Posted inଫୁରସତ

ଗ୍ରୀଷ୍ମରେ ଶୈଳନିବାସ ଭ୍ରମଣ

ଖରାଦିନେ ମନ ଚାହେଁ ଏମିତି କୌଣସି ସ୍ଥାନକୁ ବୁଲି ଯିବାକୁ ଯେଉଁଠି ଖରାର ତେଜ ଖୁବ୍‌ କମ୍‌ ଥିବ ଆଉ ତା’ସାଙ୍ଗକୁ ଶୀତଳ ପବନର ସ୍ପର୍ଶ ମିଳୁଥିବ। ଏଥିପାଇଁ ଶୈଳନିବାସଠାରୁ ଭଲ ସ୍ଥାନ ଆଉ କ’ଣ ହୋଇପାରେ। ତେଣୁ ଏଠାରେ ସେମିତି କେତୋଟି ପ୍ରମୁଖ ଶୈଳନିବାସ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ବୁଲିଗଲେ ଖରାଦିନେ ବି ବେଶ୍‌ ଆରାମ ଲାଗିବ…

* ଔଲି: ଉତ୍ତରାଖଣ୍ଡର ଚମୋଲୀ ଜିଲାରେ ଅବସ୍ଥିତ ଔଲି ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଶୈଳନିବାସ। ତେଣୁ କରି ବର୍ଷସାରା ଏଠାକାର ଜଳବାୟୁ ବେଶ୍‌ ଶୀତଳ ରହିଥାଏ। ଖାସ୍‌କରି ଖରାଦିନେ ଏଠାକୁ ବୁଲି ଆସିଲେ ଦେହମନକୁ ଖୁବ୍‌ ଶାନ୍ତି ମିଳିଥାଏ। ତା’ଛଡ଼ା ଏହା ଏକ ଲୋକପ୍ରିୟ ସ୍କିଂ ପଏଣ୍ଟ ଭାବେ ମଧ୍ୟ ଜଣାଶୁଣା। ବିଶେଷକରି ଶୀତଦିନେ ଏଠାରେ ହେଉଥିବା ତୁଷାରପାତରେ ସ୍କିଂ କରିବାର ମଜା ହିଁ କିଛି ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ। ତା’ଛଡ଼ା ଜୋଶୀମଠ, ତପୋବନ, ନନ୍ଦା ଦେବୀ, ମାନା ପର୍ବତ, ଔଲି ଆର୍ଟିଫିସିଆଲ୍‌ ଲେକ୍‌ ଇତ୍ୟାଦି ହେଉଛି ଏଠାକାର କେତୋଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ।

* ସକଲେଶପୁର: କର୍ନାଟକର ହାସନ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପର୍ବତୀୟ ପର୍ଯ୍ୟଟନସ୍ଥଳୀରେ ରହିଛି ଅନେକ ମନଛୁଆଁ ଦର୍ଶନୀୟସ୍ଥାନ। ବିଶେଷକରି କଫି, ଅଳେଇଚ, ଗୋଲମରିଚ ତଥା ଏରିକା ପାମ୍‌ ଚାଷ ପାଇଁ ଏହି ସ୍ଥାନର ରହିଛି ଭିନ୍ନ ଏକ ପରିଚୟ। ତା’ଛଡ଼ା ଖରାଦିନେ ଏଠାକାର ଶୀତଳ ଜଳବାୟୁ ଦେହ ଓ ମନକୁ ବେଶ୍‌ ଶାନ୍ତି ପ୍ରଦାନ କରିଥାଏ। ତେଣୁ ଅନ୍ୟଦିନ ତୁଳନାରେ ଖରାଦିନ ଆସିଲେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।

* ମଡିକେରୀ: ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ମଡିକେରୀ ହେଉଛି କର୍ନାଟକର କୋଡ଼ଗୁ ଜିଲାରେ ଅବସ୍ଥିତ ଏକ ଶୈଳନିବାସ ଟାଉନ୍‌। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧୫୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଟାଉନ୍‌ରେ ଦେଖିବାକୁ ରହିଛି ଅନେକ ପାହାଡ଼, ଝରଣା, ସବୁଜ ବନାନୀ, କଫି ବଗିଚା, ଐତିହାସିକ ତଥା ଧାର୍ମିକ ସ୍ଥଳୀ। ଖାସ୍‌କରି ଏଠାକାର ଅବ୍ବେ ଝରଣା, ମଡିକେରୀ ଦୁର୍ଗ, ରାଜା କି ସିଟ୍‌ (ଯେଉଁଠାରେ କୋଡ଼ଗୁର ରାଜା ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖୁଥିଲେ) ତଥା କଫି ବଗିଚା ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଖାସ୍‌କରି ଖରାଦିନେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିବାରୁ ଏହି ସମୟରେ ଆଗନ୍ତୁକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

* ମାଥେରାନ୍‌: ଏହା ହେଉଛି ମହାରାଷ୍ଟ୍ରସ୍ଥିତ ଏକ ପ୍ରସିଦ୍ଧ ଶୈଳନିବାସ। ସମୁଦ୍ରପତ୍ତନଠାରୁ ପ୍ରାୟ ୮୦୦ ମିଟର ଉଚ୍ଚତାରେ ଥିବା ଏହି ଶୈଳନିବାସରେ ପର୍ଯ୍ୟଟକ ପ୍ରାୟ ୪୦ଟି ପଏଣ୍ଟ, ଦୁଇଟି ହ୍ରଦ, ଦୁଇଟି ପାର୍କ ତଥା ୪/୫ଟି ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ଥିବା ସନ୍‌ସେଟ୍‌ ପଏଣ୍ଟ ବି ଖୁବ୍‌ ଆକର୍ଷକ ଲାଗିଥାଏ। ଟ୍ରେକିଂ ପ୍ରିୟ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିଛି ଅନେକ ସୁବିଧା ଓ ସୁଯୋଗ। ଖାସ୍‌ କରି ଖରାଛୁଟି କଟାଇବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ହୋଇଥାଏ।

* ମାଉଣ୍ଟ ଆବୁ: ସବୁଜ ବନାନୀ ତଥା ଉଚ୍ଚ ପାହାଡ଼ ଦ୍ୱାରା ଘେରି ହୋଇ ରହିଥିବା ରାଜସ୍ଥାନସ୍ଥିତ ଏହି ଶୈଳନିବାସଟିର ପରିବେଶ ଖରାଦିନେ ବେଶ୍‌ ଆରାମଦାୟକ ରହିଥାଏ। ପର୍ଯ୍ୟଟକ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠାରେ ଥିବା ଏକାଧିକ ଐତିହାସିକ ମନ୍ଦିର, ଦୁର୍ଗ ତଥା ମାଉଣ୍ଟ ଆବୁ ବନ୍ୟପ୍ରାଣୀ ଅଭୟାରଣ୍ୟ ବୁଲି ଦେଖିବାର ମଜା ମଧ୍ୟ ନେଇପାରିବେ।

* ପଞ୍ଚଗନୀ: ମହାରାଷ୍ଟ୍ରର ସତାରା ଜିଲାରେ ରହିଛି ଏହି ଶୈଳନିବାସ। ସମୁଦ୍ରପତ୍ତନଠାରୁ ପ୍ରାୟ ୧୨୯୩ ମିଟର ଉଚ୍ଚତାରେ ଥିବା ଏହି ସ୍ଥାନରେ ପର୍ଯ୍ୟଟକ ଟେବୁଲ୍‌ ଲ୍ୟାଣ୍ଡ, ସିଡ୍‌ନୀ ପଏଣ୍ଟ, ପାର୍ସୀ ପଏଣ୍ଟ, ଡେଭିଲ୍ସ କିଚେନ୍‌, ମାର୍ପୋ ଗାର୍ଡେନ୍‌ ଇତ୍ୟାଦି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇପାରିବେ। ମନୋରମ ପରିବେଶ ଭିତରେ ଆବଦ୍ଧ ହୋଇ ରହିଥିବା ପଞ୍ଚଗନୀର ଜଳବାୟୁ ଗ୍ରୀଷ୍ମଦିନେ ବେଶ୍‌ ଥଣ୍ଡା ପ୍ରଦାନ କରୁଥିବାରୁ ଏଠାରେ ଗ୍ରୀଷ୍ମଛୁଟି କଟାଇବାକୁ ବହୁତ ଭଲ ଲାଗିଥାଏ।

* ଊଟି: ଊଟି ବା ଉଦ୍‌ଗମଣ୍ଡଳମ୍‌ ହେଉଛି ତାମିଲନାଡ଼ୁର ନୀଳଗିରି ଜିଲା ଅନ୍ତର୍ଗତ ଏକ ସହର। ଶୈଳନିବାସ ଭାବେ ବି ଏହା ପରିଚିତ। ସମୁଦ୍ରପତ୍ତନଠାରୁ ପ୍ରାୟ ୨,୨୪୦ ମିଟର ଉଚ୍ଚତାରେ ଥିବା ଏହି ହିଲ୍‌ ଷ୍ଟେଶନରେ ପର୍ଯ୍ୟଟକ ଅନେକ ଆକର୍ଷଣୀୟ ପାର୍କ, ବଗିଚା, ହ୍ରଦ, ଡ୍ୟାମ୍‌, ଐତିହାସିକ ପ୍ରାସାଦ, ସଂଗ୍ରହାଳୟ ଇତ୍ୟାଦି ଦେଖିବାକୁ ପାଇପାରିବେ। ତେବେ ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ବିଶେଷକରି ଖରାଦିନେ ଏଠାରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri