୧୫ ମିନିଟ୍‌ରେ ରାଉରକେଲା ଷ୍ଟେଶନରେ ପହଞ୍ଚିଥିଲା। ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି, ଥରେ ତିନୋଟି ମାଲବାହୀ ଟ୍ରେନ ଚଳାଇବା ଏକ ରୋମାଞ୍ଚକର ଅନୁଭୂତି ଅଟେ।

ଏଥିପାଇଁ ୬୦୦୦ ହର୍ସ ପାଓ୍ବାର ବିଶିଷ୍ଟ ୩ ଟି ଇଲେକ୍ଟ୍ରିକ ଇଞ୍ଜିନ ଲଗାଯାଇଥିଲା। ଏହାକୁ ମୁଖ୍ୟ ଲୋକୋ ପାଇଲଟ୍‌ ରାନ୍ଧୀର କୁମାର ଏବଂ ରାୟଗଡ଼ରୁ ଗାର୍ଡ ଏସ୍‌ ମଲ୍ଲିକ ପରିଚାଳନା କରିଥିଲେ। ଏହି ଲୋକୋ ପାଇଲଟ୍‌ ଟିମ୍‌ରେ ୬ ଜଣ ଲୋକୋ ପାଇଲଟ୍‌ ଏବଂ ଜଣେ ସହାୟକ ଲୋକୋ ପାଇଲଟ୍‌ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri