ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ ତ ଆଉ କେଉଁଠାରେ ସଂକୁଚିତ ରାସ୍ତା ଏହି ସମସ୍ୟାକୁ ଦ୍ୱିଗୁଣିତ କରି ପକାଇଛି। ସେହିପରି ସହରର ବିଭିନ୍ନ ଛକରେ ଚାରିଦିଗର ରାସ୍ତା ମିଶି ଥିବାବେଳେ ଅନେକ ସ୍ଥାନରେ ରାସ୍ତାରେ ମଧ୍ୟ ଖାଲଖମା ରହିଛି। ବୁଲା ଗୋରୁଗାଈ ମଧ୍ୟ ଦିନରାତି ରାସ୍ତାରେ ବିଚରଣ କରୁଛନ୍ତି। ଏଥିରୁ ଟ୍ରାଫିକ ଅବ୍ୟବସ୍ଥା ପଦାରେ ପଡ଼ିଛି। ଏହାସତ୍ତ୍ୱେ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ପାରି ନାହିଁ। ଅନ୍ୟପଟେ ବିଭିନ୍ନ ସମୟରେ ଲୋକ ଦେଖାଣିଆଁ ହାତଗଣତି କେତେକ ବେଆଇନ ପାର୍କିଂସ୍ଥାନକୁ ପୌର ପରିଷଦ, ପୋଲିସ ଏବଂ ପରିବହନ ବିଭାଗର ବିଭାଗୀୟ ଅଧିକାରୀମାନେ ପହଞ୍ଚୁଛନ୍ତି। ବେଆଇନ ପାର୍କିଂ ଯୋଗୁ ଜରିମାନା ମଧ୍ୟ ଅସୁଲି କରୁଛନ୍ତି। ସେହିପରି ରାସ୍ତାଘାଟରେ ଅନେକ ସମୟରେ ହେଲମେଟ୍‌, ଗାଡ଼ି ମଟରର ଫିଟ୍‌ନେସ୍‌, ଡ୍ରାଇଭିଂ ଲାଇସେନ୍ସ ଆଦି ଯାଞ୍ଚ କରାଯାଉଛି। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଫାଇନ ଅସୁଲି ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ବୁଲାଗୋରୁଙ୍କୁ କାଞ୍ଜି ହାଉସରେ ରଖାଯିବା, ଟ୍ରାଫିକ ଛକରେ ସ୍ବୟଂଚାଳିତ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା, ଖାଲଖମା ରାସ୍ତାର ମରାମତି, ଏପର୍ଯ୍ୟନ୍ତ ସଂକୁଚିତ ତଥା ଟ୍ରାଫିକ ସମସ୍ୟାବହୁଳ ହୋଇ ପଡ଼ିଥିବା ରାସ୍ତାରେ ଜବରଦଖଲ ଉଚ୍ଛେଦ ସହିତ ରାସ୍ତା ପ୍ରଶସ୍ତୀକରଣ କରା ନଯିବା ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ସହରରେ ରହିଥିବା ଅନେକ ଛକସ୍ଥାନରେ ଟ୍ରାଫିକ ସମସ୍ୟା ନିତିଦିନିଆଁ ହୋଇ ପଡ଼ିଛି। ସହରସ୍ଥିତ ଲେଙ୍ଗୁ ମିଶ୍ରଛକଠାରୁ ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତାରେ ଏହା ଏକ ପ୍ରମୁଖ ସମସ୍ୟା ହୋଇପଡ଼ି ଥିବାବେଳେ ଉକ୍ତ ସ୍ଥାନରୁ ଜବରଦଖଲ ଉଚ୍ଛେଦ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ଏଥିପାଇଁ ସହରବାସୀ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ହେଲେ ଏଠାକାର ଜବରଦଖଲ ଉଚ୍ଛେଦ ମାମଲା ବର୍ଷବର୍ଷ ଧରି କୋର୍ଟରେ ବିଚାରାଧୀନ ହୋଇପଡ଼ିଛି। ସେହିପରି ଭଟଲି ଛକରେ ମଧ୍ୟ ଅନୁରୂପ ସମସ୍ୟା। ଉକ୍ତ ଛକକୁ ଚାରପାର୍ଶ୍ୱର ରାସ୍ତା ସଂଯୋଗ କରୁଛି। ଫଳରେ ଦିନରାତି ଏଠାରେ ଟ୍ରାଫିକ ସମସ୍ୟା ଲାଗି ରହିଥାଏ। ଏଠାରେ ମଧ୍ୟ ଅନେକ ରାସ୍ତା ସଂକୁଚିତ ହୋଇ ପଡ଼ିଥିବାବେଳେ ବେଆଇନ ପାର୍କିଂ ଚାଲିଛି। କିନ୍ତୁ ଏହି ସ୍ଥାନରେ ଜବରଦଖଲ ଉଚ୍ଛେଦ ପାଇଁ ଏପର୍ଯ୍ୟନ୍ତ ପ୍ରଶାସନର ହାତ ଅପହଞ୍ଚ ହୋଇ ପଡ଼ିଛି। ସେହିପରି ଏହି ଛକରେ ସ୍ବୟଂଚାଳିତ ଟ୍ରାଫିକ ସିଗନାଲ ବ୍ୟବସ୍ଥାର ଯଥେଷ୍ଟ ଆବଶ୍ୟକତା ରହିଥିବାବେଳେ ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ।
ଅନୁରୂପଭାବେ ଗାନ୍ଧିଛକ, ଭିଏସଏସ ନଗର(ବାନ୍ଦୁଟିକ୍ରା) ଛକ, ଏସ୍‌ପି ଅଫିସ ଛକ, ଥାନାଛକ, ଗୁରୁଦ୍ୱାରା ଛକ, ଘରୋଇ ବସଷ୍ଟାଣ୍ଡ୍‌ ଛକ ଆଦି ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଯାଇଛି। ଉକ୍ତ ସ୍ଥାନ ଗୁଡ଼ିକରେ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ହୋଇଥିବାବେଳେ ଆହୁରି କିଛି ଅଂଶ ଉଚ୍ଛେଦ ପାଇଁ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି। ତେବେ ଉଚ୍ଛେଦ ପରେ ରାସ୍ତା ପ୍ରଶସ୍ତୀକରଣ ହେଉଥିଲେ ସୁଦ୍ଧା ବୁଲାଣୀ ଏବଂ ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟୁଥିବାବେଳେ ଆହୁରି ଦୁର୍ଘଟଣା ଆଶଙ୍କା ରହିଛି। ହେଲେ ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ହୋଇପାରି ନାହିଁ। ଗାନ୍ଧିଛକର ରୂପରେଖ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାତ୍ର ଯେଉଁ ଢଙ୍ଗରେ ଏହା ଚାଲିଛି, ତାକୁ ନେଇ ସହରବାସୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। ଅନ୍ୟପଟେ ଗାନ୍ଧିଛକ ଏବଂ ଗୁରୁଦ୍ୱାରା ଛକରେ ପୂର୍ବରୁ ସ୍ବୟଂଚାଳିତ ଟ୍ରାଫିକ ସିଗନାଲ ବ୍ୟବସ୍ଥା ହୋଇଥିଲା। ମାତ୍ର ରାସ୍ତା ପ୍ରଶସ୍ତୀକରଣ ଆରମ୍ଭ ହେବା ଦିନଠାରୁ ତାହା ଅଚଳ ହୋଇ ପଡ଼ିଥିବାବେଳେ ତାକୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ପାରି ନାହିଁ।
ଅପରପକ୍ଷେ ପୌର ପ୍ରଶାସନର ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସହରରେ ବେଆଇନ ପାର୍କିଂ ବଢ଼ି ଚାଲିଛି। ରାସ୍ତା ଉପରେ ଗାଡ଼ି ରଖୁଥିବା ଯୋଗୁ ଏହି ସମସ୍ୟା ବହୁଗୁଣିତ ହୋଇ ପଡୁଛି। ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ପାର୍କିଂ ବ୍ୟବସ୍ଥା କରି ନଥିବା ଏବଂ ସହରରେ ସ୍ଥାୟୀ ପାର୍କିଂ ବ୍ୟବସ୍ଥାର ଅଭାବ ଯୋଗୁ ସେଠାକୁ ଆସୁଥିବା ଗରାଖମାନେ ବାଧ୍ୟ ହୋଇ ରାସ୍ତା ଉପରେ ଯାନବାହନ ରଖିବାକୁ ବାଧ୍ୟ ହେଉଛନ୍ତି। ଏପରିକି ବିଭିନ୍ନ ସମୟରେ ବେଆଇନ ପାର୍କିଂ ଯାଞ୍ଚବେଳେ ସମ୍ପୃକ୍ତ ବ୍ୟବସାୟିକ ଅନୁଷ୍ଠାନକୁ ଫାଇନ କରାଯାଉଛି। ସେଠାକୁ ଆସୁଥିବା ଗରାଖଙ୍କୁ ମଧ୍ୟ ହଟହଟା ହେବାକୁ ପଡୁଛି। ସମ୍ପୃକ୍ତ ଅନୁଷ୍ଠାନକୁ କରାଯାଉଥିବା ସେଭଳି ଫାଇନକୁ ସଚେତନ ନାଗରିକମାନେ ସ୍ବାଗତ କରୁଛନ୍ତି। କିନ୍ତୁ ଫାଇନ ଅସୁଲିର କିଛିଦିନ ପରେ ସେଠାରେ ପୁଣି ବେଆଇନ ପାର୍କିଂ ଆରମ୍ଭ ହୋଇ ଯାଉଛି ଏବଂ ବିଭାଗୀୟ ଅଧିକାରୀମାନେ ସେଥିପ୍ରତି ପୁଣି ଆଖିବୁଜି ଦେବା ଚର୍ଚ୍ଚାର ବିଷୟ ହୋଇ ଯାଇଛି। ମଙ୍ଗଳବାର ସହରର ବିଭିନ୍ନ ଛକରେ ଏଭଳି ବେଆଇନ ପାର୍କିଂ ଯାଞ୍ଚ ଚାଲିଥିଲା। କିଛି ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରୁ ଫାଇନ ମଧ୍ୟ ଅସୁଲି ହୋଇଥିଲା। ମାତ୍ର ବିଭାଗୀୟ ଅଧିକାରୀମାନେ ସେଠାରୁ ଚାଲିଯିବା ପରେ ସେଭଳି ଅନେକ ବ୍ୟବସାୟିକ ଅନୁଷ୍ଠାନ ସମ୍ମୁଖରେ ପୁଣି ବେଆଇନ ପାର୍କିଂ ଦେଖିବାକୁ ମିଳିଥିଲା। ଟ୍ରାଫିକ ସମସ୍ୟାର ସ୍ଥାୟୀ ପ୍ରତିକାର କରାଯାଉ ନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

ଆଜି ତୁଳା ରାଶିରେ ଶୁକ୍ରଙ୍କ ପ୍ରବେଶ: ମେଷ ସମେତ ଏହି ୫ ରାଶିର ହେବ ବମ୍ଫର ରୋଜଗାର, ଘଟିବ ଯାହା କେବେ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ପ୍ରେମ, ସୁଖ-ସୁବିଧା, ଧନ, ବୈଭବ ଓ ଐଶ୍ୱର୍ଯ୍ୟର କାରକ ବୋଲି ମନେ କରାଯାଏ। ଶୁକ୍ରଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଟିମ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସ୍ଥାନ, କାନ୍ଦିଲେ ବଡ଼ ବଡ଼ ଖେଳାଳି!

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଗୋଟିଏ କିମ୍ବା…

ବୁଧବାରଠୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ: ୪ ରାଶିଙ୍କ ଭାଗ୍ୟ ଚମକିବ, ଏମାନେ ରୁହନ୍ତୁ ସାବଧାନ

ବୁଧବାର ଦିନ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ପାଇଁ ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିବ। ୨ ସେପ୍ଟେମ୍ବର ୨୦୨୬ରେ ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ…

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri