ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର ରାତ୍ରି ପ୍ରାୟ ୯ ଘଟିକା ସମୟରେ ୨ ବାଇକ ଆରୋହୀ ମୟୁରଭଞ୍ଜ ଉଦଳାରୁ ବନ୍ଧୁ ଘରୁ ଯାଇ ସେଠାରେ କାମ ସାରି ନିଜ ଘର ନୀଳଗିରି ଥାନା ଶ୍ୟାମ ସୁନ୍ଦରପୁର ପଞ୍ଚାୟତ ଖୁମକୁଟ ଗାଁକୁ ଫେରୁଥିବାବେଳେ ୧୯ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପୂର୍ତ୍ତ ବିଭାଗ ଏକ ରାସ୍ତାରେ ପୋଲ ନିର୍ମାଣ ଚାଲିଥିବାବେଳେ ବାଇକ ଆରୋହୀଙ୍କ ଅସାବଧାନତା କାରଣରୁ ପୋଲ ତଳକୁ ଖସି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୨ ବାଇକ ଆରୋହୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଡାକ୍ତର ମୃତଘୋଷଣା କରିଥିଲେ। ଏହ ଦୁର୍ଘଟଣାରେ ୨ ମୃତକ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଖୁମକୁଟ ଦ୍ବାରିକା ଅଞ୍ଚଳର।
Dharitri – Odisha’s No.1 Odia Daily

