ଝରିଗାଁରେ ପାରମ୍ପରିକ ବିହନ ମେଳା

ଝରିଗାଁ,୨୫ା୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଭା ଗୃହଠାରେ ଏକ ଦିବସୀୟ ପାରମ୍ପରିକ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ଆରସିଡିସି କର୍ମୀ ରାମକୃଷ୍ଣ ମହାରଣାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ସତ୍ୟ ନାରାୟଣ ମେହେର,କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଗ, ପ୍ରାଣୀ ଚିକିତ୍ସକ ସାରଦା ନାୟକ, ଫରେଷ୍ଟର ତନୁଜ କୁମାର ପରିଛା, ଜିଲ୍ଲା ପରିଷଦ ସଭ୍ୟା ଯମୁନା ଗଣ୍ଡ, ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ, ଆସିଡିଏସ୍‌ ସୁପରଭାଇଜର ମୋହିନୀ ଭତ୍ରା, ପୁଫୁଗାଁ ସରପଞ୍ଚ, ବାଣୁଆଗୁଡା ସରପଞ୍ଚ ଲଷ୍ମୀ ପୂଜାରୀ, ସମାଜ ସେବୀ ତଥା ଆଇ ଡବ୍ଲୁ ଡି ଏସ ନିର୍ଦ୍ଦେଶକ ପରମା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ବର୍ତ୍ତମାନ ଚାଷୀମାନେ ଅଧିକ ଅମଳ ଆଶା କରି ଶଙ୍କର ଜାତୀୟ ବିହନ ଏବଂ ରାସାୟନିକ ସାର ବ୍ୟବହାର କରୁଥିବାରୁ ମାଟିର ଉର୍ବରତା କମୁଛି ବୋଲି ଅତିଥିମାନେ କହିଥିଲେ। ତେଣୁ ଲୋପ ପାଇଯାଉଥିବା ବିଭିନ୍ନ କିସମର ଚାଷ ସମ୍ପର୍କରେ କହିବା ସହ ପାରମ୍ପରିକ ବିହନରେ ଜୈବିକ ସାର ପ୍ରୟୋଗ କରି ଚାଷ କରିବା ପାଇଁ ଚାଷୀ ମାନଙ୍କୁ ସଚେତନ କରିଥିଲେ। ସେହିପରି ୮ଟି ଷ୍ଟଲରେ ବିଭିନ୍ନ କିସମର ଦେଶୀ ବିହନ, ଡାଲି ଜାତୀୟ ବିହନ, ତୈଳ ଜାତୀୟ ବିହନ, ଲତା ଜାତୀୟ ବିହନ, କନ୍ଦା ଜାତୀୟ ଔଷଧ ତଥା ଖାଦ୍ୟ, ପାରମ୍ପରିକ ପିଠା ପ୍ରଦର୍ଶନ ହୋଇଥିଲା। କୋଷାଗୁମୁଡା ବ୍ଳକର ବରଷ୍ଠ ଚାଷୀ ଶଙ୍କର ପଟ୍ଟନାୟକ ପ୍ରାୟ ୪ ଶହରୁ ଉର୍ଦ୍ଧ କିସମର ଦେଶୀ ଧାନ ବିହନ ପ୍ରଦର୍ଶନ କରିଥିଲେ। ଚାଷୀ ମାନଙ୍କ ମଧ୍ୟରେ ଦେଶୀ ବିହନ ଆଦାନ ପ୍ରଦାନ କରାଯାଇଥିଲା। ଶେଷରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କଳାକାର ମାନଙ୍କୁ ନେଇ ସାଂକୃତିକ କାର୍ଯ୍ୟକ୍ରମ ହୋଇଥିଲା। ନବରଙ୍ଗପୁର ଜିଲା ଆର୍‌ସିଡିସି ପ୍ରକଳ୍ପ ସଂଯୋଜକ ଦୁଷ୍ମନ୍ତ କୁମାର ଓଝା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଆଠ ଶହ ଚାଷୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri