ସର୍ବସାଧାରଣରେ ରହିବ ସଡ଼କ ଦୁର୍ଘଟଣା ତଥ୍ୟ

ଭୁବନେଶ୍ୱର,୨୪ା୫(ବ୍ୟୁରୋ):ସଡ଼କ ସୁରକ୍ଷା ଦିଗରେ ରାଜ୍ୟ ସରକାର ତପତ୍ରତା ପ୍ରକାଶ କରିଛନ୍ତି। ଏଣିକି ସାଧାରଣ ସ୍ଥାନରେ ସଡ଼କ ଦୁର୍ଘଟଣାର ସବୁ ତଥ୍ୟ ଲଗାଯିବ। ଜିଲାସ୍ତରରେ ମାସକ ଭିତରେ କେତେ ଦୁର୍ଘଟଣା ଘଟୁଛି, ତାହା ସବୁଠି ଲୋକଙ୍କ ଲାଗି ଉପଲବ୍ଧ ହେବ। ଜିଲା ୱେବ୍‌ସାଇଟ୍‌, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ଦୁର୍ଘଟଣା ତଥ୍ୟ ପ୍ରକାଶ ପାଇଁ ଜିଲା ସଡ଼କ ସୁରକ୍ଷା କମିଟି ଗୁଡ଼ିକୁ କୁହାଯାଇଛି।
ଏହାସହ ସବୁ ଜିଲାର ସଡ଼କ ସୁରକ୍ଷା କମିଟି ପୁନର୍ଗଠନ କରାଯାଇଛି। ଏହି କମିଟି କିପରି କାର୍ଯ୍ୟ କରିବ ସେନେଇ ବିସ୍ତୃତ କାର୍ଯ୍ୟାବଳୀ ଜାରି ହୋଇଛି। କମିଟି ଜିଲାରେ ସଡ଼କ ଦୁର୍ଘଟଣାଗୁଡ଼ିକର ସମୀକ୍ଷା କରିବ। ରାଜ୍ୟ ସଡ଼କ ସୁରକ୍ଷା ନୀତି କାର୍ଯ୍ୟାନ୍ବୟନର ତଦାରଖ ସହ ଏହା ଅଧୀନରେ ଲକ୍ଷ୍ୟ ଧାର୍ଯ୍ୟ ହେବ। ସୁପ୍ରିମକୋର୍ଟ କମିଟି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କମିଟି କାର୍ଯ୍ୟକାରୀ କରିବ। ଜିଲାରେ ହେଉଥିବା ଦୁର୍ଘଟଣାର ବିସ୍ତୃତ ତଥ୍ୟ ରାଜ୍ୟ ସଡ଼କ ସୁରକ୍ଷା ପରିଷଦକୁ ନିୟମିତ କମିଟି ପକ୍ଷରୁ ଜଣାଯିବ। ଯେଉଁଥିରେ ଯାନ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବ। ଏଥିସହ ଦୁର୍ଘଟଣାର କାରଣ, ଘଟଣାସ୍ଥଳ ତଦନ୍ତ, ଉଲ୍ଲଙ୍ଘନକାରୀ, ପୀଡ଼ିତଙ୍କ ସ୍ଥିତି, ଆଘାତର ପ୍ରକାର, ଏତଲା ଆଦି ସମ୍ପର୍କରେ ଜଣାଇବେ। ଜରୁରୀକାଳୀନ ମେଡିକାଲ୍‌ ପ୍ଲାନ୍‌ ପ୍ରସ୍ତୁତ କରିବା, ଏମର୍ଜେନ୍ସି କେସ୍‌ରେ ହସ୍ପିଟାଲ୍‌ରେ ଶଯ୍ୟା ଉପଲବ୍ଧତା ଜାଣିବା ପାଇଁ ଡାକ୍ତରଖାନା ସହ ଯୋଗାଯୋଗ ରଖିବା, ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବା ଆଦି ବିଭିନ୍ନ ଦିଗରେ ଏହି କମିଟି କାର୍ଯ୍ୟ କରିବ। ଏହାଛଡ଼ା ଜିଲା ସଡ଼କ ସୁରକ୍ଷା ପ୍ଲାନ୍‌ ବିକଶିତ କରିବେ। ୧୫ ଦିନରେ ଥରେ ଭର୍ଚୁଆଲ୍‌ରେ ଏବଂ ମାସକୁ ଥରେ ଜିଲାପାଳ ସ୍ଥିର କରିଥିବା ସ୍ଥାନରେ କମିଟିର ଶାରୀରିକ ବୈଠକ ହେବ।
କମିଟିରେ ଜିଲାପାଳ ଅଧ୍ୟକ୍ଷ ଏବଂ ରାଜପଥ ପ୍ରଶାସକ (ହାଇୱେ ଆଡ୍‌ମିନିଷ୍ଟ୍ରେଟର) ସଦସ୍ୟ ସଚିବ ରହିବେ। ଏହି କମିଟିରେ ସଦସ୍ୟ ଭାବେ ଡିସିପି/ଏସ୍‌ପି, ଚିଫ୍‌ ମେଡିକାଲ ଅଫିସର, ନିର୍ବାହୀ ଯନ୍ତ୍ରୀ, ପିଡବ୍ଲ୍ୟୁଡି (ରୋଡ୍‌), ସଡ଼କ ପରିବହନ ମନ୍ତ୍ରାଳୟର ଆଞ୍ଚଳିକ ପ୍ରତିନିଧି, ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ, ପୌରାଞ୍ଚଳର ନିର୍ବାହୀ ଅଧିକାରୀ, ଆର୍‌ଟିଓ, ଡିଇଓ, ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ୨ଜଣ ଅଧିସ୍ବୀକୃତ ଖବରଦାତା, ସିଭିଲ୍‌ ସୋସାଇଟି ସଙ୍ଗଠନର କିମ୍ବା ସଡ଼କ ସୁରକ୍ଷା ପାଇଁ କାମ କରୁଥିବା ଏନ୍‌ଜିଓରୁ ଜଣେ, ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ବସ୍‌ ଏବଂ ଟ୍ରକ୍‌ ମାଲିକ ସଂଘରୁ ଜଣେ ଲେଖାଏ ସଦସ୍ୟ ରହିବେ। ଜିଲାରେ ଯଦି ନିର୍ବାହୀ ଯନ୍ତ୍ରୀ/ଅଧୀକ୍ଷଣ ଯନ୍ତ୍ରୀ ଏକାଧିକ ଥିଲେ କିଏ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ ତାହା କମିଟି ଅଧ୍ୟକ୍ଷ ଚୟନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri