ସହରରେ ଗଡୁନି ଟାଉନ୍‌ ବସ୍‌

କଟକ ଅଫିସ,୨୦।୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ପଢ଼ିବାକୁ ଆସୁଛନ୍ତି। ବିଶେଷକରି ସହର ଉପକଣ୍ଠ ଚୌଦ୍ୱାର, ସିଡିଏ, ବାରଙ୍ଗ, ବିଡ଼ାନାସୀ, ଜଗତ୍‌ପୁର ଆଦି ସ୍ଥାନରୁ ଅନେକ ପିଲା ନିୟମିତଭାବେ ରେଭେନ୍‌ଶାକୁ ଆସନ୍ତି। ପୂର୍ବରୁ ସହରର ଭିନ୍ନଭିନ୍ନ ସ୍ଥାନରୁ ଛାତ୍ରୀଛାତ୍ରମାନେ ଟାଉନ୍‌ ବସ୍‌ ଯୋଗେ କମ୍‌ ପଇସାରେ କଲେଜରେ ସହଜରେ ପହଞ୍ଚତ୍ ପାରୁଥିଲେ। କିନ୍ତୁ ଏହି ସେବା ୨୦୧୫ରୁ ବନ୍ଦ ହୋଇଗଲାଣି। ଫଳରେ ଛାତ୍ରୀଛାତ୍ରମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବିଡ଼ାନାସୀ, ବାରଙ୍ଗ, ଚୌଦ୍ୱାର, ଜଗତ୍‌ପୁର ଆଦି ସ୍ଥାନରୁ ଆସୁଥିବା ଛାତ୍ରୀଛାତ୍ରମାନେ ବସ୍‌ ଯୋଗେ ଓଏମ୍‌ପି ପର୍ଯ୍ୟନ୍ତ ଆସୁଛନ୍ତି। ସେଠାରୁ ଅଟୋ କିମ୍ବା ଚାଲିଚାଲି ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି। ଅଧିକାଂଶ ସମୟରେ ଛାତ୍ରୀଛାତ୍ରମାନେ ସାଇକେଲ କିମ୍ବା ବାଇକ୍‌ରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି।
ସହରରେ ପ୍ରଦୂଷଣ ମାତ୍ରା କମାଇବା ସହ ଲୋକମାନେ ଯେପରି ସାଧାରଣ ପରିବହନ ବ୍ୟବସ୍ଥାରେ ଯାତାୟାତ କରିପାଇବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସହରରେ ଟାଉନ ବସ୍‌ ଯୋଜନା ଆରମ୍ଭ କରାଯାଇଥିଲା। କଟକ ସହରରେ ୨୦୦୭ରେ ସିଏମ୍‌ସି ପକ୍ଷରୁ ୧୮ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ବସ୍‌ କିଣା ଯାଇଥିଲା। ଚନ୍ଦ୍ରିକା ନାମରେ ଦୁଇଟି ବସ୍‌ (ନଂ.ଓଆର୦୫ଜି-୧୬୫୨) ଏବଂ (ନଂ.ଓଆର୦୫ଜି-୧୬୫୩) ସହରରେ ଚାଲୁଥିଲା। ଏହି ଦୁଇଟି ବସ୍‌ ଓଏମ୍‌ପି, ଲିଙ୍କ୍‌ରୋଡ, ହାଇକୋର୍ଟ, ସିଡିଏ ମାର୍କେଟ, ବିଜୁ ପଟ୍ଟନାୟକ ପାର୍କ, ସତୀଚଉରା, ବିଡ଼ାନାସୀ, ବକ୍ସିବଜାର, ମଙ୍ଗଳାବାଗ, ରାଣୀହାଟ, କଲେଜ ଛକ ମଧ୍ୟରେ ଯାତାୟାତ କରୁଥିଲା। ଯାହାଦ୍ୱାରା ସହରର ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତକୁ ଲୋକମାନେ ସହଜରେ ଯାତାୟାତ କରିପାରୁଥିଲେ। କିନ୍ତୁ ୨୦୧୫ରୁ ଏହି ବ୍ୟବସ୍ଥା ବନ୍ଦ ହୋଇଯାଇଛି। ସିଏମ୍‌ସି ସହକାରୀ ଯନ୍ତ୍ରୀ ଶ୍ରବଣ ମହାନ୍ତିଙ୍କ କହିବାନୁଯାୟୀ, କ୍ୟାପିଟାଲ ରିଜନ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ) ବସ୍‌ ଚାଲିବା କାରଣରୁ ଚନ୍ଦ୍ରିକା ବସ୍‌ ସେବା ବନ୍ଦ ହୋଇଗଲା। ଚନ୍ଦ୍ରିକା ବସ୍‌ରେ ବାଦାମବାଡ଼ିରୁ ବିଜୁ ପଟ୍ଟନାୟକ ପାର୍କ ପର୍ଯ୍ୟନ୍ତ ରୁଟ୍‌ରେ ଅଧିକ ଯାତ୍ରୀ ଯାତାୟାତ କରିଥାନ୍ତି। କିନ୍ତୁ କ୍ରୁଟ ସେହି ରୁଟ୍‌ରେ ବସ ଚଳାଚଳ ଆରମ୍ଭ କରିବା ଦ୍ୱାରା ଚନ୍ଦ୍ରିକା ବସ୍‌ରେ ଯାତ୍ରୀ ସଂଖ୍ୟା କମିବାରେ ଲାଗିଲା। ଏପରିକି ବସ୍‌ର ତେଲ ପଇସା ମଧ୍ୟ ଉଠିଲା ନାହିଁ। ଫଳରେ ବାଧ୍ୟ ହୋଇ ଏହି ବସ୍‌ ସେବାକୁ ୨୦୧୫ରୁ ବନ୍ଦ କରିବାକୁ ପଡ଼ିଲା ବୋଲି ମହାନ୍ତି କହିଛନ୍ତି।
ସେହିପରି ଜବାହରଲାଲ ନେହେରୁ ସହର ବିକାଶ ଯୋଜନାରେ କଟକରେ ଟାଉନ ବସ୍‌ ସେବା ଯୋଗାଇବା ପାଇଁ ୮କୋଟି ଟଙ୍କାରେ ୩୦ଟି ବସ୍‌ କିଣାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥରେ ୨୦୧୫ରେ ଉକ୍ତ ଯୋଜନାରେ ବସ୍‌ କିଣାଯାଇଥିଲା। ୨୦୧୬ ଏପ୍ରିଲରେ ଏହି ବସ୍‌ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହାକୁ ଚଳାଇବା ପାଇଁ କଟକ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ(ସିୟୁଟିଏସ୍‌ଏଲ) ଗଠନ କରାଯାଇଥିଲା। ଏଥିରେ ସିଏମ୍‌ସି କମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକରୀ ଭାବେ ରହିବା ସହିତ ଆର୍‌ଟିଓ, ଜିଲାପାଳ, ଡିସିପି ପ୍ରମୁଖ ସଦସ୍ୟ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ବସ୍‌ ଚଳାଚଳ ପାଇଁ ସାହାରା ରୋଡ୍‌ ୱେଜ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯିବା ସହିତ ସିୟୁଟିଏସ୍‌ଏଲ ସହ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ମୁତାବକ ପ୍ରତି ବସ୍‌ର ମୂଲ୍ୟ ୨୬ ଲକ୍ଷ ଟଙ୍କା ହୋଇଥିବାରୁ ଏହାର ୧୦ ପ୍ରତିଶତ ହିସାବରେ ସାହାରା ରୋଡ୍‌ୱେଜ ୨ ଲକ୍ଷ ୬୦ ହଜାର ଟଙ୍କା ଦେବାସହ ମାସିକ ଭଡ଼ା ସୂତ୍ରରେ ପ୍ରତି ବସ୍‌ ପିଛା ୪ ହଜାର ଟଙ୍କା ଦେବା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସହରରେ ବସ୍‌ ଚଳାଚଳ କରିବା ନିମନ୍ତେ ୩୦ଟି ବସ୍‌ ସିଏମ୍‌ସିକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ପଞ୍ଜୀକରଣ ହୋଇ ନ ଥିବାରୁ ୩୦ରୁ ୧୦ଟି ବସ୍‌ ଚଳାଚଳ କରୁଥିଲା। ପରେ ରୁଟ ନ ମିଳିବା ଏବଂ ଘରୋଇ ବସ୍‌ ମାଲିକଙ୍କ ବିରୋଧ ଯୋଗୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୯ରେ କ୍ରୁଟକୁ ଉକ୍ତ ୩୦ଟି ଟାଉନ୍‌ ବସ୍‌ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସେଥିମଧ୍ୟରୁ ଆଜିପଯର୍‌ୟନ୍ତ ଗୋଟିଏ ବି ବସ୍‌ ସହର ଭିତରେ ଗଡୁଥିବା ଦେଖିବାକୁ ମିଳିଲା ନାହିଁ। କ୍ରୁଟ୍‌ର ଜେନେରାଲ ମ୍ୟାନେଜର(ପ୍ରଶାସନିକ) ଦୀପ୍ତି ମହାପାତ୍ରଙ୍କ କହିବା ଅନୁଯାୟୀ, ସିଏମ୍‌ସି ଉକ୍ତ ୩୦ ବସ୍‌କୁ ଅତି ଖରାପ ଅବସ୍ଥାରେ ଆମକୁ ଦେଇଥିଲେ। ଯେଉଁଥିରେ କେବଳ ବସ୍‌ର ଖୋଳ ଥିଲା। ବାକି ସବୁ ନଷ୍ଟ ହୋଇଯାଇଥିବାବେଳେ ତାହାକୁ ମରାମତି କରି ଆମେ କଟକ ଜିଲାର ନିକଟବର୍ତ୍ତୀ ଅଞ୍ଚଳରେ ଆଗାମୀ ଦୁଇ ମାସ ମଧ୍ୟରେ ୨୭ ବସ୍‌କୁ ଚଲାଇବାର ଯୋଜନା ରହିଛି।
ବାକି ୩ଟି ବସ୍‌କୁ ଜରୁରିକାଳୀନ ସମୟରେ ବ୍ୟବହାର କରାଯିବ। କିନ୍ତୁ ସେ ବସ୍‌ଗୁଡ଼ିକର ଲମ୍ବ ୯ମିଟର ହୋଇଥିବାରୁ ସେଗୁଡ଼ିକ କଟକ ସହର ମଧ୍ୟରେ ଚାଲି ପାରିବନାହିଁ ବୋଲି ମହାପାତ୍ର କହିଛନ୍ତି।

ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ଡରାଇଲା IMD ର ଆକଳନ: ଓଡ଼ିଶାକୁ ରେଡ୍‌ ଆଲର୍ଟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ୱର, ୫ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଶନିବାର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri