ପାଣି ପାଇଁ ହରିଣ ଗାଁମୁହାଁ

ମହାକାଳପଡ଼ା,୭ା୩ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଓ ଜଙ୍ଗଲୀ ପ୍ରାଣୀ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁନ୍ଦେ ପାଣି ପାଇଁ ସୋମବାର ମହାକାଳପଡ଼ା ବନାଞ୍ଚଳ ଅଧୀନ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲର ପାରେଶ୍ୱରପୁର (ବାଲିଗଣ୍ଡ) ଜେନାସାହି ନିକଟରେ ଏକ ହରିଣକୁ କେନାଲ ଦଳ ମଧ୍ୟରୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଖବରପାଇ ଜମ୍ବୁ ବନ ବିଭାଗ କର୍ମଚାରୀ ଫରେଷ୍ଟର ମହନ୍ତ କୁମାର ମଲିକ, ପ୍ରଶାନ୍ତ କୁମାର ମହାନ୍ତି, ରଞ୍ଜିତ ସ୍ବାଇଁ ଓ ସାଧନ ମଣ୍ଡଳ ପ୍ରମୁଖ ପହଞ୍ଚତ୍ ହରିଣକୁ ହେପାଜତକୁ ନେଇଥିଲେ। ଏହି ମା’ ହରିଣଟି ୩୦ କିଲୋରୁ ଅଧିକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପରେ ଜମ୍ବୁ ଘାଟରୁ କର୍ମଚାରୀମାନେ ଏକ ସ୍ବତନ୍ତ୍ର ବନ ବିଭାଗ ବୋଟ ଯୋଗେ ନିକଟ ଭିତର ଖରିନାସୀ ସଂରକ୍ଷିତ ଜଙ୍ଗଲରେ ହରିଣକୁ ଛଡ଼ି ଦେଇଛନ୍ତି।
ଚଳିତବର୍ଷ ଫେବୃୟାରୀ ଓ ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଫଳରେ ଜଙ୍ଗଲୀ ପ୍ରାଣୀମାନେ ଖାଦ୍ୟ ଓ ପାଣି ପାଇଁ ଜନବସତି ଅଭିମୁଖେ ପଳାଇ ଆସୁଛନ୍ତି। ଏଥିଯୋଗୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପରିବେଶବିତ୍‌ ସୁବାସ ସ୍ବାଇଁ କୁହନ୍ତି, ସଂରକ୍ଷିତ ଜଙ୍ଗଲରେ ପୋଖରୀ ଖନନ ପାଇଁ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନି। ଯଦି ଜଙ୍ଗଲଗୁଡ଼ିକରେ ପୋଖରୀ ଖନନ କରାଯାନ୍ତା ତେବେ ବନ୍ୟପ୍ରାଣୀ ମଧୁର ପାଣି ପିଇ ଜୀବନ ବଞ୍ଚାଇ ପାରନ୍ତେ। ପରିବେଶବିତ୍‌ ସମରେନ୍ଦ୍ର ମାହାଳୀ କୁହନ୍ତି, ବନ ବିଭାଗ ପକ୍ଷରୁ କଂସାରଡିଆ ସଂରକ୍ଷିତ ଜଙ୍ଗଲ, ହେଟା ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ, ଜମ୍ବୁ ଝାଉଁ ଜଙ୍ଗଲରେ ପୋଖରୀ ଖନନ କରାଗଲେ ଜଙ୍ଗଲୀ ପ୍ରାଣୀ ଗଁାକୁ ଆଉ ଆସନ୍ତେ ନାହିଁ। ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପୋଖରୀ ଖୋଳିବାକୁ ସେ ଦାବି କରିଛନ୍ତି। ଏ ନେଇ ମହାକାଳପଡ଼ା ରେଞ୍ଜ ଅଧିକାରୀ ଚିତ୍ତରଞ୍ଜନ ବେଉରାଙ୍କୁ ପଚାରିବାରେ ଉଦ୍ଧାର ହୋଇଥିବା ହରିଣକୁ ନିକଟ ସଂରକ୍ଷିତ ଜଙ୍ଗଲରେ ମୁକ୍ତ କରଯାଇଛି। ଜଙ୍ଗଲରେ ପୋଖରୀ ଖନନ ନେଇ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଚଳିତବର୍ଷ ଅଧିକ ଉତ୍ତାପ ହେଉଛି। ଚଳିତ ଖରାଦିନରେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବନ୍ୟପ୍ରାଣୀ ତୃଷା ମେଣ୍ଟାଇବାକୁ ଅସ୍ଥାୟୀ ଭାବେ ଚୁଆ ଖୋଳିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri