ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର ରିଲିଜ୍‌

କମେଡି କିଙ୍ଗ କପିଲ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ କପିଲ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ସବୁବେଳେ କମେଡି କରୁଥିବା କପିଲଙ୍କୁ ଫିଲ୍ମ ତାଙ୍କ ଭାବମୂର୍ତ୍ତିର ବିପରୀତ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କୁ ଏହି ଫିଲ୍ମରେ ଡେଲିଭରି ବୟ ଭୂମିକାରେ ନଜର ଆସିବେ। ଏଥିରେ ଡେଲିଭରି ବୟର ସଂଘର୍ଷ ଦେଖାଯାଇଛି।
ଆଜି ଏହି ଫିଲ୍ମର ଟ୍ରେଲରକୁ କପିଲ ଶର୍ମା, ଫିଲ୍ମରେ ତାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ଶାହାନା ଗୋସ୍ବାମୀ ଏବଂ ମୁମ୍ବାଇର ଏକ ସିନେମା ହଲରେ ଫିଲ୍ମର ନିର୍ଦ୍ଦେଶକ ନନ୍ଦିତା ଦାସ ମିଳିତ ଭାବେ ଲଞ୍ଚ କରିଥିଲେ। ଟ୍ରେଲରକୁ ପ୍ରଶଂସକମାନେ ବେଶ୍‌ ପ୍ରଶଂସା କରୁଛନ୍ତି। ସମସ୍ତେ କପିଲଙ୍କ ଅଭିନୟକୁ ପସନ୍ଦ କରିଛନ୍ତି। କପିଲଙ୍କ ଏହି ଫିଲ୍ମ ସାରା ବିଶ୍ୱରେ ଅନେକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି। ମାର୍ଚ୍ଚ ୧୭ରେ ଭାରତର ବଡ ପରଦାରେ ଫିଲ୍ମଟି ମୁକ୍ତିଲାଭ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri