ଚାଇନାକୁ ୪୦ ହଜାର କୋଟିର ଝଟକା ଦେବେ ବ୍ୟବସାୟୀ

ନୂଆଦିଲ୍ଲୀ :ପାର୍ବଣଋତୁରେ ଚାଇନାକୁ ୪୦ ହଜାର କୋଟି ଟଙ୍କାର ଝଟକା ଦେବା ଲାଗି ଦେଶର ବ୍ୟବସାୟୀମାନେ ପ୍ରକ୍ରିୟା ଜାରି କରିଛନ୍ତି। ଚାଇନାରୁ ଏହି ସମୟରେ ଆମଦାନୀ କମ୍‌ କରିବା ଉପରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ଫୋକସ ରଖିଛି। ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚାଇନାରୁ ଆମଦାନୀ ୨୭.୬୩% ହ୍ରାସ ହୋଇଥିବା ସରକାର ସଂସଦକୁ ଦେଇଥିବା ଡାଟାରୁ ଜଣାପଡିଛି। ଏହି ପରିପ୍ରେକ୍ଷୀରେ ସିଏଆଇଟିର ଅଧ୍ୟକ୍ଷ ବି.ସି.ଭରତିଆ କହିଛନ୍ତି ଯେ, ଚାଇନାକୁ ପାର୍ବଣରେ ପୁଣି ଥରେ ଝଟକା ଦେବା ଲାଗି ଯୋଜନା ରଖାଯାଇଛି। ପାର୍ବଣ ସମୟରେ ଚାଇନାରୁ ଆମଦାନୀକୁ କମ୍‌ କରିବା ଉପରେ ଏବେ ଧ୍ୟାନ ରଖାଯାଇଛି। ଦୀପାବଳି ସମେତ ଅନ୍ୟ କିଛି ପର୍ବପର୍ବାଣିରେ ଦେଶ ମଧ୍ୟରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ଆମଦାନୀ ଭାରତକୁ ହୋଇଥାଏ। ଚଳିତ ବର୍ଷ ଏହାକୁ ବନ୍ଦ କରିବା ଲାଗି ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି।
ସିଏଆଇଟି ପକ୍ଷରୁ ପୁଣି କୁହାଯାଇଛି, ଚାଇନା ସରକାରଙ୍କ ମୁଖପତ୍ର ଭାବେ କାମ କରୁଥିବା ଖବରକାଗଜ ଗ୍ଲୋବାଲ ଟାଇମ୍ସକୁ ଭାରତୀୟମାନେ ଉଚିତ ଜବାବ ଦେଇଛନ୍ତି। ଭାରତ ଚାଇନା ଉପରେ ଏତେ ନିର୍ଭରଶୀଳ ଯେ, ଆମଦାନୀ କମ୍‌ କରିପାରିବ ନାହିଁ ବୋଲି ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟରେ ଜୋର ଦିଆଯାଇଥିଲା। ହେଲେ ବର୍ତ୍ତମାନ ହେଉଥିବା ଆମଦାନୀ ହ୍ରାସ ଚାଇନାକୁ କଡା ଜବାବ ବୋଲି କୁହାଯାଉଛି। ଚାଇନା ସାମଗ୍ରୀ ବହିଷ୍କାର କରିବା ଲାଗି ସିଏଆଇଟି ପକ୍ଷରୁ ଜୁନ ୧୦ରୁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। ଚାଇନାର କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି।
ବିଦେଶୀ ସାମଗ୍ରୀ ବର୍ଜନ କରିବା ସହ ଘରୋଇ ସାମଗ୍ରୀକୁ ପ୍ରାଥମିକତା ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସରକାର ଲୋକାଲ ଫର୍‌ ଭୋକାଲ ଏବଂ ଆତ୍ମନିର୍ଭର ଭାରତ ଦିଗରେ ବର୍ତ୍ତମାନ ଧ୍ୟାନ ଦେଉଛନ୍ତି। ଲୋକମାନେ ମଧ୍ୟ ବିଦେଶୀ ସାମଗ୍ରୀ ବ୍ୟବହାର ପରିବର୍ତ୍ତେ ଘରୋଇ ବଜାରର ସାମଗ୍ରୀକୁ ପ୍ରାଥମିକତା ଦେବା ଲାଗି ସରକାର ଆହ୍ବାନ ଜଣାଇଛନ୍ତି। ବର୍ତ୍ତମାନ ଚାଇନାରୁ ସାମଗ୍ରୀ ଆମଦାନୀ ୨୭% କମିଥିବା ବେଳେ ଦୀପାବଳିରୁ ଏହାର ପ୍ରଭାବ ଆହୁରି ଦେଖାଯିବ ବୋଲି ସିଏଆଇଟି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri