ରେଲ୍‌ଓ୍ବେ କ୍ରସିଂରେ ଠିଆ ହୋଇଥିଲା କାର୍‌ ଭର୍ତ୍ତି ଟ୍ରକ୍‌, ଦ୍ରୁତ ଗତିରେ ଆସିଲା ଟ୍ରେନ୍‌; ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧୦:  ଆମେରିକାର ଓକାଲୋହୋମାରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭର୍ତ୍ତି ଟ୍ରକ୍‌ ଲେଭଲ କ୍ରସିଂ ନିକଟରେ ରାସ୍ତା ପାର୍‌ ପାଇଁ ଠିଆ ହୋଇଥିଲା। ଏହି ସମୟରେ ଏକ ଟ୍ରେନ୍‌ ଦ୍ରୁତ ଗତିରେ ଆସୁଥିଲା। ଫଳରେ ଟ୍ରକ୍‌ଟିକୁ ଏପରି ଧକ୍କା ଦେଇଥିଲା ଯେ, ଟ୍ରକ୍‌ରୁ କାରଗୁଡ଼ିକ କିଛି ବାଟ ଘୋଷାଡ଼ି ହୋଇଯାଇଥିଲା।

ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଓଭର ଲୋଡିଂ ଯୋଗୁ ଟ୍ରକଟି ଟ୍ରାକ୍‌ ପାର ହୋଇପାରିଲା ନାହିଁ। ଫଳରେ ଟ୍ରେନ୍‌ଟି ଟ୍ରକ୍‌କୁ ଧକ୍କା ଦେଇଥିଲା। ଯଦି ଭିଡିଓକୁ ଭଲଭାବେ ଦେଖିବେ ତେବେ ନିଶ୍ଚିତ ଜାଣିପାରିବେ ଯେ, ଜଣେ ବ୍ୟକ୍ତି ଯିଏ ଲୋକୋମୋଟିଭ ଡ୍ରାଇଭରଙ୍କୁ ସଙ୍କେତ ଦେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ତାଙ୍କର ଏହି ପ୍ରୟାସ କାମ କଲା ନାହିଁ।

ଲଭ୍‌ କାଉଣ୍ଟି ନାମକ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଫେସ୍‌ବୁକରେ ଦୁର୍ଘଟଣା ସମୟର ଫଟୋ ଶେୟାର କରାଯାଇଛି। ଟ୍ରେନ୍‌ରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଭାଗ କହିଛି, ବିଏନ୍‌ଏସ୍‌ଏଫ୍‌, ଆମ୍‌ଟ୍ରାକ୍‌ ଏବଂ ଫେଡେରାଲ ରେଳ ପ୍ରଶାସନର ଇନ୍ସପେକ୍ଟରମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍‌ ଏବଂ ଟ୍ରେନର କ୍ଷୟକ୍ଷତିର ଯାଞ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ୨୧ ଦିନ ଲକ୍‌ଡାଉନ୍‌: କରୋନା ସଂକ୍ରମିତ ଦେଶଙ୍କ ପାଇଁ ଏକ ଆଦର୍ଶ

ଓ୍ବାଶିଂଟନ,୩୦।୩: ଏବେ ବିଶ୍ୱର ଅଧିକାଂଶ ଦେଶ କରୋନା ଭାଇରସ ସହ ଲଢେଇ କରି ଚାଲିଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ସିଆଲକୋଟରେ ବଡ଼ ଧରଣର ବିସ୍ଫୋରଣ

ଇସଲାମାବାଦ,୨୦ା୩: ଉତ୍ତର ପାକିସ୍ତାନର ସିଆଲକୋଟ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଜୋର୍‌ରେ ଥିଲା...

‘ରିପବ୍ଲିକ୍‌ ଭାରତ’କୁ ବ୍ରିଟେନରେ ୨୦,୦୦୦ ପାଉଣ୍ଡ ଜରିମାନା

ଲଣ୍ଡନ, ୨୪।୧୨: ବ୍ରିଟେନରେ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ‘ରିପବ୍ଲିକ୍‌ ଭାରତ’କୁ ଅପରେଟ୍‌ କରୁଥିବା ଓ୍ବାଲର୍‌ଡଓ୍ବାଇଡ୍‌ ମିଡିଆ ନେଟ୍‌ଓ୍ବର୍କ ଲିମିଟେଡ୍‌ ଉପରେ ବ୍ରିଟିଶ ଟିଭି ନିୟାମକ ସଂସ୍ଥା...

ନେପାଳରେ ଭୂକମ୍ପ

କାଠମାଣ୍ଡୁ, ୧୯।୫: ନେପାଳର କେନ୍ଦ୍ରୀୟ ଲମଜୁଙ୍ଗ୍‌ ଜିଲାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଥିଲା। ଏଥିରେ ୬ ଜଣ...

ପ୍ରଧାନମନ୍ତ୍ରୀଙ୍କ ରାଲି ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ମୋଗାଦିସୁ,୧୯।୧୨: ସୋମାଲିଆରେ ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ହୁସେନ ରୋବେଲଙ୍କ ରାଲି ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ରୋବେଲ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।...

ଡୋନାଲ୍ଡ ଟ୍ରମ୍ପଙ୍କ ବଢିଲା ଅଡୁଆ, ହୋଇପାରେ ଜେଲ୍

ନ୍ୟୁୟର୍କ,୧୦।୧୧: ଦୀର୍ଘ ସମୟ ଅପେକ୍ଷା ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ଲୋକମାନେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଭାବରେ ବାଛିଛନ୍ତି। ଏଥି...

ଭୁଲ୍‌ରେ ନଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ କହିଲେ ବାଚସ୍ପତି

ଇସଲାମାବାଦ,୧୧।୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଶେହଓ୍ବାଜ ଶରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବାଚସ୍ପତି ଆୟାଜ୍‌ ସାଦିକ୍‌ ଭୁଲ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ନାଁ...

ମୋଦିଙ୍କ ଆଭିମୁଖ୍ୟ ବଦଳିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮ା୧: ଦୁଇଦିନ ପରେ ଆମେରିକାରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ୨୦ ତାରିଖରେ ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବା ସହ ୭୮ ବର୍ଷୀୟ...

Advertisement
Archives

Model This Week