ଦୁର୍ଘଟଣା ରୋକିବ ଟ୍ରାଫିକ୍‌ ଟାଇମ୍‌ର

ଭୁବନେଶ୍ୱର,୨୩।୬(ଅଭିଜିତ୍‌ ଦାସ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକଗୁଡ଼ିକରେ ଲାଗିଥିବା ସ୍ବୟଂଚାଳିତ ଟ୍ରାଫିକ୍‌ ବ୍ୟବସ୍ଥାଗୁଡ଼ିକ ଅଧିକାଂଶ ସମୟରେ କାମ କରୁ ନାହିଁ। କେତେକ ସ୍ଥାନରେ ଅଧିକାଂଶ ସମୟରେ ସିଗ୍‌ନାଲ ୟେଲୋ ଲାଇଟ୍‌ ଜଳି ରହୁଛି। ତେବେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ଏବେ ସ୍ମାର୍ଟସିଟିରେ ଅଟୋମେଟିକ୍‌ ଟ୍ରାଫିକ୍‌ ଡିଟେକ୍ଟିଭ୍‌ ସିଷ୍ଟମ୍‌(ଆଡାପ୍‌ଟିଭ) ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।
ସୂଚନା ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ଓ ମେ’ ମାସରେ ୩,୩୮୯ ଜଣ ଅମାନିଆ ଦ୍ରୁତ ଗତିରେ ଗାଡ଼ି ଚଳାଇଥିବାବେଳେ ୫୯୯ ଜଣ ଅମାନିଆ ଟ୍ରାଫିକ୍‌ ପୋଷ୍ଟରେ ଥିବା ସିଗ୍‌ନାଲ ବ୍ୟବସ୍ଥାକୁ ଉଲ୍ଲଂଘନ କରିଛନ୍ତି। ହେଲେ ଟ୍ରାଫିକ୍‌ ପରିଚାଳନା କ୍ଷେତ୍ରରେ ଥିବା ୟେଲୋ ଲାଇଟ ବର୍ତ୍ତମାନ ଗାଡ଼ି ଚାଳକଙ୍କ ଲାଗି ବିପଦ ସୃଷ୍ଟି କରୁଛି। ସାଧାରଣତଃ ଟ୍ରାଫିକ୍‌ ସିଗ୍‌ନାଲରେ ସବୁଜ ଲାଇଟ୍‌ ପରେ ୟଲୋ ଲାଇଟ୍‌ ଓ ୟେଲୋ ଲାଇଟ୍‌ ପରେ ରେଡ୍‌ ଲାଇଟ୍‌ ଜଳିଥାଏ। ଯେତେବେଳେ ସବୁଜ ଲାଇଟ୍‌ ପରେ ୟେଲୋ ଲାଇଟ ଜଳେ ସେତେବେଳେ ଗାଡ଼ିକୁ ଧୀର କରି ରଖିବା ଜରୁରୀ। କାରଣ ଏହା ପରେ ଲାଲ୍‌ ଲାଇଟ ଜଳିଥାଏ। ମାତ୍ର ଅଧିକାଂଶ ସମୟରେ ହଳଦିଆ ଲାଇଟ୍‌ ଜଳିବା ବେଳେ ଚାଳକମାନେ ଦ୍ରୁତ ବେଗରେ ଗାଡ଼ି ଚଳାଇଥାନ୍ତି। ଫଳରେ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଦୁର୍ଘଟଣା ଘଟିଥାଏ। ତେଣୁ ଦୁର୍ଘଟଣାକୁ ରୋକିବା ନିମନ୍ତେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ଟ୍ରାଫିକ୍‌ ସିଗ୍‌ନାଲଗୁଡ଼ିକରେ ଟାଇମର ଲଗାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସହରର ୫୧ଟି ଟ୍ରାଫିକ୍‌ ପୋଷ୍ଟ ମଧ୍ୟରୁ ୧୦ଟି ଟ୍ରାଫିକ୍‌ ପୋଷ୍ଟରେ ଟାଇମର ବ୍ୟବସ୍ଥା ଆରମ୍ଭ ହେବ। ଏଟିସିଏସ୍‌ ବ୍ୟବସ୍ଥାରେ ୫୦ରୁ ୬୦ସେକେଣ୍ଡର ଟାଇମର ଲାଗିବ। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ଏଜି ଛକ, ଏୟାରପୋର୍ଟ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ପାୱାର ହାଉସ୍‌ ଛକ, ବେହେରାସାହି ଛକ, ନାଲ୍‌କୋଛକ ସମେତ ଅନ୍ୟ ୪ଟି ଛକରେ ଟ୍ରାପିକ ସିଗ୍‌ନାଲରେ ଟାଇମର୍‌ ଲାଗିବ, ଏହା ଛଡା କମିଶନରେଟ ପୋଲିସ ଓ ବିଏସ୍‌ସିଏଲ୍‌ର ମିଳିତ ଉଦ୍ୟମରେ ସହରର ୩୨ଟି ପଏଣ୍ଟରେ ନୂଆ ସିସିଟିଭି ଲାଗିବ। ଯାହା ଟ୍ରାଫିକ୍‌ ଅମାନିଆଙ୍କୁ ସିଧାସଳଖ ଭାବେ ଗାଡ଼ି ନମ୍ବରରେ ଚାଲାଣ କଟାଯିବ। ଟ୍ରାଫିକ ସିଗ୍‌ନାଲରେ ଟାଇମର ବ୍ୟବସ୍ଥାକୁ ନେଇ ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି ବିଭିନ୍ନ ଟ୍ରାଫିକ ପୋଷ୍ଟରେ ୟଲୋ ଲାଇଟରେ ଅନେକ ଦୁର୍ଘଟଣା ଘଟିଥାଏ। ପୂର୍ବରୁ ଟାଇମର ବ୍ୟବସ୍ଥାକୁ ନେଇ ଟ୍ରାଫିକ ବିଭାଗ ପକ୍ଷରୁ ବିଏସ୍‌ସିଏଲ୍‌କୁ ଚିଠି ଲେଖାଯାଇଥିଲା। ଏବେ ବିଏସ୍‌ସିଏଲ୍‌ ଓ ଟ୍ରାଫିକ୍‌ ବିଭାଗର ସମନ୍ବୟରେ କାର୍ଯ୍ୟ ଆରମ୍ଭ ହେବ।

ନବୀକରଣ ହେବ ୨୦ରୁ ଊର୍ଦ୍ଧ୍ୱ ଟ୍ରାଫିକ୍‌ ପୋଷ୍ଟ

ଚଳିତବର୍ଷ ହକି ବିଶ୍ୱ କପ୍‌ ସମୟରେ ରାଜଧାନୀର କେତେକ ପ୍ରମୁଖ ସ୍ଥାନଗୁଡ଼ିକରେ ଟ୍ରାଫିକ୍‌ ପୋଷ୍ଟଗୁଡ଼ିକର ନବୀକରଣ କରାଯାଇଥିଲା। ଓଡ଼ିଆ କଳାକୃତି ସହ ନୂତନ ଆକାରରେ ପ୍ରସ୍ତୁତ ହୋଇଥିଲା ଟ୍ରାଫିକ ପୋଷ୍ଟ। ବର୍ତ୍ତମାନ ରାଜଧାନୀରେ ଏକାମ୍ର ଛକ, ଶିଶୁ ଭବନ ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ରାଜମହଲ ଛକ, ରାମ ମନ୍ଦିର ଛକ ସମେତ ୧୫ଟି ପ୍ରମୁଖ ଛକଗୁଡ଼ିକରେ ଟ୍ରାଫିକ ପୋଷ୍ଟଗୁଡିକର ଖୁବ ଶୀଘ୍ର ନବୀକରଣ ପ୍ରକ୍ରିୟା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri