ଗଳାପୋଲରେ ଟ୍ରାଫିକ ଜାମ୍‌, ବଢ଼ୁଛି ଦୁର୍ଘଟଣା

ବୈଶିଙ୍ଗା,୧୩ା୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ବୈଶିଙ୍ଗାଠାରେ ୧୮ନଂ. ଜାତୀୟ ରାଜପଥର ୪ ଥାକିଆ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବା ବେଳେ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟଭାଗରେ ଓଭରବ୍ରିଜ ସାଙ୍ଗକୁ ଉଭୟ ପାର୍ଶ୍ୱକୁ ଯାତାୟାତ ପାଇଁ ଗଳାପୋଲଟିଏ ନିର୍ମାଣ କରାଯାଇଛି। ଏକ କି.ମି ଲମ୍ବର ଓଭରବ୍ରିଜ଼ ନିର୍ମାଣ ପରେ ଏହାର ମଧ୍ୟଭାଗରେ ଗୋଟିଏ ମାତ୍ର ଗଳା ପୋଲ କରାଯିବାରୁ ଉଭୟ ପକ୍ଷରୁ ଆସୁଥିବା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସାଙ୍ଗକୁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟିଚାଲିଛି। ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଉଚ୍ଚସ୍ତରୀୟ ସର୍ଭେ ଅନୁସାରେ ମାତ୍ର ୫୦୦ମିଟର ବ୍ୟବଧାନରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଉଦଳା-ବୈଶିଙ୍ଗା ଏବଂ ରୁପ୍‌ସା-ବୈଶିଙ୍ଗା ଦୁଇଟି ପୂର୍ତ୍ତ ବିଭାଗ ରାସ୍ତାର ସଂଯୋଗସ୍ଥଳରେ ଦୁଇଟି ଗଳାପୋଲ ନିର୍ମାଣ ଲାଗି ଶିଳାନ୍ୟାସ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା କରାଯାଇଥିଲା। ମାତ୍ର ନିର୍ମାଣ ହେବା ବେଳକୁ କାର୍ଯ୍ୟ ଓଲଟା। କୌଣସୀ କାରଣରୁ ବଜାର ଅଞ୍ଚଳର ଠିକ୍‌ ମଧ୍ୟଭାଗରେ ଗୋଟିଏ ଗଳାପୋଲ ନିର୍ମାଣ କରି କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରି ଦେଇଛନ୍ତି। ଫଳରେ ଉଭୟ ପକ୍ଷରୁ ଭୁଲ ଦିଗରେ ଏହି ୫୦୦ମିଟର ରାସ୍ତାରେ ଯାନବାହାନ ସହିତ ସାଧାରଣ ଲୋକଙ୍କ ଯାତାୟତ ହେଉଥିବା ଯୋଗୁ ଗହଳି ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏହାର ସ୍ଥାୟୀ ସମାଧାନ ରୂପେ ଆଉ ଗୋଟିଏ ଗଳାପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ଜରୁରୀ ହୋଇପଡ଼ିଛି। ଏ ବାବଦରେ ଏକ ଦାବିପତ୍ର ପୂର୍ବତନ ଜିଲାପରିଷଦ ସଭ୍ୟ ବ୍ରଜମୋହନ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳି, ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଲକ୍ଷ୍ମୀଧର ଦଣ୍ଡପାଟ ଓ ଖବରଦାତା ବିମଳେନ୍ଦୁ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କୁ ପଚାରିବାରୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ଗୋଟିଏ ଗଳାପୋଲ ଯୋଗୁ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଘଟୁଥିବା ଚିନ୍ତାଜନକ ଏବଂ ଏହାକୁ ଏଡ଼ାଇବା ପାଇଁ ଆଉ ଗୋଟିଏ ଗଳାପୋଲ ଜରୁରୀ ଆବଶ୍ୟକ ହୋଇ ପଡ଼ିଥିବା କହଛନ୍ତି। ଅନ୍ୟପକ୍ଷରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜୟପ୍ରକାଶ ବର୍ମାଙ୍କ ମତାମତ ନେବାରୁ ସେ ଏ ବାବଦରେ କୌଣସି ଅଭିଯୋଗ ପାଇ ନ ଥିବା ଏବଂ ଅଭିଯୋଗ ମିଳିଲେ ଅନୁସନ୍ଧାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri