ସହରରେ ଗଡୁନି ଟାଉନ୍‌ ବସ୍‌

କଟକ ଅଫିସ,୨୦।୩: ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ପଢ଼ିବାକୁ ଆସୁଛନ୍ତି। ବିଶେଷକରି ସହର ଉପକଣ୍ଠ ଚୌଦ୍ୱାର, ସିଡିଏ, ବାରଙ୍ଗ, ବିଡ଼ାନାସୀ, ଜଗତ୍‌ପୁର ଆଦି ସ୍ଥାନରୁ ଅନେକ ପିଲା ନିୟମିତଭାବେ ରେଭେନ୍‌ଶାକୁ ଆସନ୍ତି। ପୂର୍ବରୁ ସହରର ଭିନ୍ନଭିନ୍ନ ସ୍ଥାନରୁ ଛାତ୍ରୀଛାତ୍ରମାନେ ଟାଉନ୍‌ ବସ୍‌ ଯୋଗେ କମ୍‌ ପଇସାରେ କଲେଜରେ ସହଜରେ ପହଞ୍ଚତ୍ ପାରୁଥିଲେ। କିନ୍ତୁ ଏହି ସେବା ୨୦୧୫ରୁ ବନ୍ଦ ହୋଇଗଲାଣି। ଫଳରେ ଛାତ୍ରୀଛାତ୍ରମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବିଡ଼ାନାସୀ, ବାରଙ୍ଗ, ଚୌଦ୍ୱାର, ଜଗତ୍‌ପୁର ଆଦି ସ୍ଥାନରୁ ଆସୁଥିବା ଛାତ୍ରୀଛାତ୍ରମାନେ ବସ୍‌ ଯୋଗେ ଓଏମ୍‌ପି ପର୍ଯ୍ୟନ୍ତ ଆସୁଛନ୍ତି। ସେଠାରୁ ଅଟୋ କିମ୍ବା ଚାଲିଚାଲି ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି। ଅଧିକାଂଶ ସମୟରେ ଛାତ୍ରୀଛାତ୍ରମାନେ ସାଇକେଲ କିମ୍ବା ବାଇକ୍‌ରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି।
ସହରରେ ପ୍ରଦୂଷଣ ମାତ୍ରା କମାଇବା ସହ ଲୋକମାନେ ଯେପରି ସାଧାରଣ ପରିବହନ ବ୍ୟବସ୍ଥାରେ ଯାତାୟାତ କରିପାଇବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସହରରେ ଟାଉନ ବସ୍‌ ଯୋଜନା ଆରମ୍ଭ କରାଯାଇଥିଲା। କଟକ ସହରରେ ୨୦୦୭ରେ ସିଏମ୍‌ସି ପକ୍ଷରୁ ୧୮ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ବସ୍‌ କିଣା ଯାଇଥିଲା। ଚନ୍ଦ୍ରିକା ନାମରେ ଦୁଇଟି ବସ୍‌ (ନଂ.ଓଆର୦୫ଜି-୧୬୫୨) ଏବଂ (ନଂ.ଓଆର୦୫ଜି-୧୬୫୩) ସହରରେ ଚାଲୁଥିଲା। ଏହି ଦୁଇଟି ବସ୍‌ ଓଏମ୍‌ପି, ଲିଙ୍କ୍‌ରୋଡ, ହାଇକୋର୍ଟ, ସିଡିଏ ମାର୍କେଟ, ବିଜୁ ପଟ୍ଟନାୟକ ପାର୍କ, ସତୀଚଉରା, ବିଡ଼ାନାସୀ, ବକ୍ସିବଜାର, ମଙ୍ଗଳାବାଗ, ରାଣୀହାଟ, କଲେଜ ଛକ ମଧ୍ୟରେ ଯାତାୟାତ କରୁଥିଲା। ଯାହାଦ୍ୱାରା ସହରର ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତକୁ ଲୋକମାନେ ସହଜରେ ଯାତାୟାତ କରିପାରୁଥିଲେ। କିନ୍ତୁ ୨୦୧୫ରୁ ଏହି ବ୍ୟବସ୍ଥା ବନ୍ଦ ହୋଇଯାଇଛି। ସିଏମ୍‌ସି ସହକାରୀ ଯନ୍ତ୍ରୀ ଶ୍ରବଣ ମହାନ୍ତିଙ୍କ କହିବାନୁଯାୟୀ, କ୍ୟାପିଟାଲ ରିଜନ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ) ବସ୍‌ ଚାଲିବା କାରଣରୁ ଚନ୍ଦ୍ରିକା ବସ୍‌ ସେବା ବନ୍ଦ ହୋଇଗଲା। ଚନ୍ଦ୍ରିକା ବସ୍‌ରେ ବାଦାମବାଡ଼ିରୁ ବିଜୁ ପଟ୍ଟନାୟକ ପାର୍କ ପର୍ଯ୍ୟନ୍ତ ରୁଟ୍‌ରେ ଅଧିକ ଯାତ୍ରୀ ଯାତାୟାତ କରିଥାନ୍ତି। କିନ୍ତୁ କ୍ରୁଟ ସେହି ରୁଟ୍‌ରେ ବସ ଚଳାଚଳ ଆରମ୍ଭ କରିବା ଦ୍ୱାରା ଚନ୍ଦ୍ରିକା ବସ୍‌ରେ ଯାତ୍ରୀ ସଂଖ୍ୟା କମିବାରେ ଲାଗିଲା। ଏପରିକି ବସ୍‌ର ତେଲ ପଇସା ମଧ୍ୟ ଉଠିଲା ନାହିଁ। ଫଳରେ ବାଧ୍ୟ ହୋଇ ଏହି ବସ୍‌ ସେବାକୁ ୨୦୧୫ରୁ ବନ୍ଦ କରିବାକୁ ପଡ଼ିଲା ବୋଲି ମହାନ୍ତି କହିଛନ୍ତି।
ସେହିପରି ଜବାହରଲାଲ ନେହେରୁ ସହର ବିକାଶ ଯୋଜନାରେ କଟକରେ ଟାଉନ ବସ୍‌ ସେବା ଯୋଗାଇବା ପାଇଁ ୮କୋଟି ଟଙ୍କାରେ ୩୦ଟି ବସ୍‌ କିଣାଯାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ଅର୍ଥରେ ୨୦୧୫ରେ ଉକ୍ତ ଯୋଜନାରେ ବସ୍‌ କିଣାଯାଇଥିଲା। ୨୦୧୬ ଏପ୍ରିଲରେ ଏହି ବସ୍‌ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହାକୁ ଚଳାଇବା ପାଇଁ କଟକ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ(ସିୟୁଟିଏସ୍‌ଏଲ) ଗଠନ କରାଯାଇଥିଲା। ଏଥିରେ ସିଏମ୍‌ସି କମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକରୀ ଭାବେ ରହିବା ସହିତ ଆର୍‌ଟିଓ, ଜିଲାପାଳ, ଡିସିପି ପ୍ରମୁଖ ସଦସ୍ୟ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ବସ୍‌ ଚଳାଚଳ ପାଇଁ ସାହାରା ରୋଡ୍‌ ୱେଜ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯିବା ସହିତ ସିୟୁଟିଏସ୍‌ଏଲ ସହ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ମୁତାବକ ପ୍ରତି ବସ୍‌ର ମୂଲ୍ୟ ୨୬ ଲକ୍ଷ ଟଙ୍କା ହୋଇଥିବାରୁ ଏହାର ୧୦ ପ୍ରତିଶତ ହିସାବରେ ସାହାରା ରୋଡ୍‌ୱେଜ ୨ ଲକ୍ଷ ୬୦ ହଜାର ଟଙ୍କା ଦେବାସହ ମାସିକ ଭଡ଼ା ସୂତ୍ରରେ ପ୍ରତି ବସ୍‌ ପିଛା ୪ ହଜାର ଟଙ୍କା ଦେବା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସହରରେ ବସ୍‌ ଚଳାଚଳ କରିବା ନିମନ୍ତେ ୩୦ଟି ବସ୍‌ ସିଏମ୍‌ସିକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ପଞ୍ଜୀକରଣ ହୋଇ ନ ଥିବାରୁ ୩୦ରୁ ୧୦ଟି ବସ୍‌ ଚଳାଚଳ କରୁଥିଲା। ପରେ ରୁଟ ନ ମିଳିବା ଏବଂ ଘରୋଇ ବସ୍‌ ମାଲିକଙ୍କ ବିରୋଧ ଯୋଗୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୯ରେ କ୍ରୁଟକୁ ଉକ୍ତ ୩୦ଟି ଟାଉନ୍‌ ବସ୍‌ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସେଥିମଧ୍ୟରୁ ଆଜିପଯର୍‌ୟନ୍ତ ଗୋଟିଏ ବି ବସ୍‌ ସହର ଭିତରେ ଗଡୁଥିବା ଦେଖିବାକୁ ମିଳିଲା ନାହିଁ। କ୍ରୁଟ୍‌ର ଜେନେରାଲ ମ୍ୟାନେଜର(ପ୍ରଶାସନିକ) ଦୀପ୍ତି ମହାପାତ୍ରଙ୍କ କହିବା ଅନୁଯାୟୀ, ସିଏମ୍‌ସି ଉକ୍ତ ୩୦ ବସ୍‌କୁ ଅତି ଖରାପ ଅବସ୍ଥାରେ ଆମକୁ ଦେଇଥିଲେ। ଯେଉଁଥିରେ କେବଳ ବସ୍‌ର ଖୋଳ ଥିଲା। ବାକି ସବୁ ନଷ୍ଟ ହୋଇଯାଇଥିବାବେଳେ ତାହାକୁ ମରାମତି କରି ଆମେ କଟକ ଜିଲାର ନିକଟବର୍ତ୍ତୀ ଅଞ୍ଚଳରେ ଆଗାମୀ ଦୁଇ ମାସ ମଧ୍ୟରେ ୨୭ ବସ୍‌କୁ ଚଲାଇବାର ଯୋଜନା ରହିଛି।
ବାକି ୩ଟି ବସ୍‌କୁ ଜରୁରିକାଳୀନ ସମୟରେ ବ୍ୟବହାର କରାଯିବ। କିନ୍ତୁ ସେ ବସ୍‌ଗୁଡ଼ିକର ଲମ୍ବ ୯ମିଟର ହୋଇଥିବାରୁ ସେଗୁଡ଼ିକ କଟକ ସହର ମଧ୍ୟରେ ଚାଲି ପାରିବନାହିଁ ବୋଲି ମହାପାତ୍ର କହିଛନ୍ତି।

ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?