ମ୍ୟୁନିସିପାଲିଟିର ଟାଳଟୁଳ ନୀତି, ତେଜୁଛି ଅସନ୍ତୋଷ

ବାରିପଦା ଅଫିସ,୮ା୧୧: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଦିନକୁ ଦିନ ବଢୁଛି ଟ୍ରାଫିକ ସମସ୍ୟା ।
ଦୋକାନୀମାନେ ରାସ୍ତା ଉପରେ ବାଣିଜି୍ୟକ ପ୍ରତିଷ୍ଠାନ ଖୋଲିବା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇପଡୁଛି । ଫଳରେ ଗାଡ଼ିମଟର ଚଳାଚଳରେ ବ୍ୟାଘାତ ହେଉଥିବା ବେଳେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ଏହାକୁ ନେଇ ବାରିପଦା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମାତ୍ର ପୌର ପରିଷଦର ନାକ ତଳେ ଥିବା ବସଷ୍ଟାଣ୍ଡ ରାସ୍ତାର ଉଚ୍ଛେଦ କରାଯାଉ ନାହିଁ । ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଭାବଶାଳୀ ବ୍ୟବସାୟୀଙ୍କ ଛତ୍ରଛାୟାରେ ଅଧିକାରୀ ତଥା ପୌରପରିଷଦର କର୍ମଚାରୀମାନେ ପଦକ୍ଷେପ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି।
ସୋମବାର ପୌର ପରିଷଦ ପକ୍ଷରୁ ବେଆଇନ ଦୋକାନ ଗୃହଗୁଡ଼ିକ ଉଚ୍ଛେଦ କରାଯାଇଛି। ସହରର ଷ୍ଟାଡିୟମ ଅଞ୍ଚଳ, ଛଉ ପଡ଼ିଆ, ଘୋଡ଼ାବନ୍ଧ, କାଠିଆ ଛକ, ଫ୍ରେଜର ହଷ୍ଟେଲ ଛକ ଓ ପିଆର୍‌ଏମ୍‌ ମେଡିକାଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବେ ଗଢ଼ି ଉଠିଥିବା ଦୋକାନଗୁଡ଼ିକ ଭାଙ୍ଗି ଦିଆଯାଇଛି। ପିଆର୍‌ଏମ୍‌ ମେଡିକାଲର ସାତମହଲା ବିଲ୍ଡିଂକୁ ସଂଯୋଗ କରୁଥିବା ରାସ୍ତାରେ ବାରମ୍ବାର ଉଚ୍ଛେଦ କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସରକାରୀ ଜମିକୁ ମାଡ଼ି ବସିଥିବା କୋଠା ଘର ଗୁଡ଼ିକ ଭଙ୍ଗା ଯାଉ ନ ଥିବା ବେଳେ ଗରିବ ଖଟିଖିଆଙ୍କ କୁଡିଆ ଘର ସଦୃଶ ଦୋକାନକୁ ଭାଙ୍ଗିବାରେ ମ୍ୟୁନସିପାଲିଟି ବ୍ୟସ୍ତ ରହୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରୁ ଆସୁଥିବା ରୋଗୀ ଏବଂ ଜିଲା ସଦର ମହକୁମାକୁ ଆସୁଥିବା ଜିଲାବାସୀ ସହରର ଭିଡ଼ ମଧ୍ୟରେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି । ମ୍ୟୁନସିପାଲିଟିକୁ ଲାଗିଥିବା ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ବସ୍‌ଷ୍ଟାଣ୍ଡ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଦୋକାନୀମାନେ ବେଆଇନ ଭାବେ ରାସ୍ତାକୁ ଦଖଲ କରିବାରେ ଲାଗିଛନ୍ତି। ଫଳରେ ଯାତ୍ରୀବାହୀ ବସ୍‌ ଯିବା ସମୟରେ ସମ୍ମୁଖ ଭାଗ କିମ୍ବା ପଛ ପାର୍ଶ୍ୱରୁ ଗାଡ଼ି ମଟର ଚଳପ୍ରଚଳ କଷ୍ଟକର ହୋଇପଡୁଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଦାୟିତ୍ୱ ଦେଇ ପୌର ପରିଷଦ ଦାୟିତ୍ୱ ଖସାଇ ନେଉଛି। ଫଳରେ ଦିନକୁ ଦୁଇ ଶହରୁ ଊର୍ଦ୍ଧ୍ୱ ବସ ଚଳାଚଳ କରୁଥିବାରୁ ଉକ୍ତ ରାସ୍ତା ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ କିମ୍ବା କଚେରୀ କାର୍ଯ୍ୟକୁ ଆସୁଥିବା ଲୋକମାନେ ବହୁ ହଇରାଣ ହରକତ ହୋଇ ବୁଲାଣିଆ ରାସ୍ତାରେ ଯାଉଛନ୍ତି । ଜିଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଅନ୍ୟମାନଙ୍କ ଭଳି ଉଚ୍ଛେଦ କରିପାରିଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସହରବାସୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଉକ୍ତ ରାସ୍ତାକୁ ମାଡ଼ି ଆସିଥିବା ଦୋକାନୀମାନଙ୍କୁ ଅବଗତ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri