ସୋନାଲିକାର ୱେବ୍‌ସାଇଟ୍‌ରେ ଟ୍ରାକ୍ଟର ମୂଲ୍ୟ ପ୍ରଦର୍ଶିତ

ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ଟ୍ରାକ୍ଟର ବ୍ରାଣ୍ଡ୍‌ ତଥା ୧ ନମ୍ବର ରପ୍ତାନିକାରୀ ଭାବେ ପରିଚିତ ସୋନାଲିକା ଟ୍ରାକ୍ଟର୍ସ ପକ୍ଷରୁ ଏକ ଆକର୍ଷଣୀୟ ସେବା ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର କିଷାନ ଦିବସ ଅବସରରେ ଦେଶର କୃଷକଙ୍କ ସୁବିଧା ଓ କମ୍ପାନୀର ଉତ୍ପାଦଗୁଡିକର ମୂଲ୍ୟରେ ସ୍ବଚ୍ଛତା ପ୍ରଦର୍ଶନ ପାଇଁ କମ୍ପାନୀର ସମସ୍ତ ଟ୍ରାକ୍ଟର ରେଞ୍ଜର ମୂଲ୍ୟକୁ ଅନ୍‌ଲାଇନରେ ପ୍ରଦର୍ଶିତ କରିବାକୁ ସୋନାଲିକା ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏପରିକି ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ଅନେକ ସଫଳତା ପାଇବା ସହ ପାର୍ବଣ ଖୁସିକୁ ବୃଦ୍ଧି ମଧ୍ୟ ସମସ୍ତଙ୍କ ସହ ପାଳନ କରିଛି। ସେହିଭଳି ସୋନାଲିକାର ଏଭଳି ଏକ ଅତୁଳନୀୟ ପଦକ୍ଷେପ ଟ୍ରାକ୍ଟର ମୂଲ୍ୟଗୁଡିକରେ ଅଧିକ ସ୍ବଚ୍ଛତା ଆଣିବା ପାଇଁ ଲକ୍ଷ୍ୟ ରଖିଛି, ଯାହାକି ବର୍ତ୍ତମାନ ଚାଷୀମାନେ ସମ୍ମୁଖୀନ ହେଉଥିବା ସର୍ବବୃହତ୍‌ ସମସ୍ୟାର ସମାଧାନର ପ୍ରୟାସ ବୋଲି କୁହାଯାଉଛି। ଏହି ସ୍ବତନ୍ତ୍ର ପଦକ୍ଷେପ ସହ ସୋନାଲିକା ଟ୍ରାକ୍ଟର୍ସ ଟ୍ରାକ୍ଟର ଶିଳ୍ପରେ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛି। କୃଷକମାନଙ୍କ ଜଟିଳ ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ପରିଣତ ହୋଇଛି। ଏପରିକି ଶକ୍ତିଶାଳୀ ଇଞ୍ଜିନ୍‌ ସହ କଷ୍ଟମାଇଜ୍‌ଡ ଟ୍ରାକ୍ଟର ଅଭିନବ ଟ୍ରାନ୍ସମିଶନ ଓ ଠିକ୍‌ ହାଇଡ୍ରାଉଲିକ୍‌ ଆଦି ସୋନାଲିକାକୁ ବିଶ୍ୱବ୍ୟାପୀ ୧୪୦ଟି ଦେଶରେ ଏକ ଶକ୍ତିଶାଳୀ ଉପସ୍ଥିତି ରଖିବା ପାଇଁ ସଶକ୍ତ କରିଛି। ସେହିପରି ମୂଲ୍ୟ ଉପରେ ଉନ୍ନତ ସ୍ପଷ୍ଟତା ସହିତ ଏକ ଅଫିସିଆଲ ୱେବ୍‌ସାଇଟ୍‌ ଉନ୍ମୋଚନ କରିବା ଦ୍ୱାରା କୃଷକମାନେ ମଧ୍ୟ ଏକ ବଡ ଆଶ୍ୱସ୍ତି ପାଇପାରିବେ ଓ ନିଜ ପସନ୍ଦର ଟ୍ରାକ୍ଟର କିଣିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିପାରିବେ। ଏ ସମ୍ପର୍କରେ ସୋନାଲିକା ଟ୍ରାକ୍ଟର୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ଏକ ଟ୍ରାକ୍ଟର କିଣିବା ପାଇଁ ନିଷ୍ପତ୍ତିକୁ ସରଳ କରିବାରେ ମୂଲ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତ ଅନେକ ପିଢି ହେବ ମୂଲ୍ୟ ଉପରେ ସ୍ବଚ୍ଛତା ଏକ ବଡ ଆହ୍ବାନ ଭାବେ ରହିଆସିଛି। ଆମେ ଆମର ଅଫିସିଆଲ ୱେବ୍‌ସାଇଟ୍‌ରେ ଟ୍ରାକ୍ଟର ରେଞ୍ଜର ମୂଲ୍ୟକୁ ଉନ୍ମୋଚନ କରି ଉତ୍ସାହିତ ରହିଛୁ ଯାହା ୨୦୨୩ ଆର୍ଥିକ ବର୍ଷରେ ସମଗ୍ର କୃଷି ସମୁଦାୟ ପାଇଁ ପାର୍ବଣ ଉତ୍ସାହକୁ ବୃଦ୍ଧି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri