ସୋନାଲିକାର ୱେବ୍‌ସାଇଟ୍‌ରେ ଟ୍ରାକ୍ଟର ମୂଲ୍ୟ ପ୍ରଦର୍ଶିତ

ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ଟ୍ରାକ୍ଟର ବ୍ରାଣ୍ଡ୍‌ ତଥା ୧ ନମ୍ବର ରପ୍ତାନିକାରୀ ଭାବେ ପରିଚିତ ସୋନାଲିକା ଟ୍ରାକ୍ଟର୍ସ ପକ୍ଷରୁ ଏକ ଆକର୍ଷଣୀୟ ସେବା ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର କିଷାନ ଦିବସ ଅବସରରେ ଦେଶର କୃଷକଙ୍କ ସୁବିଧା ଓ କମ୍ପାନୀର ଉତ୍ପାଦଗୁଡିକର ମୂଲ୍ୟରେ ସ୍ବଚ୍ଛତା ପ୍ରଦର୍ଶନ ପାଇଁ କମ୍ପାନୀର ସମସ୍ତ ଟ୍ରାକ୍ଟର ରେଞ୍ଜର ମୂଲ୍ୟକୁ ଅନ୍‌ଲାଇନରେ ପ୍ରଦର୍ଶିତ କରିବାକୁ ସୋନାଲିକା ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏପରିକି ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ଅନେକ ସଫଳତା ପାଇବା ସହ ପାର୍ବଣ ଖୁସିକୁ ବୃଦ୍ଧି ମଧ୍ୟ ସମସ୍ତଙ୍କ ସହ ପାଳନ କରିଛି। ସେହିଭଳି ସୋନାଲିକାର ଏଭଳି ଏକ ଅତୁଳନୀୟ ପଦକ୍ଷେପ ଟ୍ରାକ୍ଟର ମୂଲ୍ୟଗୁଡିକରେ ଅଧିକ ସ୍ବଚ୍ଛତା ଆଣିବା ପାଇଁ ଲକ୍ଷ୍ୟ ରଖିଛି, ଯାହାକି ବର୍ତ୍ତମାନ ଚାଷୀମାନେ ସମ୍ମୁଖୀନ ହେଉଥିବା ସର୍ବବୃହତ୍‌ ସମସ୍ୟାର ସମାଧାନର ପ୍ରୟାସ ବୋଲି କୁହାଯାଉଛି। ଏହି ସ୍ବତନ୍ତ୍ର ପଦକ୍ଷେପ ସହ ସୋନାଲିକା ଟ୍ରାକ୍ଟର୍ସ ଟ୍ରାକ୍ଟର ଶିଳ୍ପରେ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛି। କୃଷକମାନଙ୍କ ଜଟିଳ ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ପରିଣତ ହୋଇଛି। ଏପରିକି ଶକ୍ତିଶାଳୀ ଇଞ୍ଜିନ୍‌ ସହ କଷ୍ଟମାଇଜ୍‌ଡ ଟ୍ରାକ୍ଟର ଅଭିନବ ଟ୍ରାନ୍ସମିଶନ ଓ ଠିକ୍‌ ହାଇଡ୍ରାଉଲିକ୍‌ ଆଦି ସୋନାଲିକାକୁ ବିଶ୍ୱବ୍ୟାପୀ ୧୪୦ଟି ଦେଶରେ ଏକ ଶକ୍ତିଶାଳୀ ଉପସ୍ଥିତି ରଖିବା ପାଇଁ ସଶକ୍ତ କରିଛି। ସେହିପରି ମୂଲ୍ୟ ଉପରେ ଉନ୍ନତ ସ୍ପଷ୍ଟତା ସହିତ ଏକ ଅଫିସିଆଲ ୱେବ୍‌ସାଇଟ୍‌ ଉନ୍ମୋଚନ କରିବା ଦ୍ୱାରା କୃଷକମାନେ ମଧ୍ୟ ଏକ ବଡ ଆଶ୍ୱସ୍ତି ପାଇପାରିବେ ଓ ନିଜ ପସନ୍ଦର ଟ୍ରାକ୍ଟର କିଣିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିପାରିବେ। ଏ ସମ୍ପର୍କରେ ସୋନାଲିକା ଟ୍ରାକ୍ଟର୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ଏକ ଟ୍ରାକ୍ଟର କିଣିବା ପାଇଁ ନିଷ୍ପତ୍ତିକୁ ସରଳ କରିବାରେ ମୂଲ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତ ଅନେକ ପିଢି ହେବ ମୂଲ୍ୟ ଉପରେ ସ୍ବଚ୍ଛତା ଏକ ବଡ ଆହ୍ବାନ ଭାବେ ରହିଆସିଛି। ଆମେ ଆମର ଅଫିସିଆଲ ୱେବ୍‌ସାଇଟ୍‌ରେ ଟ୍ରାକ୍ଟର ରେଞ୍ଜର ମୂଲ୍ୟକୁ ଉନ୍ମୋଚନ କରି ଉତ୍ସାହିତ ରହିଛୁ ଯାହା ୨୦୨୩ ଆର୍ଥିକ ବର୍ଷରେ ସମଗ୍ର କୃଷି ସମୁଦାୟ ପାଇଁ ପାର୍ବଣ ଉତ୍ସାହକୁ ବୃଦ୍ଧି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri