Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ପବିତ୍ର ତୀର୍ଥଭୂମି ହୋଡଲ

ହରିୟାଣାର ପଲ୍‌ଓ୍ବଲ ଜିଲାରେ ଥିବା ହୋଡଲ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଏଠାକାର ଶାନ୍ତ, ସୁନ୍ଦର ଓ ସ୍ବଚ୍ଛ ପରିବେଶ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେଥିପାଇଁ ପ୍ରାୟତଃ ଏଠାରେ ଆଗନ୍ତୁକଙ୍କର ଭିଡ଼ ଦେଖିବାକୁ ମିଳିଥାଏ…

ହୋଡଲ ହେଉଛି ହରିୟାଣାର ପଲ୍‌ଓ୍ବଲ ଜିଲା ଅନ୍ତର୍ଗତ ଏକ ସହର। କୋଳାହଳମୟ ପରିବେଶରୁ ଦୂର ଏହି ସହରରେ ଦେଖିବାକୁ ମିଳିଥାଏ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ବିଶେଷ କରି ଏଠାରେ ଥିବା ଚମେଲି ବଣ ହେଉଛି ଏକ ପବିତ୍ର ସ୍ଥାନ। ଏଠାରେ ଭଗବାନ ହନୁମାନଙ୍କୁ ସମର୍ପିତ ଏକ ମନ୍ଦିର ରହିଛି; ଯେଉଁଠାରେ ପ୍ରତି ମଙ୍ଗଳବାର ଦିନ ବଡ଼ ଧୁମଧାମରେ ପୂଜାର୍ଚ୍ଚନା କରାଯାଇଥାଏ। ଆଉ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ବୁଲି ଆସିଥାନ୍ତି।

ଆଉ କ’ଣ ଦେଖିବେ
ଦିଲ୍ଲୀଠାରୁ ପ୍ରାୟ ୮୮ କି.ମି. ଏବଂ ଆଗ୍ରାଠାରୁ ପ୍ରାୟ ୧୫୦ କି.ମି. ଦୂରରେ ଅବସ୍ଥିତ ହୋଡଲ ଏବେ ଆର୍ଥିକ, ସାଂସ୍କୃତିକ, ଧାର୍ମିକ ତଥା ଶିକ୍ଷା କ୍ଷେତ୍ରରେ ବେଶ୍‌ ଅଗ୍ରଗତି ହେବାରେ ଲାଗିଛି। ସେହି ଦୃଷ୍ଟିରୁ ଦେଖିଲେ ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ନୂଆ ନୂଆ ପର୍ଯ୍ୟଟନସ୍ଥଳୀମାନ ଗଢାଯାଉଛି। ତନ୍ମଧ୍ୟରୁ କେତୋଟି ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଭିତରେ ଚମେଲି ବଣ ମନ୍ଦିର, କିଶୋରୀ ମହଲ, ସତୀ ସରୋବର, ଡବଚିକ୍‌, ଶିବମନ୍ଦିର, ପାଣ୍ଡବକାଲୀନ ମନ୍ଦିର, ତ୍ୟାଗୀବାବା ମନ୍ଦିର ଇତ୍ୟାଦି ହେଉଛି ଅନ୍ୟତମ। ଯେହେତୁ ଏଠାରେ ଏକାଧିକ ଧାର୍ମିକ ପୀଠ ଥିବାର ଦେଖାଯାଇଥାଏ; ତେଣୁ ହୋଡଲକୁ ଅନେକେ ଏକ ପବିତ୍ର ତୀର୍ଥଭୂମି ଭାବେ ବିବେଚନା କରିଥାନ୍ତି।

ଦୁଃସାହସିକ ପର୍ଯ୍ୟଟନର ମଜା
ଦୁଃସାହସିକ କ୍ରୀଡ଼ା ପାଇଁ ହୋଡଲରେ ଅନେକ ସୁବିଧା ରହିଛି। ଖାସ୍‌ କରି ଟ୍ରେକିଂ, ହାଇକିଂ ଆଦି ଏଠାରେ ସୁବିଧାରେ କରି ହୋଇଥାଏ। ହେଲେ ବର୍ଷାଦିନେ ଏହି କ୍ରୀଡ଼ା ପାଇଁ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ତା’ଛଡ଼ା ଏଠାରେ ଟିକେ ଜଙ୍ଗଲିଆ ପରିବେଶ ଥିବାରୁ ଅନେକ ପଶୁପକ୍ଷୀଙ୍କୁ ମଧ୍ୟ ଏଠି ଦେଖିହୁଏ।

କେବେ ଯିବେ
ହୋଡଲକୁ ବର୍ଷର ଯେ କୌଣସି ସମୟରେ ବୁଲିଯିବାର ସୁବିଧା ଥିଲେ ହେଁ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଫେବୃୟାରୀରୁ ଏପ୍ରିଲ୍‌ ଏବଂ ଅଗଷ୍ଟରୁ ନଭେମ୍ବର ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ।

କେମିତି ଯିବେ
ଦିଲ୍ଲୀ ଏବଂ ଗୁରୁଗ୍ରାମରୁ ହୋଡଲକୁ ବୁଲିଯିବା ପାଇଁ ଟୁରିଷ୍ଟ ବସ୍‌ର ବ୍ୟବସ୍ଥା ରହିଛି। ଏପିରିକି ଦିଲ୍ଲୀରୁ ନିୟମିତ ବ୍ୟବଧାନରେ ହୋଡଲ ଅଭିମୁଖେ ଟ୍ରେନ୍‌ ଚଳାଚଳ କରିଥାଏ। ତେଣୁ ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ହୋଡଲରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri